News

ଧାରା ୩୭୭ ଶୁଣାଣି: ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍‌କୋର୍ଟ

ସମଲିଙ୍ଗୀ ଯୌନ ସଂପର୍କକୁ ଅପରାଧ ଭାବେ ଗ୍ରହଣ କରୁଥିବା ଆଇପିସିର ଧାରା ୩୭୭ ନେଇ ସୁପ୍ରିମ୍‌ କୋର୍ଟରେ ଆଜି ଶୁଣାଣି ଶେଷ ହୋଇଛି ଏବଂ କୋର୍ଟ ଏ ବାବଦ ରାୟ ସଂରକ୍ଷିତ ରଖିଛନ୍ତି।

ଆଜି ସର୍ବୋଚ୍ଚ ଅଦାଲତ ସମସ୍ତ ପକ୍ଷକୁ ଶୁକ୍ରବାର ସୁଦ୍ଧା ସତ୍ୟପାଠ ଜରିଆରେ ନିଜର ଜବାବ ଦାଖଲ କରିବାକୁ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ୱିଧାନିକ ଖଣ୍ଡପୀଠ ଗୁରୁବାର ନିଜ ପୂର୍ବ ରାୟକୁ ସଂରକ୍ଷିତ ରଖିବା ସହ ଆଜି ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବାକୁ ରାଜି ହୋଇଥିଲେ।

ଖଣ୍ଡପୀଠର ଅନ୍ୟତମ ବରିଷ୍ଠ ବିଚାରପତି ଡି.ଓ୍ଵାଇ. ଚନ୍ଦ୍ରଚୂଡ଼ କହିଛନ୍ତି ଯେ ସମଲିଙ୍ଗୀ ସଂପର୍କକୁ ଗ୍ରହଣ କଲେ ହିଁ ଏ ବାବଦ ସାମାଜିକ କଳଙ୍କ ଏବଂ ସମଲିଙ୍ଗୀ ସଂପର୍କଜନିତ ସମସ୍ୟା ଦୂର ହୋଇପାରିବ। ସମଲିଙ୍ଗୀଙ୍କୁ ଦବାଇବାକୁ ଚେଷ୍ଟା କଲେ ଏବଂ ଚିକିତ୍ସା ସୁବିଧାରୁ ବଞ୍ଚିତ କରାଗଲେ ଯୌନ ରୋଗ ବୃଦ୍ଧି ପାଇବା ଆଶଙ୍କା ଅଧିକ ରହିବ ବୋଲି ସେ କହିଛନ୍ତି।

ପଢନ୍ତୁ; ଅନ୍ତର୍ଜାତୀୟ ପଦାର୍ପଣ କଲେ ଅର୍ଜୁନ

Related posts

ଲମ୍ବା ପ୍ରତୀକ୍ଷା ପରେ କମିଲା ବସ୍ ଭଡା

ENO Beuro

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଜାଲିଆତି ଘଟଣା : ନିରବ ମୋଦିଙ୍କ ଚିଠିକୁ ନେଇ ଚର୍ଚା

ENO Beuro

ଆଜି ସଂସଦରେ ଆଗତ ହେବ ସାଧାରଣ ବଜେଟ୍

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More