News

ଏମ୍ସରେ ଭର୍ତ୍ତି ହେଲେ ଅର୍ଥମନ୍ତ୍ରୀ ଜେଟଲୀ!

By Krishna Kumar Manoj

April 07, 2018

ଜେଟଲୀ ଏମ୍ସରେ ଭର୍ତ୍ତି ,ଆଜି ହୋଇପାରେ କିଡନୀ ପ୍ରତ୍ୟାରୋପଣ

କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଗତକାଲି ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନରେ ଭର୍ତ୍ତି କରାଯାଇଛି । କିଛି ଦିନ ହେବ ଅରୁଣ ଜେଟଲୀ(୬୫) କିଡନୀ ରୋଗରେ ପୀଡ଼ିତ ଥିଲେ ଓ ଏହି କାରଣରୁ ସେ ଗତ ସେମାବାର ଠାରୁ କାର୍ଯ୍ୟାଳୟ ଯାଉ ନ ଥିଲେ। ଶନିବାର ତାଙ୍କର କିଡ଼ନୀ ପ୍ରତ୍ୟାରୋପଣ ହୋଇପାରେ।

ଏମ୍ସରେ ଡାକ୍ତର କହିଛନ୍ତି, ଜେଟଲୀଙ୍କୁ କିଡ଼ନୀ ଦାନ କରୁଥିବା ବ୍ୟକ୍ତିଙ୍କ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି । ପୂର୍ବରୁ ଜେଟଲୀ ରୋଗ ସମ୍ପର୍କରେ ଟୁଇଟର ମାଧ୍ୟରେ ସୂଚନା ଦେଇଥିଲେ। ଆଗାମୀ ସପ୍ତାହରେ ୧୦ମ ଭାରତ-ବ୍ରିଟେନ ଆର୍ଥିକ ଓ ଆର୍ଥିକ ବାର୍ତ୍ତାରେ ଭାଗ ନେବାକୁ ଲଣ୍ଡନ ଯିବାର ଥିଲା କିନ୍ତୁ ସ୍ୱାସ୍ଥ୍ୟଗତ କାରଣରୁ ଗସ୍ତ ବାତିଲ କରିଛନ୍ତି।

ଅସୁସ୍ଥତା କାରଣରୁ ଜେଟଲୀ ସୋମବାର ଠାରୁ ନିଜ କାର୍ଯ୍ୟାଳୟକୁ ଯାଇପାରି ନାହାନ୍ତି। ଏପରି ରାଜ୍ୟସଭା ସଭ୍ୟ ଭାବେ ପୁନର୍ବାର ନିର୍ବାଚିତ ହେବା ପରେ ସେ ଶପଥ ଗ୍ରହଣ କରିନାହାନ୍ତି।

ପଢନ୍ତୁ; ଶେଷ ହେଲା ସଲମାନ୍‌ଙ୍କ ଜାମିନ୍‌ ଆବେଦନ ଶୁଣାଣି ,ରାୟ ଅପରାହ୍ଣ ୨ଟା ପରେ!