News

କିଡ୍‌ନୀ ସଂକ୍ରାନ୍ତ ରୋଗରେ ପୀଡ଼ିତ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି!

ଅରୁଣ ଜେଟ୍‌ଲି ଅସୁସ୍ଥ!

ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅସୁସ୍ଥ ହୋଇପଡିଛନ୍ତି। ସେ କିଡନି ସଂକ୍ରାନ୍ତ ରୋଗରେ ପୀଡ଼ିତ। ଖୁବ୍‌ ଶୀଘ୍ର ତାଙ୍କର କିଡ୍‌ନି ପ୍ରତିରୋପଣ ହୋଇପାରେ ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି। ସଂକ୍ରମଣ ହେବାର ଭୟ ଥିବାରୁ ଜେଟଲିଙ୍କ ଚିକିତ୍ସକ ତାଙ୍କୁ ବାହାରକୁ ଯିବାପାଇଁ ମନା କରିଛନ୍ତି। ଅସୁସ୍ଥତା ପାଇଁ ଜେଟ୍‌ଲି ରାଜ୍ୟସଭା ସଦସ୍ୟ ରୂପେ ମଧ୍ୟ ଶପଥ ନେଇପାରିନାହାନ୍ତି।ଏମ୍ସର କାର୍ଡିଓ ନ୍ୟୁରୋ ଟାଓ୍ଵାରକୁ ଚିକିତ୍ସା ପାଇଁ ସେ ଯାଇପାରନ୍ତି। ତେବେ କିଡନି ପ୍ରତିରୋପଣ ପାଇଁ ଜେଟ୍‌ଲି ସିଙ୍ଗାପୁର ଯିବା କଥା ଶୁଣାଯାଉଥିଲେ ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।

ଜେଟ୍‌ଲି ମଧୁମେହ ରୋଗରେ ଦୀର୍ଘଦିନ ହେବ ପୀଡିତ ଅଛନ୍ତି। ଗତ ୨୦୧୪ ମସିହା ସେପ୍ଟେମ୍ବର ମାସରେ ଓଜନ କମାଇବାପାଇଁ ବାରିଆଟ୍ରିକ୍‌ ସର୍ଜରି ହୋଇଥିଲା।ଏହି ଅପରେସନ ସଫଳ ହୋଇଥିଲେ ମଧ୍ୟ ଏହାର ମାସକ ପରେ ସେ ଶ୍ୱାସକ୍ରିୟା ସଂକ୍ରମଣର ଶିକାର ହୋଇଥିଲେ। ତେବେ ମଧୁମେହଜନିତ ସମସ୍ୟା ଯୋଗୁଁ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଜଟିଳତା ଦେଇ ଗତି କରୁଛି। ପୂର୍ବରୁ ଜେଟ୍‌ଲିଙ୍କର ହୃଦ୍‌ ଅସ୍ତ୍ରୋପଚାର ହୋଇସାରିଛି।

ଉଲ୍ଲେଖଯୋଗ୍ୟ ଡିସେମ୍ବର ୨୦୧୬ ମସିହାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ କିଡନି ପ୍ରତିରୋପଣ ହୋଇଥିଲା। ଅନ୍ୟପକ୍ଷରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଗତ ଫେବ୍ରୁଆରି ମାସରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ ଏବଂ ଏବେ ସେ ଆମେରିକାରେ ଚିକିତ୍ସାଧୀନ ଅଛନ୍ତି।

ପଢନ୍ତୁ; ଫେସ୍‌ବୁକ୍‌ ତଥ୍ୟ ଚୋରି ମାମଲା: ଭାରତରେ ୫.୬ ଲକ୍ଷ ଲୋକ ପ୍ରଭାବିତ!

Related posts

ଆଜିଠାରୁ ଆରମ୍ଭ ହେଲା ଭୁବନେଶ୍ୱରରୁ ରାୟପୁରକୁ ବିମାନ ସେବା

ENO Beuro

ଆସନ୍ତା ୧୯ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଫଳ !

ENO Beuro

ର‍୍ୟାନ୍‌ ଇଣ୍ଟରନ୍ୟାସନାଲ ସ୍କୁଲ୍‌ର ପ୍ରଦ୍ୟୁମ୍ନ ଠାକୁର ହତ୍ୟା ମାମଲା, ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More