News

୨୦୧୮-୧୯ ବଜେଟ : କୃଷି ଓ ଗ୍ରାମ୍ୟ ଉନ୍ନୟନକୁ ଦିଆଗଲା ଅଧିକ ଗୁରୁତ୍ୱ !

ଜେଟଲିଙ୍କ ୨୦୧୮ ହିସାବ ନିକାଶରେ କୃଷି ଓ କୃଷକଙ୍କ ଉପରେ ଗୁରୁତ୍ୱ ଦିଆଯାଇଛି । ୧୧ ଲକ୍ଷ କୋଟିର କୃଷି ଋଣ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ଏହା ୧୦ ଲକ୍ଷ କୋଟି ଥିଲା । ୨୦୨୨ ସୁଦ୍ଧା କୃଷକ ଆୟ ଦୁଇଗୁଣ ହେବ । ଖରିଫ ଫସଲରେ ଏମଏସି ଉତ୍ପାଦନ ଖର୍ଚ୍ଚର ଦେଢ ଗୁଣା ହେବ । ସବୁ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଦିଆଯିବ । ଜଳସେଚନ ପାଇଁ ୨୬ ଶହ କୋଟିର ପାଣ୍ଠି ବ୍ୟୟ ବରାଦ କରିଛନ୍ତି ଜେଟଲି । କୃଷି ଉତ୍ପାଦନ ବଢିବା କ୍ଷେତ୍ରରେ ଉଦ୍ୟମ ଜାରି ରହିଥିବା କହିଛନ୍ତି ଅର୍ଥମନ୍ତ୍ରୀ । ଦେଶର ଚାଷୀ ଖାଦ୍ୟ ଶସ୍ୟ ଉତ୍ପାଦନ ରେକର୍ଡ କରିଛି । ୨ଶହ ୭୫ ମିଲିୟନ ଟନ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି।

ଆଳୁ, ଟମାଟୋ ଓ ପିଆଜ ଚାଷୀଙ୍କ ପାଇଁ ଅପେରସନ ଗ୍ରୀନ ଯୋଜନା ଆରମ୍ଭ କରାଯିବ । ଆଳୁ, ଟମାଟୋ ଓ ପିଆଜ ଉତ୍ପାଦନ ବୃଦ୍ଧି ପାଇଁ ୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ୪୨ ମେଗା ଫୁଡ ପାର୍କ କରାଯିବ । ପଶୁପାଳନ ଓ ମତ୍ସଚାଷ ପାଇଁ କିସାନ କ୍ରେଡିଟ କାର୍ଡ ଯୋଗାଇ ଦିଆଯିବ । ଏ ବାବଦକୁ ଦୁଇଟି ଫାଣ୍ଠି ଜରିଆରେ ୧୦ କୋଟି ଖର୍ଚ୍ଚ କରାଯିବ । ବାଉଁଶକୁ ଜଙ୍ଗଲ ଠାରୁ ଅଲଗା କରାଯିବ । କେବଳ ବାଉଁଶ ଜଙ୍ଗଲ ପାଇଁ ୧ ହଜାର ୨ଶହ ୯୦ କୋଟି ଟଙ୍କା ଖର୍ଚ କରାଯିବ।
କୃଷି ଓ ଗ୍ରାମ୍ୟ ଉନ୍ନୟନ ବେତିତ୍ଵ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସରକାର ପ୍ରାୟ ୧୦ କୋଟି ଗରିବ ପରିବାରଙ୍କ ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କାର ଚିକିତ୍ସା ବୀମା ସୁବିଧା ଦେଇଥିବା ବେଳେ ୮ଟି ବଡ଼ ଘୋଷଣା କରିଛନ୍ତି।

ଜାଣନ୍ତୁ ଏହି ଘୋଷଣାଗୁଡ଼ିକୁ କ’ଣ-

୧. ପ୍ରାୟ ୧୦ କୋଟି ଗରିବ ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କାର ଚିକିତ୍ସା ବୀମା ସୁବିଧା।୨. ଦେଶର ୧ ଲକ୍ଷ ପଞ୍ଚାୟତକୁ ଇଣ୍ଟରନେଟ ସହ ଯୋଡ଼ାଯିବ ।୩. ଡିଜିଟାଲ ଇଣ୍ଡିଆ ପାଇଁ ଖର୍ଚ୍ଚ ହେବ ୩୦୩୬ କୋଟି ।୪. ସ୍ୱଚ୍ଛ ଭାରତ ଯୋଜନାରେ ଦେଶବ୍ୟାପୀ ୬ କୋଟି ଶୌଚାଳୟ ନିର୍ମାଣ ହୋଇଛି । ଆସନ୍ତା ୨ ବର୍ଷରେ ଆଉ ୨ କୋଟି ଶୌଚାଳୟ ନିର୍ମାଣ ହେବ ।୫. ଖରିପ ଫସଲ ସର୍ବନିମ୍ନ ସହାୟକ ମୂଲ୍ୟ ଉତ୍ପାଦନ ମୂଲ୍ୟର ୧.୫ ଗୁଣ ବୃଦ୍ଧି ।
୬. ପଶୁପାଳନ ଓ ମତ୍ସ୍ୟଚାଷ ପାଇଁ ୧୦ ହଜାର କୋଟିର ବ୍ୟୟବରାଦ।
୭. ୨୦୧୮-୧୯ ଶେଷ ସୁଦ୍ଧା ୯ ହଜାର କିଲୋମିଟର ଜାତୀୟ ରାଜପଥ ନିର୍ମାଣ ସଂପୂର୍ଣ୍ଣ ହେବ।
୮. କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ (MSME) ସଂସ୍ଥାଙ୍କ ଉପରେ ଆଦାୟ ହେଉଥିବା କର୍‌ପରେଟ୍‌ ଟିକସ ୨୫%କୁ ହ୍ରାସ ।

୨୦୧୮-୧୯ ବଜେଟ : କୃଷି ଓ ଗ୍ରାମ୍ୟ ଉନ୍ନୟନକୁ ଦିଆଗଲା ଅଧିକ ଗୁରୁତ୍ୱ ! arun

ପଢନ୍ତୁ ;

ଇଣ୍ଡିଆନ୍‌ ଅଏଲ୍‌ ପକ୍ଷରୁ ପାରାଦୀପରେ ସ୍ଥାପନ ହେବ ପିଟିଏ କାରଖାନା

Related posts

ରାଜଧାନୀରେ ସ୍ୱଦେଶୀ ମେଳା ର ପ୍ରସ୍ତୁତି, ଅକ୍ଟୋବର ୬ରୁ ୧୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ବ୍ୟାପୀ ଚାଲିବ

ENO Beuro

ଶୁଭାରମ୍ଭ ହେଲା ଜାହାଜ ମାଲିକଙ୍କ ପାଇଁ ସ୍ପତନ୍ତ୍ର ପୋର୍ଟାଲ

ENO Beuro

ଡିସେମ୍ବର ପହିଲାରୁ ସମସ୍ତ ଚାରି ଚକିଆ ଯାନ ପାଇଁ ଫାସଟ୍ୟାଗ୍ ଲଗାଇବା ବାଧ୍ୟତାମୂଳକ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More