News

ଆଜି ସଂସଦରେ ଆଗତ ହେବ ସାଧାରଣ ବଜେଟ୍

-ଆଜି ବଜେଟ୍‌-

୨୦୧୯ ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ବଜେଟ ଉପସ୍ଥାପନ କରିବେ ଅରୁଣ ଜେଟଲି

ଆୟକର ଛାଡ଼ ସୀମାରେ କେତେ ରିହାତି ମିଳିବ? ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ କଣ ପଦକ୍ଷେପ ନିଆଯିବ? ଚାଷୀମାନଙ୍କୁ ପ୍ରୋତ୍ସାହନ ମିଳିବ ନା ନାହିଁ? ରେଳ ଭଡ଼ା କମିବ କି? ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଉପସ୍ଥାପନ କରିବାକୁ ଯାଉଥିବା ବଜେଟକୁ ନେଇ ଏଭଳି ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଅନେକ ଦୃଷ୍ଟିରୁ ଏହା ଜେଟ୍‌ଲିଙ୍କ ପାଇଁ ସବୁଠୁ ଆହ୍ଵାନପୂର୍ଣ୍ଣ ବଜେଟ୍‌ ବୋଲି କୁହାଯାଉଛି। ନିବେଶ ଓ ନିଯୁକ୍ତି ବଢ଼ାଇବା, ଚାଷୀଙ୍କ ସମସ୍ୟା ସମାଧାନ କରିବା ଏବଂ ବିତ୍ତୀୟ ଶୃଙ୍ଖଳା ବଜାୟ ରଖିବା ତାଙ୍କ ପାଇଁ ଏତେ ସହଜ ହେବନାହିଁ ବୋଲି କୁହାଯାଉଛି।

ସେପଟେ ବିମୁଦ୍ରାକରଣ ଓ ଜିଏସଟି ଭଳି କଠୋର ଆର୍ଥିକ ସଂସ୍କାର ଯୋଗୁଁ ଶିଥିଳ ପଡିଥିବା ଅଭିବୃଦ୍ଧି କିପରି ପୁଣି ଥରେ ଆଗକୁ ବଢିବ, ସରକାରଙ୍କ ଲାଗି ଏହା ସବୁଠୁ ବଡ଼ ଆହ୍ୱାନ । ଗୋଟିଏ ପଟେ ବିଭିନ୍ନ ସେକ୍ଟରର ଚାପ ଭିତରେ ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ଅନ୍ୟପଟେ ୧୨୫ କୋଟି ଜନତାଙ୍କ ଅନେକ ଆଶା ଆକାଂକ୍ଷା କରିଛି ଏହି ବଜେଟ୍ ଉପରେ । ବଜେଟରେ କ’ଣ ଘୋଷଣା କରିବେ ସରକାର ? ଏହା ଉପରେ ବଢି ଚାଲିଛି ଉତ୍କଣ୍ଠା । ବିଶେଷ କରି ଆୟକର ସୀମା ୩ ଲକ୍ଷ ଟଙ୍କାକୁ ବୃଦ୍ଧି ନେଇ ଚର୍ଚ୍ଚା ଚାଲିଥିବା ବେଳେ କ’ଣ କରୁଛନ୍ତି ଅର୍ଥମନ୍ତ୍ରୀ ଏହା ଉପରେ ରହିଛି ସମସ୍ତଙ୍କ ନଜର । ପେଟ୍ରୋଲ ଦରବୃଦ୍ଧି ଏବେ ଉଭୟ ସରକାର ଓ ଖାଉଟିଙ୍କ ଚିନ୍ତା ବଢାଇଦେଇଛି । ତେଣୁ ପେଟ୍ରୋଲ ଓ ଡିଜେଲକୁ ଜିଏସଟିରେ ଅନ୍ତର୍ଭୁକ୍ତ କରିବାକୁ ଦାବି ହେଉଛି । ଆଶା ରହିଛି, ଏ ନେଇ କିଛି ଘୋଷଣା କରିପାରନ୍ତି ସରକାର ।

ବଜେଟ୍ ୨୦୧୮ରେ ମୋଦିଙ୍କ ମହତ୍ୱାକାଂକ୍ଷୀ ଡିଜିଟାଲ ଇଣ୍ଡିଆ ଯୋଜନା ଫୋକସରେ ରହିବା ସମ୍ଭାବନା ରହିଛି । ସରକାର ପେପର-ଲେସ୍ କାରବାର ଉପରେ ଗୁରୁତ୍ୱ ଦେଉଥିବା ବେଳେ ଡିଜିଟାଲ ଇଣ୍ଡିଆ ପାଇଁ ଥିବା ପ୍ରତିବନ୍ଧକ ଦୂର କରିବା ଦିଗରେ ପଦକ୍ଷେପ ନେଇପାରନ୍ତି ଅର୍ଥମନ୍ତ୍ରୀ । ଆର୍ଥିକ ନିଅଂଟକୁ ନିୟନ୍ତ୍ରଣ ଭିତରେ ରଖି ଲୋକଙ୍କ ଆଶା ପୂର୍ଣ୍ଣ କରିବା ହେବ ଜେଟଲୀଙ୍କ ପାଇଁ ବଡ଼ ଆହ୍ୱାନ । ଜିଏସଟି ପରର ପ୍ରଥମ ବଜେଟ୍ ହୋଇଥିବାରୁ ନିଯୁକ୍ତି ବୃଦ୍ଧି ପାଇଁ ସରକାର ନେଇପାରନ୍ତି ପଦକ୍ଷେପ । ତେଣୁ ଭିତିଭୂମି ଓ ଗ୍ରାମ୍ୟ ଉନ୍ନୟନ କ୍ଷେତ୍ରରେ ଅଧିକ ନିବେଶ କରିବା ସମ୍ଭାବନା ରହିଛି ।ଦର ବୃଦ୍ଧି ରୋକିବା ପାଇଁ ପଦକ୍ଷେପ, କର୍ପୋରେଟ୍ ଟାକ୍ସ ହ୍ରାସ, ବ୍ୟାଙ୍କଗୁଡିକର ଏନପିଏ ସମସ୍ୟା ପାଇଁ ପଦକ୍ଷେପ, ଷ୍ଟକ ବଜାରକୁ ପ୍ରୋତ୍ସାହନ, ସାଇବର ସିକ୍ୟୁରିଟି ଉପରେ ଫୋକସ ରଖିପାରନ୍ତି ସରକାର ।

ପଢନ୍ତୁ ;

ରାହୁଲଙ୍କ ଜ୍ୟାକେଟ୍‌କୁ ନେଇ ସମାଲୋଚନା

Related posts

ପ୍ରେମିକା ନେଲା ପ୍ରେମିକର ଜୀବନ

ENO Beuro

1993 Mumbai Blasts Case – Death For 2, Abu Salem & Karimullah Khan Sentenced To Life

ENO Beuro

ମାଡି ଆସୁଛି ସାମୁଦ୍ରିକ ଝଡ଼ ‘ସାଗର’ !

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More