POLITICALS

ଏଥର କ୍ୟାବିନେଟ୍‌ରୁ ବାଦ୍‌ ପଡ଼ିବେ ଅରୁଣ୍‌ ଜେଟ୍‌ଲି

Bt

ମନ୍ତ୍ରୀମଣ୍ଡଳରେ ସାମିଲ ହେବା ପାଇଁ ସବୁ ରାଜେନେତାଙ୍କ ଇଚ୍ଛା ଥାଏ । ଏଥିପାଇଁ କରିଥାନ୍ତି ଲବି । ତେବେ ଜଣେ ରାଜନେତା ମନ୍ତ୍ରୀମଣ୍ଡଳରେ ସାମିଲ ନହେବା ପାଇଁ ଚିଠି ମାଧ୍ୟରେ ଅନିଚ୍ଛା ପ୍ରକାଶ କରିବା ସହ ମନା କରିଛନ୍ତି। ସେ ହେଉଛନ୍ତି ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀ । ଏ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି।

୨୦୧୯ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ବିପୁଳ ବହୁମତ ପାଇଁ ପୁଣି ଥରେ କ୍ଷମତାକୁ ଫେରିଛନ୍ତି। ରାତି ପାହିଲେ ଶପଥ ଗ୍ରହଣ ଉତ୍ସବ। ମନ୍ତ୍ରୀ ପଦ ନେଇ ଚାଲିଛି ଅଟକଳ। କିଏ ପାଇବ ମନ୍ତ୍ରୀ ପଦ, କିଏ ବାଦ ପଡ଼ିବ ! ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିରେ କୌଣସି ମନ୍ତ୍ରାଳୟ ଦାୟିତ୍ୱ ନେବେ ନାହିଁ ବୋଲି ଅରୁଣ ଜେଟ୍‌ଲୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କହିଛନ୍ତି। ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଏ ଭଳି ନିଷ୍ପତ୍ତି ଗ୍ରହଣ କରିଥିବା କଥା ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ଜେଟ୍‌ଲୀ ଜଣାଇଛନ୍ତି। ଦାୟିତ୍ୱମୁକ୍ତ ରହିଲେ ଚିକିତ୍ସା ଓ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ହେବ ବୋଲି ସେ କହିଛନ୍ତି। ଅର୍ଥମନ୍ତ୍ରୀଙ୍କ ଅଫିସିଆଲ ପ୍ୟାଡ୍‌ରେ ଜେଟ୍‌ଲି ଲେଖିଛନ୍ତି ଯେ, ତାଙ୍କୁ କ୍ୟାବିନେଟ୍‌ରେ ସାମିଲ କରିବା ନେଇ ଚିନ୍ତା କରା ନ ଯାଉ। ଚିଠିରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ନିଜର କୃତଜ୍ଞତା ପ୍ରକାଶ କରି କହିଛନ୍ତି, ତାଙ୍କ ନେତୃତ୍ୱରେ ଦେଶ ବିକାଶ ଆଡକୁ ଅଗ୍ରସର ହୋଇଛି।

ପଢନ୍ତୁ: ମୋଦିଙ୍କ’ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ୫୦ରୁ ଉର୍ଦ୍ଧ୍ୱ ମୃତ ବିଜେପି କର୍ମୀଙ୍କ ପରିବାର

Related posts

ରାହୁଲଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ମୋଦି ପାଇଲେ ଲୋକପ୍ରିୟ ରାଜନେତାର ମାନ୍ୟତା

ENO Beuro

ଭୁବନେଶ୍ୱରରୁ ଲଢିବେ ଅପରାଜିତା !

ENO Beuro

୨୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ

Ratnamani Moharana

Leave a Comment