News

ଆସନ୍ତା ବଜେଟରେ ଅରୁଣ ଜେଟଲୀ ଦେଶକୁ ଦେଇପାରନ୍ତି ଏକ ବଡ଼ ଉପହାର

ମାତ୍ର ୧୦ ଦିନ ରହିଲା ବଜେଟ୍ ଆସିବା ପାଇଁ । ଏଥି ମଧ୍ୟପରେ ବଜେଟ ପ୍ରିଟିଂ ମଧ୍ୟ ଆରମ୍ଭ ହୋଇ ସାରିଲାଣି । ଅର୍ଥନୀତିଜ୍ଞଙ୍କ ମତରେ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଫେବୃଆରୀ ପହିଲାରେ ଦେଶକୁ ଏକ ବଡ଼ ଉପହାର ଦେଇ ପାରନ୍ତି । ଏପର୍ୟ୍ୟନ୍ତ ଅର୍ଥ ମନ୍ତ୍ରୀଙ୍କ ପାଖରେ ପହଁଚିଥିବା ପରାମର୍ଶ ଓ ପ୍ରସ୍ତାବକୁ ଦେଖିଲେ, ଜଣାପଡ଼ୁଛି ଯେ ଚଳିତ ବଜେଟରେ ପେଟ୍ରୋଲ ଓ ଡିଜେଲ ଶସ୍ତା ହେବା ସହିତ ଆହୁରି ମହତ୍ୱପୂର୍ଣ୍ଣ ଉପହାର ଦେଇପାରନ୍ତି ।

ପ୍ରଥମତ ଘର କିଣିବା ହେବ ଶସ୍ତା : ଗୃହ ଏବଂ ସହରୀ ବିକାଶ ମନ୍ତ୍ରାଳୟ ଆଜି ବିତ୍ତ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ପାଖରେ ବଜେଟ ଆବଣ୍ଟନକୁ ତିନି ଗୁଣା ବଢ଼ାଇବା ପାଇଁ ପ୍ରସ୍ତାବ ରଖିଛନ୍ତି । ଗୃହ ଓ ସହରୀ ବିକାଶ ମନ୍ତ୍ରାଳୟ ଅନୁସାରେ ପାଞ୍ଚ ବର୍ଷ ମଧ୍ୟରେ ସମସ୍ତଙ୍କୁ ଘର ଯୋଗାଇ ଦେବା ଯୋଜନା ପାଇଁ ଅଧିକ ଅର୍ଥ ଆବଶ୍ୟକ । ମନ୍ତ୍ରାଳୟ ଏ ନେଇ ଅର୍ଥ ମନ୍ତ୍ରାଳୟକୁ ପ୍ରସ୍ତାବ ଦେଇଛି । ଯଦି ଏହି ପ୍ରସ୍ତାବ ଗୃହିତ ହୁଏ ତେବେ ଘର କିଣିବା ଶସ୍ତା ହୋଇଯିବ ।

ଶସ୍ତା ହେବ ପେଟ୍ରୋଲ ଓ ଡିଜେଲ : ପୋଟ୍ରେଲ ଓ ଡିଜେଲର ଦରଦାମ ଲଗାତାର ବଢ଼ିବାରେ ଲାଗିଛି ।  ଅଶୋଧିତ ତୈଳ ଦର ସମଗ୍ର ବିଶ୍ୱରେ ବଢ଼ି ଚାଲିଥିବାରୁ ଦେଶରେ ଏହାର ଗୁରୁତର ପ୍ରଭାବ ଦେଖିବାକୁ ମିଳିଛି । ଏମିତିରେ ଗତ ତିନି ବର୍ଷରେ ପଟ୍ରୋଲ ଡିଜେଲ ଦରରେ ସବୁଠୁ ଅଧିକା ବୃଦ୍ଧି ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତିରେ ସାଧାରଣ ଜନତାଙ୍କୁ ଆଖିରେ ରଖି  ତୈଳ ମନ୍ତ୍ରାଳୟ ଅରୁଣ ଜେଟଲୀଙ୍କୁ ପେଟ୍ରୋଲ ଡିଜେଲ ଉପରେ ଲାଗୁଥିବା ଏକ୍ସାଇଜ ଡ୍ୟୁଟିକୁ କମାଇବା ପାଇଁ ପ୍ରସ୍ତାବ ଦେଇଛନ୍ତି ।

ସରକାରଙ୍କ ପକ୍ଷରୁ ଯଦି ଏକ୍ସାଇଜ୍ ଡ୍ୟୁଟିରେ କାଟ ପ୍ରସ୍ତାବ ଗୃହିତ କରାଯାଏ ତେବେ ସାଧାରଣ ଜନତାଙ୍କୁ ଏହାର ସିଧା ସଳଖ ଫାଇଦା ମିଳି ପାରିବ ବୋଲି ଜଣାପଡୁଛି । ଏହା ଦ୍ୱାରା ପେଟ୍ରେଲ ଓ ଡିଜେଲ ଉପରେ ଲାଗୁଥିବା ଏକ୍ସାଇଜ୍ ଡ୍ୟୁଟି କମାଇ ଦେବ ଓ ସାଧାରଣ ଜନତାଙ୍କୁ ହାଲୁକା ଆଶ୍ୱସ୍ତି ମିଳିବ ।

ଟ୍ୟାକ୍ସ ବି କମିବ: ଚଳିତ ବର୍ଷ ବଜେଟରେ ସରକାର ଆୟକର ରିହାତିକୁ ୨.୫ରୁ ବଢ଼ାଇ ୩ ଲକ୍ଷ କରିପାରନ୍ତି । କୁହାଯାଉଛି ଯେ ସରକାର ବର୍ତ୍ତମାନର ଟ୍ୟାକ୍ସ ସ୍ଲାବରେ ଜନତାଙ୍କୁ ସୁହାଇଲା ଭଳି ପରିବର୍ତ୍ତନ କରିପାରନ୍ତି । ଆୟକର କମିବା ଦ୍ୱାରା ସାଧାରଣ ଲୋକଙ୍କ ସଞ୍ଚୟ ବୃଦ୍ଧି ପାଇବ ।

ମୋଦୀ ସରକାରଙ୍କ ଏହି ବଜେଟରେ ପ୍ରଥମ ଥର ପାଇଁ ଦେଶରେ ରୋଜଗାର ନୀତି ଲାଗୁ ହୋଇପାରେ ।  ସୂତ୍ର ଅନୁସାରେ ସରକାର ଚଳିତ ବର୍ଷ ବଜେଟରେ ରୋଜଗାର ନୀତି ଲାଗୁ କରିପାରନ୍ତି । ଏଥିରେ ରୋଜଗାର ପାଇଁ ନୂଆ ସୁଯୋଗ ଓ ରୋଜଗାର ପାଇଁ ପ୍ରୋତ୍ସାହନ ଯୋଗେଇ ଦିଆଯିବ ।

ପଢନ୍ତୁ ;

‘ପଦ୍ମାବତ’ ରିଲିଜ୍‌କୁ ନେଇ ଆଜି ୪ଟି ରାଜ୍ୟରେ ବ୍ୟାପକ ହିଂସା ଓ ପୋଡ଼ାଜଳା

 

Related posts

ଆୟୁଷ୍ମାନ ଭାରତ ଅଧୀନରେ ସ୍ୱାସ୍ଥ୍ୟ ସୁରକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ENO Beuro

ଇ-କମର୍ସ କମ୍ପାନି ପେଟିଏମ୍‌ ତରଫରୁ ଗ୍ରାହକଙ୍କୁ ଭେଟି, ଲଞ୍ଚ କଲା “ବାଏ ନାଓ ପେ ଲେଟର”

ENO Beuro

କାଠମାଣ୍ଡୁରେ ପଶୁପତିନାଥ ଧର୍ମଶାଳା ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More