EnewsOdia.Com

କମିଲା ବର୍ଷା, ଆସୁଛି ଶୀତ

ମୌସୁମୀ ବାୟୁ ଓଡ଼ିଶାକୁ ବାଏ ବାଏ କରିସାରିଛି। ହେଲେ ଏକ ଲୋପ୍ରେସର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଥିଲା। ବର୍ତ୍ତମାନ ଲଘୁଚାପ ନିଷ୍କ୍ରିୟ ହୋଇ ଯାଇଛି। କେବଳ ଆଭ୍ୟନ୍ତରୀଣ ଓଡ଼ିଶାରେ ଗୋଟିଏ ଘୂର୍ଣ୍ଣି ବଳୟ ରହିଛି। ‘ଏ ବର୍ଷ ମୌସୁମୀ ବାୟୁ ଡେରିରେ ପ୍ରତ୍ୟାବର୍ତ୍ତନ କଲା। ତା’ ପ୍ରଭାବରେ ଓଡ଼ିଶାକୁ ଶୀତ ଛୁଇଁ ନଥିଲା। ଯେହେତୁ ଲଘୁଚାପ ଜନିତ ବର୍ଷା ଛାଡ଼ି ଯାଇଛି, ତେଣୁ ନିଶ୍ଚିତ ଭାବେ ପାଗର ପରିବର୍ତ୍ତନ ଘଟିବ। ଆଶା କରୁଛୁ ଯେ ଦୁଇରୁ ତିନି ଦିନ ମଧ୍ୟରେ ଆଶିଂକ ଭାବେ ଶୀତର ପ୍ରଭାବ ପଡ଼ିବ।’ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର୍‌ ମଦନମୋହନ ଦାସ ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବୁଧବାର ଓ ଗୁରୁବାର ବର୍ଷା ହୋଇଥିଲା। ବର୍ଷା ଯୋଗୁ ଅନେକ ସ୍ଥାନରେ ସ୍ଥିତି ବେହାଲ୍‌ ହୋଇଯାଇଥିଲା। ତେବେ ଏଥିଯୋଗୁ କୌଣସି ସ୍ଥାନରେ ବନ୍ୟା ସ୍ଥିତି ଉପୁଜି ନଥିଲା ବୋଲି ଗତକାଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କହିଥିଲେ।
ପଢନ୍ତୁ: ଦେଶଓଡ଼ିଆ ପୁଅ ଗିରିଶ ହେଲେ ଜାମ୍ମୁ-କାଶ୍ମୀରର ପ୍ରଥମ ଲେପ୍ଟନାଣ୍ଟ ଗଭର୍ଣ୍ଣର

ସମ୍ବନ୍ଧିତ ଖବର

ବାତ୍ୟା ‘ବୁଲ୍‌ବୁଲ୍‌’ ଯୋଗୁଁ ଆସନ୍ତାକାଲି ଠାରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ

Ratnamani Maharana

ରାଜଧାନୀରେ ଚାଲିଛି ଗୋଟିଏ ନମ୍ବରରେ ଅନେକ ଗାଡି

Ratnamani Maharana

ନାସା ସେୟାର କଲା ସୂର୍ଯ୍ୟଙ୍କର ଜ୍ୱଳନ୍ତ ଚିତ୍ର

Ratnamani Maharana

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଲେ ବିସ୍ମୟ ବାଳିକା ଦୀପ୍ତି ଶର୍ମା

Ratnamani Maharana

ଭୁବନେଶ୍ବରର ହାଇଟେକ୍ ଭିକାରି; ଆଗରେ ଭିକ୍ଷାଥାଳ, ହାତରେ ମୋବାଇଲ୍

Ratnamani Maharana

ଜିଓର ଧମାକାଦାର ‘ଅଲ୍‌-ଇନ-ୱାନ’ ପ୍ଲାନ୍

Ratnamani Maharana