ଜାଣନ୍ତୁ, ହିନ୍ଦୁଶାସ୍ତ୍ର ଅନୁସାରେ କେଉଁ ବୃକ୍ଷକୁ ପୂଜାକଲେ କେଉଁ ବାଧାରୁ ମୁକ୍ତି ମିଳେ

ଜାଣନ୍ତୁ, ହିନ୍ଦୁଶାସ୍ତ୍ର ଅନୁସାରେ କେଉଁ ବୃକ୍ଷକୁ ପୂଜାକଲେ କେଉଁ ବାଧାରୁ ମୁକ୍ତି ମିଳେ

ବୃକ୍ଷ ଆମର ବନ୍ଧୁ କହିଲେ ଅତ୍ୟୁକ୍ତି ହେବ ନାହିଁ । ବୃକ୍ଷ ଆମକୁ ଜୀବନ ଦେଇଥାଏ । ନୀତିଦିନ ଜୀବନରେ ଯେମିତି ଆମେ ବୃକ୍ଷ ଉପରେ ନିର୍ଭର କରୁ , ଆଧ୍ୟାତ୍ମିକ ଜୀବନରେ ମଧ୍ୟ ବୃକ୍ଷର ଭୂମିକା ଖୁବ ଗୁରୁତ୍ଵପୂର୍ଣ୍ଣ । ହିନ୍ଦୁଶାସ୍ତ୍ର ଅନୁସାରେ କିଛି ବୃକ୍ଷକୁ ଆମେ ପବିତ୍ର ବୋଲି ମାନୁ ଓ ଯଥାବିଧି ପୂଜାର୍ଚ୍ଚନା ମଧ୍ୟ କରୁ । ଏହା ଦ୍ଵାରା ଆମକୁ ଅନେକ କ୍ଷେତ୍ରରେ ସିଦ୍ଧି ମିଳେ ବୋଲି ହିନ୍ଦୁଶାସ୍ତ୍ରଦିରେ ବର୍ଣ୍ଣିତ । ତେବେ ଆସନ୍ତୁ ଜାଣିବା କେଉଁ ବୃକ୍ଷକୁ ପୂଜାକଲେ କଣ ସୁଫଳ ମିଳେ ଏବୋଂ କେଉଁ ବାଧାରୁ ମୁକ୍ତି ମିଳେ :-

ତୁଳସୀ ଗଛ:- ତୁଳସୀ ଗଛ ପୂଜା କରିବା ଦ୍ୱାରା ଘରେ ସୁଖ ଓ ସମୃଦ୍ଧି ବଜାୟ ରହିଥାଏ। ଯେଉଁ ଘରେ ତୁଳସୀ ଗଛ ପୂଜା କରାଯାଏ, ସେହି ଘରେ ମା’ ଲକ୍ଷ୍ମୀ ବାସ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ସାଧବା ନାରୀମାନେ ନିତ୍ୟ ତୁଳସୀ ପୂଜା କଲେ ଅଖଣ୍ଡ ସୌଭାଗ୍ୟବତୀ ହୁଅନ୍ତି ।

ଓସ୍ତ ଗଛ:- ଓସ୍ତ ଗଛକୁ ପୂଜା କଲେ ଶନି ଦୋଷ ଓ ଶତ୍ରୁଙ୍କ କବଳରୁ ମୁକ୍ତି ମିଳିଥାଏ ଏବଂ ଭଗବାନ ବିଷ୍ଣୁଙ୍କ କୃପା ମଧ୍ୟ ଲାଭ ହୋଇଥାଏ। ଧନର ଦେବତା କୁବେର ମଧ୍ୟ ସନ୍ତୁଷ୍ଟ ହୁଅନ୍ତି ।

ବର ଗଛ:-  ବର ଗଛକୁ ବଟ ବୃକ୍ଷ ମଧ୍ୟ କୁହାଯାଏ। ଏହି ଗଛ ଅତ୍ୟନ୍ତ ପବିତ୍ର । ମହିଳାମାନେ ଏହି ଗଛକୁ ପୂଜାକଲେ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତି ହୁଏ। ଏହି ବୃକ୍ଷ ଧନର ଦେବତା କୁବେରଙ୍କ ପ୍ରତୀକ ଅଟେ ।

ବେଲ ଗଛ:- ବେଲ ପତ୍ର ଭଗବାନ ଶିବଙ୍କୁ ଅର୍ପଣ କରାଯାଏ। ବେଲ ଗଛ ପୂଜା କଲେ ଚାକିରିରେ ଉନ୍ନତି ହୋଇଥାଏ। ଭୁତ ପିଶାଚଙ୍କ ଭୟ ଦୂର ହୁଏ ।

ଲାଲ ଚନ୍ଦନ ଗଛ : ଲାଲ ରଙ୍ଗ ସୂର୍ଯ୍ୟଙ୍କ ପ୍ରିୟ , ଏଣୁ ସୂର୍ଯ୍ୟ ସମ୍ବନ୍ଧୀୟ ଗ୍ରହ ଦୋଷ ଥିଲେ ଲାଲ ଚନ୍ଦନ ଗଛ ବିଧି- ବିଧାନ ସହ ପୂଜା କରନ୍ତୁ । ଏହି ଗଛକୁ ପୂଜା କଲେ ଚାକରିରେ ପଦୋନ୍ନତି ଶୀଘ୍ର ହୋଇଥାଏ ।

କଦଳୀ ଗଛ:-  କଦଳୀ ଗଛକୁ ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ବ୍ୟବହାର କରାଯାଏ । ଏହା ଅତ୍ୟନ୍ତ ଶୁଭପ୍ରଦ ବୋଲି ହିନ୍ଦୁ ଶାସ୍ତ୍ରରେ ବର୍ଣ୍ଣିତ । କୁଣ୍ଡଳୀରେ ଗୁରୁ ଦୋଷ ଥିଲେ କଦଳୀ ଗଛ ପୂଜା କଲେ ଅନେକ ଲାଭ ମିଳିଥାଏ। ଏହି ଗଛକୁ ପୂଜା କଲେ ବିବାହ ଯୋଗ ଶୀଘ୍ର ଫିଟିଥାଏ।

ଅଁଳା ଗଛ:-  ଅଁଳା ଗଛ ପୂଜା କଲେ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଏପରି କଲେ ଧନ ସମ୍ୱନ୍ଧୀୟ ସମସ୍ୟା ଦୂର ହୋଇଥାଏ ଏବଂ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ । ଏହି ବୃକ୍ଷକୁ ଘରେ ଲଗେଇଲେ ଗୃହରେ ମା ଲକ୍ଷ୍ମୀଙ୍କ ବାସ ରୁହେ ବୋଲି ବିଶ୍ଵାସ ରହିଛି ।

ଜାଣନ୍ତୁ, ହିନ୍ଦୁଶାସ୍ତ୍ର ଅନୁସାରେ କେଉଁ ବୃକ୍ଷକୁ ପୂଜାକଲେ କେଉଁ ବାଧାରୁ ମୁକ୍ତି ମିଳେ

ପଢନ୍ତୁ, ୨୦୧୭ ରେ ସିଦ୍ଧାନ୍ତ ମହାପାତ୍ର , ୪ଟି ଯାଇଛି ଏବୋଂ ଆହୁରି ୨ଟି ଆସୁଛି