News

ନାବାଳିକା ଦୁଷ୍କର୍ମ ମାମଲା:ବାବା ଆଶାରାମ ବାପୁ ଦୋଷୀ ସାବ୍ୟସ୍ତ!

ଆଶାରାମ ବାପୁ ଦୋଷୀ

ବଳାତ୍କାର ମାମଲାରେ ଆଶାରାମ ବାପୁଙ୍କ ସମେତ ୫ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହାର ବିଚାର କରି ବୁଧବାର ଯୋଧପୁର କାରାଗାର ପରିସରରେ ବିଚାରପତି ମଧୁସୂଦନ ଶର୍ମା ଏହା ସୂଚିତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆଶାରାମଙ୍କ ସହଯୋଗୀ ଶିଳ୍ପୀ, ଶିବା, ଶରତଚନ୍ଦ୍ର ଓ ପ୍ରକାଶଙ୍କୁ ଯୋଧପୁରକୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେ ଜାମିନ ପାଇଁ କରିଥିବା ୧୨ଟି ଆବେଦନରୁ ଛଅଟି ଟ୍ରାଏଲ୍ କୋର୍ଟ, ତିନୋଟି ରାଜସ୍ଥାନ ହାଇକୋର୍ଟ ଏବଂ ତିନୋଟି ସୁପ୍ରିମ୍ କୋର୍ଟ ଖାରଜ କରି ଦେଇଥିଲେ।

ସୁରକ୍ଷା ପାଇଁ ଆଶାରାମ ରହୁଥିବା ଯୋଧପୁର କେନ୍ଦ୍ରୀୟ କାରାଗାରାରେ ସ୍ୱତନ୍ତ୍ର ଅଦାଲତ ବସିଥିଲା। ମାତ୍ର ଏହା ପୂର୍ବରୁ ଜେଲ ପରିସର ସହିତ ଯୋଧପୁର ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯିବା ସହ ୧୪୪ ଧାରା ଜାରି କରାଯାଇଥିଲା । ଅନ୍ୟ ପଟେ ଉତ୍ତର ପ୍ରଦେଶରେ ପୀଡିତ ପରିବାରର ସୁରକ୍ଷା ବଢାଇ ଦିଆଯାଇଛି । ସହାଜହାନପୁରର କ୍ଷେତ୍ର ଅଧିକାରୀ କେବି ସିଂହ କହିଛନ୍ତି ଆମେ ପୀଡିତା ଏବଂ ତାଙ୍କର ପରିବାରକୁ ପୁରା ସୁରକ୍ଷା ଯୋଗାଇ ଦେଇଛୁ । ରାୟକୁ ନେଇ ପୋଲିସ ପୁରା ସତର୍କ ରହିଛି।

ସୂଚନାଯୋଗ୍ୟ,ଜଣେ ୧୬ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଆଶାରାମ ଗିରଫ ହୋଇ ଯୋଧପୁର ସେଣ୍ଟ୍ରାଲ ଜେଲ୍‌ରେ ଥିଲେ। ୭୭ ବର୍ଷୀୟ ଆଶାରାମ ୨୦୧୩ରେ ଉତ୍ତରପ୍ରଦେଶର ସାହାଜାହାନପୁରର ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ତାଙ୍କୁ ୨୦୧୩ ସେପ୍ଟେମ୍ବର୧ ତାରିଖରେ ଇନ୍ଦୋରରୁ ଗିରଫ କରାଯାଇଥିଲା।

ପଢନ୍ତୁ; ପାର୍ସଲ ବୋମା ବିସ୍ଫୋରଣ ଘଟଣା: ଅପରାଧ ମାନିଲେ ପୁଞ୍ଜିଲାଲ

Related posts

ଭାରତୀୟ ପ୍ରତିରକ୍ଷା ଗବେଷଣା ଏବୋଂ ବିକାଶ ସଂଗଠନ ଦ୍ଵାରା ଚାନ୍ଦିପୁରରୁ ନିର୍ଭୟ କ୍ଷେପଣାସ୍ତ୍ର ପରୀକ୍ଷଣ

ENO Beuro

୨୬ରେ ଦିନିକିଆ ବ୍ୟାଙ୍କ ଧର୍ମଘଟ,ସାମିଲ ହେବେ ଦେଶର ୧୦ଲକ୍ଷ କର୍ମଚାରୀ

ENO Beuro

ଅଣ୍ଡା ଦର ଅଚାନକ ବୃଦ୍ଧି, କାରଣ ଏବେବି ଅସ୍ପଷ୍ଟ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More