News

ଓଡ଼ିଶା ଆସିବ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି

ଓଡ଼ିଶା ଆସିବ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି  । ଆସନ୍ତାକାଲି ରାଜ୍ୟ ବିଜେପି କାର୍ୟ୍ୟାଳୟକୁ ଚିତାଭସ୍ମ ଅଣାଯିବ । ୨୩ ତାରିଖ ଦିନ ଚିତାଭସ୍ମକୁ ପୁରୀ ନିଆଯିବ। ଗତ ୧୬ ତାରିଖରେ ବାଜପେୟୀଙ୍କ ଦେହାନ୍ତ ହୋଇଥିଲା। ଏହାପରେ ୧୯ତାରିଖରେ ହରିଦ୍ୱାର ଗଙ୍ଗାନଦୀରେ ବିସର୍ଜନ ହୋଇଥିଲା ଚିତା ଭସ୍ମ।

ଏହା ପୂର୍ବରୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାଧାରଣ ଲୋକ ବାଜପେୟୀଙ୍କ ଅସ୍ଥିକୁ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ମଧ୍ୟ ଦେଇପାରିବେ।

୨୩ ତାରିଖ ଦିନ ଏକ ବିଶାଳ ଶୋଭାଯାତ୍ରାରେ ବାଜପେୟୀଙ୍କ ଅସ୍ଥିକୁ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ନିଆଯିବ। ଶୋଭାଯାତ୍ରା ପୁରୀରେ ପହଞ୍ଚିବା ପରେ ବାଜପେୟୀଙ୍କ ଅସ୍ଥିକୁ ସମୁଦ୍ରରେ ବିସର୍ଜନ କରାଯିବ । ଏଥିସହ ରାଜ୍ୟର ବିଭିନ୍ନ ନଦୀରେ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଅସ୍ଥି ବିସର୍ଜନ ହେବାର କାର୍ଯ୍ୟକ୍ରମ ରହିଛି ।

vaj

ସୂଚନାଯୋଗ୍ୟ ବାଜପେୟୀଙ୍କ ଝିଅ ନମିତା ଭଟ୍ଟାଚାର୍ୟ୍ୟ ହରି-କି-ପୌରୀ ଘାଟରେ ଅସ୍ଥି ବିସର୍ଜନ କରିଥିଲେ । ଦେଶର ୧୦୦ଟି ପବିତ୍ର ନଦୀରେ ବାଜପେୟୀଙ୍କ ଅସ୍ଥି ବିସର୍ଜନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଉତ୍ତରପ୍ରଦେଶରୁ ୧୮ଟି କଳସ ଯାତ୍ରା ବାହାରିବ । ରାଜ୍ୟର ବିଭିନ୍ନ ପବିତ୍ର ନଦୀରେ ଏହି ଅସ୍ଥି ବିସର୍ଜନ ହେବ।

ପଢନ୍ତୁ;ପାକିସ୍ତାନ ସେନାଧ୍ୟକ୍ଷଙ୍କୁ ଆଲିଙ୍ଗନ ମାମଲା: ସିଧୁଙ୍କ ମୁଣ୍ଡ ପାଇଁ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କଲା ରାଷ୍ଟ୍ରୀୟ ବଜରଙ୍ଗ ଦଳ

Related posts

ଦେଶରେ ଆର୍ଥିକ ବର୍ଷ ଚକ୍ର ପରିବର୍ତ୍ତନ ପାଇଁ ୨୦୧୯ କୁ ଅପେକ୍ଷା

ENO Beuro

ସଡ଼କ ଦୁର୍ଘଟଣାରେ ଜୀବନ ହାରିଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଟି ରାମାରାଓଙ୍କ ପୁଅ

ENO Beuro

ଲୁଟ ପରେ ନାବାଳିକାକୁ ଗଣବଳତ୍କାର

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More