News

ନୂଆ ଆଡ଼ଭୋକେଟ୍ ଜେନେରାଲ ଭାବେ ଦାୟିତ୍ୱ ନେଲେ ଅଶୋକ ପରିଜା

Untitled 1

ବରିଷ୍ଠ ଆଇନଜୀନୀ ଅଶୋକ ପରିଜା   ଆଜି ହାଇକୋର୍ଟର ନୂଆ ଆଡ଼ଭୋକେଟ୍ ଜେନେରାଲ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଧିବଦ୍ଧ ଭାବେ ବର୍ତ୍ତମାନର ଆଡ଼ଭୋକେଟ୍ ଜେନେରାଲ ସୂର୍ଯ୍ୟ ମିଶ୍ରଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ଅଶୋକ ପରିଜା । କାର୍ଯ୍ୟଭାର ଗ୍ରହଣ ପରେ ଶ୍ରୀ ପରିଜା କହିଛନ୍ତି, ପ୍ରଥମେ ମୁଁ ଜଣେ ଓକିଲ ପରେ ଆଡ଼ଭୋକେଟ ଜେନେରାଲ । ସମସ୍ତ ଆଇନଜୀବୀ ଭାଇଙ୍କ ସହଯୋଗ ଓ ପରାମର୍ଶ ନେଇ କାମ କରିବି। ପୂର୍ବରୁ ଅଶୋକ ପରିଜା ବାର କାଉନସିଲ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଥିଲେ।

ମାତ୍ର ୨୩ ବର୍ଷ ବୟସରୁ  ଓଡ଼ିଶା ବାର କାଉନସିଲରେ ଜଣେ ଆଡ଼ଭୋକେଟ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଅଶୋକ ପରିଜା।୨୦୦୩ରେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଭାବେ ମାନ୍ୟତା ପାଇଥିଲେ। ସେ ୨୦୧୧ରେ ସର୍ବଭାରତୀୟ ବାର କାଉନସିଲ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି। ୨୦୧୬ରେ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନର ସଭାପତି ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଛନ୍ତି।

ପଢନ୍ତୁ: ଭାରତ ଫେରିଲେ ସାଉଦିରେ ଫସିରହିଥିବା ୯ ଓଡିଆ ଶ୍ରମିକ

Related posts

ଜୁଲାଇ ୧୫ରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ ଚନ୍ଦ୍ରାୟନ-୨

Ratnamani Moharana

ଫନି ପୀଡିତଙ୍କ ପାଇଁ ନବୀନଙ୍କ ସ୍ଵତନ୍ତ୍ର ପ୍ୟାକେଜ

Ratnamani Moharana

କଳ୍ପନା ଛକରେ ବସ୍ ଦୁର୍ଘଟଣା,୭ ଆହତ

ENO Beuro

Leave a Comment