ପୁଣିଥରେ ମା’ ହେବେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ

ବଲୀଉଡ ର ଶ୍ରେଷ୍ଟ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣିଥରେ ମା’ ହେବେ । ଏହା ଶୁଣିଲା ପରେ ଆପଣ ଆଶର୍ଯ୍ୟ ହୋଇଗଲେ ନା । କିନ୍ତୁ ସେ ରିଅଲ ଲାଇଫରେ ମା’ହେବାକୁ ଯାଉ ନାହାନ୍ତି ବରଂ ରିଲ ଲାଇଫରେ ମା’ ହେବାକୁ ଯାଉଛନ୍ତି । ଖବର ଅନୁସାରେ, ଐଶଙ୍କୁ ଗୋଟେ ନୂଆ ଫିଲ୍ମର ଅଫର ମିଳିଛି, ଯେଉଁଥିରେ ଐଶ୍ୱର୍ଯ୍ୟା ଏକ ସରୋଗେସୀ ମା ଭୂମିକାରେ ନଜର ଆସିପାରନ୍ତି ।

ସୂଚନା ଅନୁସାରେ ଐଶ୍ୱର୍ଯ୍ୟାଙ୍କ ନୂଆ ଫିଲ୍ମ ନାମ ‘ଜୈସ୍ମିନ-ଏକ କିରାଏ କୀ କୋଖ’ ରହିଛି । ଏହି ଫିଲ୍ମଟି ସରୋଗେସୀ ମା’ ଉପରେ ଅଧାରିତ । ଯେଉଁଥିରେ ଐଶ୍ୱର୍ଯ୍ୟା ସରୋଗେଟ ମା’ ରୋଲ କରିବେ ବୋଲି ଶୁଣାଯାଉଛି।

ଏହି ଫିଲ୍ମର ପ୍ରଯୋଜକ ପ୍ରେରଣା ଅରୋରାଙ୍କ କହିବା ଅନୁଯାୟୀ, ଜୈସ୍ମିନ ଫିଲ୍ମ ପାଇଁ ଐଶ ହିଁ ଠିକ୍ ଅଭିନେତ୍ରୀ । ଏହି ଫିଲ୍ମରେ ଐଶ ସରୋଗେସି ମା’ ଭାବେ ଭଲ ଅଭିନୟ କରିପାରିବେ । ଫିଲ୍ମଟି ଗୋଟେ ରିଅଲ କାହାଣୀ ଉପରେ ଅଧାରିତ ।

ଫିଲ୍ମଟି ଗୁଜରାଟର ଏକ ମହିଳାଙ୍କ କାହାଣୀକୁ ନେଇ ଆଧାରିତ ।  ଏହି  ଫିଲ୍ମର କାହାଣୀ ଅନୁଯାୟୀ, ମହିଳା ନିଜେ ମା’ ହେବାକୁ ଚାହୁଁନାହାନ୍ତି କିନ୍ତୁ ଅନ୍ୟ ମାନଙ୍କ ପାଇଁ ସରୋଗେସି ମା ହେବା ପାଇଁ ନିଷ୍ପତି ନେଉଛନ୍ତି । କିନ୍ତୁ ସରୋଗେଟ ମା ହେବା ପରେ ଜନ୍ମ କରିଥିବା ଶିଶୁଙ୍କ ପ୍ରତି ତାଙ୍କର ମୋହ ଆସୁଛି । ଏପରିକି ସେ ଜନ୍ମ କରିଥିବା ପିଲାକୁ ନିଜ ପାଖରୁ ଦୂରେଇବାକୁ ମଧ୍ୟ ଚାହୁଁନାହିଁ । ଏଭଳି କାହାଣୀକୁ ନେଇ ଫିଲ୍ମଟି ନିର୍ମାଣ ହେବ ବୋଲି ସୂଚନା ମିଳିଛି । ଏହି ଫିଲ୍ମ ପାଇଁ ଐଶ୍ୱର୍ଯ୍ୟା ହିଁ ଆମର ପ୍ରଥମ ପସନ୍ଦ । ତେବେ ସେ ଏହି ଫିଲ୍ମ କରିବେ କି ନାହିଁ ତାଙ୍କ ଉପରେ ନିର୍ଭର କରେ ବୋଲି ପ୍ରେରଣା କହିଛନ୍ତି।

ପଢନ୍ତୁ ;

୫ ମାସ ଲାଗି କ୍ରିକେଟରୁ ନିଲମ୍ବିତ ହେଲେ ୟୁସୁଫ ପଠାନ

ବଲୀଉଡ ର ଶ୍ରେଷ୍ଟ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣିଥରେ ମା’ ହେବେ - 4.3

86%

କିନ୍ତୁ ସେ ରିଅଲ ଲାଇଫରେ ମା’ହେବାକୁ ଯାଉ ନାହାନ୍ତି ବରଂ ରିଲ ଲାଇଫରେ ମା’ ହେବାକୁ ଯାଉଛନ୍ତି - 3.8

76%
4.1/5

Very Good!

ପୁଣିଥରେ ମା’ ହେବେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ

ବଲୀଉଡ ର ଶ୍ରେଷ୍ଟ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣିଥରେ ମା’ ହେବେ । ଏହା ଶୁଣିଲା ପରେ ଆପଣ ଆଶର୍ଯ୍ୟ ହୋଇଗଲେ ନା । କିନ୍ତୁ ସେ ରିଅଲ ଲାଇଫରେ ମା’ହେବାକୁ ଯାଉ ନାହାନ୍ତି ବରଂ ରିଲ ଲାଇଫରେ ମା’ ହେବାକୁ ଯାଉଛନ୍ତି । ଖବର ଅନୁସାରେ, ଐଶଙ୍କୁ ଗୋଟେ ନୂଆ ଫିଲ୍ମର ଅଫର ମିଳିଛି, ଯେଉଁଥିରେ ଐଶ୍ୱର୍ଯ୍ୟା ଏକ ସରୋଗେସୀ ମା ଭୂମିକାରେ ନଜର ଆସିପାରନ୍ତି ।

No Votes Yet

You're not rated yet