• Home
  • SPORTS
  • ଆଇପିଏଲ୍‌ ୨୦୧୮ : କିଙ୍ଗସ୍‌ ଏକାଦଶ ପଞ୍ଜାବର ଅଧିନାୟକ ଅଶ୍ୱିନ
SPORTS

ଆଇପିଏଲ୍‌ ୨୦୧୮ : କିଙ୍ଗସ୍‌ ଏକାଦଶ ପଞ୍ଜାବର ଅଧିନାୟକ ଅଶ୍ୱିନ

ଅଶ୍ଵିନି ହେଲେ କିଙ୍ଗ୍ସ ଇଲେଭେନ ପଞ୍ଜାବର ଅଧିନାୟକ

ଭାରତର ୧ନଂ ଟେଷ୍ଟ ସ୍ପିନର ଭାବେ ଜଣାଶୁଣା ଅଶ୍ୱିନ ୨୦୧୭ ଜୁଲାଇରୁ ଜାତୀୟ ଦିନିକିଆ ଓ ଟ୍ୱେଣ୍ଟି୨୦ ଦଳରୁ ବାଦ୍‌ ପଡ଼ି ଆସୁଛନ୍ତି । ଆଇପିଏଲ୍‌ର ଅନ୍ୟତମ ଦଳ କିଙ୍ଗସ୍‌ ଏକାଦଶ ପଞ୍ଜାବର ଅଧିନାୟକ ଭାବେ ବରିଷ୍ଠ ଅଫ୍‌ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ମନୋନୀତ କରାଯାଇଛି । ପଞ୍ଜାବ ଦଳରେ ଯୁବରାଜ ସିଂହ ଓ କ୍ରିସ୍‌ ଗେଲ୍‌ଙ୍କ ଭଳି ବରିଷ୍ଠ ଖେଳାଳି ଥିଲେ ମଧ୍ୟ ଅଶ୍ୱିନଙ୍କୁ ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି ।

ଗତ ଜାନୁଆରୀରେ ଅଶ୍ୱିନଙ୍କୁ ପଞ୍ଜାବ ଦଳ ୭.୬ କୋଟି ଟଙ୍କାରେ କିଣିଥିଲା । ୩୧ ବର୍ଷୀୟ ଅଶ୍ୱିନ ୨୦୦୯ରୁ ୨୦୧୫ ପର୍ଯ୍ୟନ୍ତ ଚେନ୍ନାଇ ସୁପର କିଙ୍ଗସ୍‌ ତରଫରୁ ଆଇପିଏଲ୍‌ରେ ଖେଳିଥିଲେ। ଏହି ସମୟ ମଧ୍ୟରେ ଚେନ୍ନାଇ ଦଳ ୨ଥର ଆଇପିଏଲ୍‌ ଚମ୍ପିଆନ ହୋଇଥିଲା। ୨୦୧୬ରେ ଅଶ୍ୱିନ ରାଇଜିଂ ପୁଣେ ସୁପର ଜାଏଣ୍ଟ ଦଳ ତରଫରୁ ଆଇପିଏଲ୍‌ ଖେଳିଥିବା ବେଳେ ୨୦୧୭ରେ ଆହତ ଥିବାରୁ ଆଇପିଏଲ୍‌ ଖେଳି ପାରିନଥିଲେ ।

ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କଲେ ଅଶ୍ୱିନ ପୁନର୍ବାର ଭାରତୀୟ ଦିନିକିଆ ଓ ଟ୍ୱେଣ୍ଟି୨୦ ଦଳକୁ ଫେରିବାର ଆଶା ରହିଛି। ନିଜ ପ୍ରତିକ୍ରିୟାରେ ଅଶ୍ୱିନ କହିଥିଲେ ପଞ୍ଜାବ ଦଳରେ ଅନେକ ପ୍ରତିଭାବାନ ଖେଳାଳି ଅଛନ୍ତି। ତାଙ୍କୁ ଦଳର ନେତୃତ୍ୱ ନେବାର ସୁଯୋଗ ମିଳିଥିବାରୁ ସେ ବେଶ୍‌ ଖୁସି । ପୂର୍ବରୁ ସେ ଘରୋଇ କ୍ରିକେଟ୍‌ରେ ଅଧିନାୟକ ଭାବେ ଦାୟିତ୍ୱ ତୁଲାଇଥିବାରୁ ତାଙ୍କ ନିକଟରେ ଅଭିଜ୍ଞତା ରହିଛି ଏବଂ ଆଇପିଏଲ୍‌ରେ ପଞ୍ଜାବ ଦଳକୁ ପରିଚାଳନା କରିବାରେ କୌଣସି ଅସୁବିଧା ନାହିଁ ।
ଆଇପିଏଲ୍‌ ୨୦୧୮ : କିଙ୍ଗସ୍‌ ଏକାଦଶ ପଞ୍ଜାବର ଅଧିନାୟକ ଅଶ୍ୱିନ ASHWIN 1
ପଢନ୍ତୁ ;

କାଉର କେଉଁ ସଂକେତକୁ ଶୁଭ ଓ କେଉଁ ସଂକେତକୁ ଅଶୁଭ ମାନାଯାଏ ଜାଣନ୍ତୁ

Related posts

ଇତିହାସ ରଚିଲେ ରୋଜର ଫେଡେରର : ଅଷ୍ଟ୍ରେଲିଆନ ଓପନ

Krishna Kumar Manoj

ସାମିଙ୍କ ବିରୋଧରେ ଧର୍ଷଣ ଓ ହତ୍ୟା ଉଦ୍ୟମ ମାମଲା : ଆଇପିଏଲରୁ ପଡି ପାରନ୍ତି ବାଦ 

Krishna Kumar Manoj

ଦିନିକିଆ ମାନ୍ୟତା:ଶୀର୍ଷ ମାନ୍ୟତା ସହ ରେଟିଂ ପଏଣ୍ଟରେ ରେକର୍ଡ କଲେ କୋହଲି

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More