• Home
  • SPORTS
  • ମହିଳା ହକି : ଏସିୟା କପ ସେମିଫାଇନାଲ ରେ ଭାରତ ଓ ଜାପାନ ମୁହାଁମୁହିଁ
SPORTS

ମହିଳା ହକି : ଏସିୟା କପ ସେମିଫାଇନାଲ ରେ ଭାରତ ଓ ଜାପାନ ମୁହାଁମୁହିଁ

ମହିଳା ହକି ଏସିୟା କପ ଟୁର୍ଣ୍ଣାମେଣ୍ଟରା ସେମିଫିନାଲରେ ଆଜି ଭାରତ ଓ ଜାପାନ ଦଳ ମୁହାଁମୁହିଁ ହେବେ । ଏହି ମ୍ୟାଚ ଭାରତୀୟ ସମୟାନୁବର୍ତ୍ତୀ ଅନୁସାରେ ସନ୍ଧ୍ୟା ୬.୩୦ ରେ ଆରମ୍ଭ ହେବ । ଭାରତ କ୍ଵାର୍ଟର ଫାଇନାଲ ମ୍ୟାଚରେ କଜକିସ୍ତାନକୁ ୭-୧ ରେ ହରାଇ ସେମିଫିନାଲରେ ପ୍ରବେଶ କରିଛି । ଅପରପକ୍ଷରେ ଜାପାନ ମାଲେସିଆକୁ ୨-୦ରେ ହରାଇ ସେସ ୪ ଦଳ ମଧ୍ୟରେ ଜାଗା ବନେଇ ପାରିଛି । ଭାରତୀୟ ଦଳ ଏହି ଟୁର୍ଣ୍ଣାମେଣ୍ଟରେ କେବଳ ଗୋଟିଏ ଥର ଆଖିଦୃଶିଆ ବିଜୟ ହାସିଲ କରିଛି । ୨୦୦୪ ମସିହାରେ ଭାରତରେ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ଜାପାନକୁ ୧-୦ରେ ହରାଇ ଭାରତ ଏହି ବିଜୟ ହାସଲ କରିଥିଲା ।

ଜାପାନ ୨୦୦୭ରେ ହଂକଂରେ ଓ ୨୦୧୩ରେ କୁଆଲାଲଂପୁରରେ ଆୟୋଜିତ ଟୁର୍ଣ୍ଣାମେଣ୍ଟ ରେ ବିଜୟ ଲାଭ କରିଥିଲା । ଭାରତୀୟ ଦଳ ତିନି ଥର ଏହି ଟୁର୍ଣ୍ଣାମେଣ୍ଟରେ ଫାଇନାଲ ପର୍ଯ୍ୟନ୍ତ ଯାଇପାରିଛି । ୧୯୯୯ରେ ଜାପାନ ଭାରତରେ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ଫାଇନାଲରେ ଦକ୍ଷିଣ କୋରିଆ ହାତରେ ୩-୨ରେ ହାରିଥିଲା । ୨୦୦୪ରେ ସେ ଜିତିପାରିଥିଲା ।

ଭାରତର ନଜର ଦ୍ଵିତୀୟ ଥର ଜିତିବାରେ ରହିଥିବା ବେଳେ ଜାପାନର ହ୍ୟାଟ୍ରିକ କରିବା ପାଇଁ ନଜର ରହିବ ।

ମହିଳା ହକି : ଏସିୟା କପ ସେମିଫାଇନାଲ ରେ ଭାରତ ଓ ଜାପାନ ମୁହାଁମୁହିଁ   ମହିଳା ହକି : ଏସିୟା କପ ସେମିଫାଇନାଲ ରେ ଭାରତ ଓ ଜାପାନ ମୁହାଁମୁହିଁ

ପଢନ୍ତୁ, ଆଶିଷ ନେହେରାଙ୍କୁ ଭାରତର ବିଜୟ ଭେଟି । 

Related posts

ମାସିକ ଭରଣପୋଷଣ ପାଇଁ ୧୫ ଲକ୍ଷ ଦାବି କଲେ ମହମ୍ମଦ ସାମିଙ୍କ ପତ୍ନୀ

Krishna Kumar Manoj

ନେହରାଙ୍କୁ ଭାରତର ବିଜୟ ଭେଟି, ଭାରତ ୫୩ ରନ୍‌ରେ ବିଜୟୀ

Krishna Kumar Manoj

ଭାରତୀୟ ହକିର ଉଦୀୟମାନ ତାରକା ଦୀପସାନ ତିର୍କି ଙ୍କୁ ସମ୍ମାନୀୟ ଏକଲବ୍ୟ ପୁରସ୍କାର

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More