SPORTS

ଏସିଆ କପ: ଆଜି ବାଂଲାଦେଶକୁ ଭେଟିବ ଭାରତ

ଆଜିଠୁ ଏସିଆ କପ୍‌ ସୁପର ଫୋର ମୁକାବିଲା

ଆଜିଠୁ ଏସିଆ କପ୍‌ ସୁପର ଫୋର ମୁକାବିଲା ଆରମ୍ଭ ହେଉଛି । ପ୍ରଥମ ମ୍ୟାଚରେ ବାଲାଂଦେଶକୁ ଭେଟିବ ଟିମ ଇଣ୍ଡିଆ । ଭାରତୀୟ ସମୟ ଅପରାହ୍ନ ୫ଟାରେ ଦୁବାଇ ଇଣ୍ଟର ନ୍ୟାସନାଲ ପଡିଆରେ ଉଭୟ ଦଳ ମୁହାଁ ମୁହିଁ ହେବେ। ଲିଗରେ ଦମଦାର ଖେଳ ପ୍ରଦର୍ଶନ କରିଥିବା ଭାରତ ମ୍ୟାଚ ଜିତିବାକୁ ପୂରା ଦମ ଲଗାଇବ । ତେବେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଆହତ ହୋଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ତାଙ୍କ ବଦଳରେ ମନୀଷ ପାଣ୍ଡେଙ୍କୁ ଚୁଡାନ୍ତ ଏକାଦଶରେ ସାମିଲ କରାଯାଇପାରେ।

match ଏସିଆ ଏସିଆ କପ: ଆଜି ବାଂଲାଦେଶକୁ ଭେଟିବ ଭାରତ match

ଗତ ଦୁଇଟି ମ୍ୟାଚରେ ଧୋନୀ ସେଭଲି କିଛି କରିସ୍ମା ଦେଖାଇ ପାରି ନଥିଲେ । ଯାହା ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହା ଦେଖିବାକୁ ମିଳିପାରେ କି ଅଧିନାୟକ ରୋହିତ ଶର୍ମା ତାଙ୍କର ବ୍ୟାଟିଂ ଅର୍ଡରରେ ପରିବର୍ତନ କରୁଛନ୍ତି ନା ନାହିଁ । ତାଙ୍କୁ ୩ କିମ୍ବା ଚତୁର୍ଥ ସ୍ଥାନରେ ବ୍ୟାଟିଂ ଦେବାକୁ ମ୍ୟାନେଜମେଂଟ୍ ଚିନ୍ତା କରୁଛି । ବାଜି ପଲଟାଇବାରେ ମାହିର ବାଂଲାଦେଶ । ଅନେକ ସମୟରେ ବଡ ବଡ ଦଳଙ୍କୁ ଟୁର୍ଣ୍ଣାମେଂଟରୁ ଆଉଟ୍ କରିଛି ଏହି ଦଳ । ୨୦୧୨ ଏସିଆ କପ୍ ଫାଇନାଲରେ ଏହି ଦଳ ସ୍ଥାନ ପକ୍କା କରି ନେଇଥିଲା । ଏହି ମୁକାବିଲାରେ ବାଂଲାଦେଶ ଭାରତକୁ ମାତ୍ ଦେଇ ସଚିନଙ୍କ ୧୦୦ ତମ ଶତକକୁ ଫିକା କରି ଦେଇଥିଲା । ପ୍ରେରଣାଦାୟୀ ଅଧିନାୟକ ମଶରେଫ ମୋର୍ତାଜାଙ୍କ ମାର୍ଗଦର୍ଶନରେ ମୁଶଫିକର ରହିମ, ଶକିବ ଉଲ ହସନ, ମହମ୍ମଦୁଲାହ ଦଳକୁ ମଜବୁତ ସ୍ଥିତିରେ ପହଁଚାଇଛନ୍ତି।

ସୂଚନାଯୋଗ୍ୟ,ଲିଗରେ ହଂକଂ ଓ ପାକିସ୍ତାନଠାରୁ ମ୍ୟାଚ୍‌ ଜିତିଥିବା ଟିମ୍‌ ଇଣ୍ଡିଆର ମନବଳ ଦୃଢ ଅଛି । ବାଂଲାଦେଶକୁ ହରାଇ ସିରିଜରେ ଅପରାଜୟ ରହିବାକୁ ଦଳ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ସେପଟେ ଦମଦାର ଫର୍ମରେ ଅଛି ବାଂଲାଂ ବାହିନୀ । ତେଣୁ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିବ ବୋଲି କ୍ରିକେଟ ବିଶେଷଜ୍ଞ ଆଶା ରଖିଛନ୍ତି।

ପଢନ୍ତୁ;କୃଷି ଭବନକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Related posts

ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ସଫଳ ଆୟୋଜନ ପାଇଁ ଓଡ଼ିଶାକୁ ମିଳିଛି ସ୍ୱତନ୍ତ୍ର ପୁରସ୍କାର

ENO Beuro

ଅନ୍ତର୍ଜାତୀୟ ପଦାର୍ପଣ କଲେ ଅର୍ଜୁନ

ENO Beuro

ଫିଫା ବିଶ୍ୱକପ୍‌: ଫାଇନାଲରେ କ୍ରୋଏସିଆ-ଫ୍ରାନ୍ସ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More