SPORTS

ଏସିଆନ ପାରା ଗେମ୍ସରେ ବ୍ରୋଞ୍ଜ ଜିତିଲେ ଜୟନ୍ତୀ

jayanti

ଓଡ଼ିଆ ପାରା ଆଥଲେଟ୍‌ ଜୟନ୍ତୀ ବେହେରା ଏବେ ଅନ୍ତର୍ଜାତୀୟ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରି ରାଜ୍ୟ ପାଇଁ ଇତିହାସ ରଚିଛନ୍ତି। ଇଣ୍ଡୋନେସିଆର ଜାକର୍ତାରେ ଚାଲିଥିବା ଏସିଆନ ପାରା ଗେମ୍ସରେ ୨୦୦ ମିଟର ଦୌଡରେ ବ୍ରୋଂଜ ପଦକ ହାସଲ କରିଛନ୍ତି ଓଡ଼ିଆ ଝିଅ ଜୟନ୍ତୀ ବେହେରା। ଇଣ୍ଡୋନେସିଆର ଜାକର୍ତାରେ ପୁଣି ଥରେ ଚମକିଛନ୍ତି ଓଡ଼ିଆ ଝିଅ ଜୟନ୍ତୀ । ସେ ୨୦୦ ମିଟର ଦୌଡରେ ବ୍ରୋଂଜ ପଦକ ହାସଲ କରି ଓଡିଶାକୁ ଗର୍ବିତ କରାଇଛନ୍ତି । ଆଜି ସକାଳେ ୨୦୦ ମିଟର ଦୌଡ ପ୍ରତିଯୋଗୀତାର ଫାଇନାଲ ରେସ ଅନୁଷ୍ଠିତ ହୋଇଥିଲା।

jayanti

ସେହିପରି ଚାଇନାର ଲି ଲୁ ୨୫.୮୨ ସେକେଣ୍ଡରେ ଦୂରତା ଅତିକ୍ରମ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ୱାଙ୍ଗ୍‌ ୟାନ୍‌ପିଙ୍ଗ୍‌ ୨୬.୪୫ ସେକେଣ୍ଡରେ ରୌପ୍ୟ କରିଛନ୍ତି। ସୋମବାର ଜୟନ୍ତୀ ୨୭.୭୧ ସେକେଣ୍ଡରେ ଫିନିସ ଲାଇନ ପାରି କରି ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲେ।

ଗତବର୍ଷ ଦୁବାଇରେ ଆୟୋଜିତ ଏସିଆନ୍‌ ୟୁଥ୍‌ ପାରା ଗେମ୍ସ ୨୦୧୭ରେ ୧୦୦ ମିଟର ଦୌଡ଼କୁଦ ପ୍ରତିଯୋଗିତାରେ ଜୟନ୍ତୀ ରୌପ୍ୟ ପଦକ ହାସଲ କରିଥିଲେ। ସେହିପରି ସୁଇଜରଲ୍ୟାଣ୍ଡରେ ଆୟୋଜିତ ବିଶ୍ୱ ଜୁନିୟର୍‌ ପାରା ଆଥଲେଟିକ୍ସ ଚାମ୍ପିୟନ୍‌ସିପ୍‌ରେ ୪୦୦ ମିଟର ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିଲେ ଜୟନ୍ତୀ

ପଢନ୍ତୁ; ହାଜର ହେଲେନି ଆୟାର,ଚିଠି ଲେଖି କ୍ଷମା ମାଗିଲେ

Related posts

ଆଇସିସି ଟେଷ୍ଟ ମାନ୍ୟତା: ଶୀର୍ଷରେ ଆଣ୍ଡରସନ

ENO Beuro

ଚେନ୍ନାଇକୁ ୬ ୱିକେଟ୍‌ରେ ହରାଇଲା ହାଇଦ୍ରାବାଦ

Ratnamani Moharana

ମାହିଙ୍କ ଗ୍ଲୋଭ୍‌ସରୁ ହଟାଯିବ ବଳିଦାନ ବ୍ୟାଜ

Ratnamani Moharana

Leave a Comment