News

ଅସିତ୍‌ ତ୍ରିପାଠୀ ହେଲେ ନୂଅା ଉନ୍ନୟନ କମିଶନର

ଅସିତ ତ୍ରିପାଠୀ ହେଲେ ନୂଆ ଉନ୍ନୟନ କମିଶନର । ତାଙ୍କୁ ନୂଆ ଉନ୍ନୟନ କମିଶନର ଭାବେ ନିଯୁକ୍ତି ମିଳିଛି । ଗୃହ ବିଭାଗର ସଚିବ ଭାବେ ସେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ୧୯୮୬ ବ୍ୟଚର ପ୍ରଶାସନିକ ଅଧିକାରୀ ରହିଥିବା ଶ୍ରୀ ତ୍ରିପାଠୀଙ୍କୁ ଆର. ବାଲକ୍ରିଷ୍ଣନଙ୍କ ଅବସର ପରେ ଏହି ନୂଆ ଦାୟିତ୍ୱ ଦିଆଯାଇଛି । ସେ ପୂର୍ବଭଳି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ବ ତୁଲାଇବେ। ପୂର୍ବରୁ ଉନ୍ନୟନ କମିସନର ଶ୍ରୀ ବାଲକ୍ରିଷ୍ଣନ୍ ଏହି ଦାୟିତ୍ବରେ ଥିଲେ।

asit

ଅନ୍ୟପକ୍ଷରେ ବରିଷ୍ଠ ଆଇଏଏସ ସଂଗ୍ରାମ ମିଶ୍ର ଅବସର ନେଇଛନ୍ତି । ତାଙ୍କ ସ୍ଥାନରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଏବଂ ରାଜ୍ୟ ପ୍ରଦୂଷଣ ବୋର୍ଡର ଅଧ୍ୟକ୍ଷ ଭାବେ ମଧ୍ୟ ଶ୍ରୀ ପାଢୀଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ମର୍ମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫାଇଲ୍ରେ ଅନୁମୋଦନ ଦେବାପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପଢନ୍ତୁ;  ଆଜି ହେଉଛି ବିଶ୍ଵ ଏଡସ ଦିବସ

Related posts

ସିରିୟାରେ ରାସାୟନିକ ଆକ୍ରମଣ

ENO Beuro

ଇଣ୍ଡୋନେସିଆରେ ଭୂକମ୍ପ-ସୁନାମି: ମୃତ୍ୟୁ ସଂଖ୍ୟା ୮୩୨

ENO Beuro

ତୃତୀୟ ବିଶ୍ୱଯୁଦ୍ଧ: ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ନିଜ ସେନାକୁ କହିଲା ରୁଷ!

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More