ଆସାମ ସରକାରଙ୍କ ଘୋଷଣା: କନ୍ୟାଙ୍କୁ ମିଳିବ ୧ ତୋଳା ସୁନା

gold1

ଆଗକୁ ନିର୍ବାଚନ ଥିବା ବେଳେ ବିଭିନ୍ନ ରାଜ୍ୟର ସରକାର ଲୋକମାନଙ୍କ ପାଇଁ ନୂଆ ନୂଆ ଯୋଜନା ସମ୍ପର୍କରେ ଘୋଷଣା କରୁଛନ୍ତି। ସେହି କ୍ରମରେ ଆସମାର ବିଜେପି ସରକାର ବିବାହ ସମୟରେ ରାଜ୍ୟରେ କନ୍ୟାଙ୍କୁ ସରକାରଙ୍କ ପକ୍ଷରୁ ୧ ତୋଳା (୧୧.୬୬ ଗ୍ରାମ) ସୁନା ଉପହାରସ୍ୱରୂପ ଦିଆଯିବ ବୋଲି ଘୋଷଣା କରିଛନ୍ତି। ବର୍ତ୍ତମାନ ବଜାର ମୂଲ୍ୟ ଅନୁସାରେ ୧ ତୋଳା ସୁନାର ଦାମ ପ୍ରାୟ ୩୮ ହଜାର ଟଙ୍କା।

ରାଜ୍ୟର ଅର୍ଥମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ତାଙ୍କୁ ଖୁବ୍‌ ଖୁସି ଲାଗୁଛି ଯେ ରାଜ୍ୟର କନ୍ୟାମାନଙ୍କ ପାଇଁ ସରକାର ଏଭଳି ଅଭିନବ ଯୋଜନା କରିଛନ୍ତି। ଏହାସହିତ ବର୍ତ୍ତମାନ ଆର୍ଥିକ ବର୍ଷରେ ସମସ୍ତ ଶିକ୍ଷା ଋଣ ଉପରେ ଥରକ ପାଇଁ ୫୦ ହଜାର ଟଙ୍କାର ସବ୍‌ସିଡି ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।

ପଢନ୍ତୁ; ମନି ଲଣ୍ଡରିଂ ମାମଲା: ରବର୍ଟ ଭଦ୍ରାଙ୍କୁ ଇଡିର ୬ ଘଣ୍ଟା ଜେରା

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More