News

ଆସାମରେ ଜଳ ତାଣ୍ଡବ: କାଜିରଙ୍ଗା ଜାତୀୟ ଉଦ୍ୟାନରେ ଭାସୁଛନ୍ତି ପଶୁ

Untitled 1

ଆସାମରେ ଜଳ ତାଣ୍ଡବ।  ଆସାମରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଅଧିକ ସଂଗୀନ ହେବାରେ ଲାଗିଛି । ରାଜ୍ୟର ମୋଟ ୩୩ଟି ଜିଲ୍ଲାରୁ ପ୍ରାୟ ୩୦ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି ।ଯେଉଁଥିରେ ୧୭ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ୪୫ଲକ୍ଷରୁ ଅଧିକ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି । କେନ୍ଦ୍ର ସରକାର ବନ୍ୟା ପ୍ରପୀଡିତଙ୍କ ସହାୟତା ପାଇଁ ୨୫୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଘୋଷଣା କରିଛନ୍ତି ।ସେହିପରି ଭାରତର ପଡୋସି ରାଷ୍ଟ୍ର ନେପାଳ   ମଧ୍ୟ ବନ୍ୟାର ପ୍ରକୋପରେ ଫସିକି ରହିଛି ।

ରିଲିଫ୍‌ ଏବଂ ଉଦ୍ଧାର କାର୍ଯ୍ୟ ଏର୍ପ୍ୟନ୍ତ ଜାରି ରହିଛି । ବନ୍ୟା ପ୍ରଭାବିତ ଅଞ୍ଚଳ ମାନଙ୍କରେ ଏସ୍‌ଡିଆରଏଫ ଏବଂ ଏନଡିଆରଏଫ୍‌ ର ୨୬ ଟି ଟିମ୍‌ ଏପର୍ଯ୍ୟନ୍ତ ୨୫ହଜାର ଲୋକଙ୍କୁ  ସୁରକ୍ଷିତ ଭାବେ ଥଇଥାନ କରିଛନ୍ତି ।   ଆସାମରେ ବନ୍ୟା ଯୋଗୁ ୨୫ ଜଣଙ୍କର ମୃତ୍ୟ ଘଟିସାରିଲାଣି । ୪୩ ଲକ୍ଷ ଲୋକ ବନ୍ୟାପ୍ରଭାବିତ ବୋଲି ରିପୋର୍ଟ ପ୍ରକାଶ ପାଇଛି ଉଦ୍ଧାରକାରୀଙ୍କ ଦ୍ୱାରା ଏପର୍ଯ୍ୟନ୍ତ ୨୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନ୍ତରିତ କରାଯାଇଛି ।

ବନ୍ୟାରେ ବେହାଲ କାଜିରଙ୍ଗାର ହୃଦୟଥରା ଦୃଶ୍ୟ, ଡହଳ ବିକଳ ହେଉଛନ୍ତି ହରିଣ

ଲଗାଣ ବର୍ଷା ଯୋଗୁଁ କାଜିରଙ୍ଗା ଜାତୀୟ ଉଦ୍ୟାନରେ ଲହଡି ମାରୁଛି ବନ୍ୟାଜଳ । ବ୍ରହ୍ମପୁତ୍ର ନଦୀର ଜଳସ୍ତର ବଢିବାରୁ କାଜିରଙ୍ଗା ଉଦ୍ୟାନ ୮୦ ପ୍ରତିଶତ ବୁଡିଯାଇଛି । ସେଠାରେ ଥିବା ବନ୍ୟ ଜୀବଜନ୍ତୁ ଉଚ୍ଚ ଓ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଡହଳ ବିକଳ ହେଉଥିବାର ଦୃଶ୍ୟ ଯେକେହି ଦେଖୁଛି ହତବାକ ହେଉଛି। ଆଇଏଫ୍‌ଏସ୍‌ ପ୍ରବୀଣ କସ୍‌ୱାନ୍‌  ଶେୟାର କରିଛନ୍ତି ଏଭଳି ଏକ ଭିଡିଓ। ଯେଉଁଥିରେ ଜଳାର୍ଣ୍ଣବ କାଜିରଙ୍ଗାରେ ପହଁରୁଛନ୍ତି ୫ଟି ହରିଣ। ଉପରକୁ କେବଳ ମୁଣ୍ଡଟି ଦିଶୁଛି ଏବଂ ସେମାନେ କୌଣସି ମତେ ଏକ ଉଚ୍ଚ ସ୍ଥାନକୁ ଆସିବାରେ ସଫଳ ହେଉଛନ୍ତି।

Capture

ଏହି ଟ୍ୱିଟ୍‌ ଏବେ ବହୁଳ ମାତ୍ରାରେ ରିଟ୍ୱିଟ୍‌ ହେଉଛି। ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି, ଜୈବ ବିବିଧତାକୁ ମନୁଷ୍ୟ ନଷ୍ଟ କରିବାରେ ଲାଗିଛି, କିନ୍ତୁ ପରିଣାମ ଏମାନଙ୍କୁ ଭୋଗିବାକୁ ପଡ଼ୁଛି। ଆଉ ଜଣେ ଲେଖିଛନ୍ତି, ଏହା ଆମ ପାଇଁ ସତର୍କବାଣୀ।

ପଢନ୍ତୁ: କୋଲକାତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ୫ଜଣ ଓଡ଼ିଆ ଯୁବକ

 

 

Related posts

ପୁରୀରୁ ପୁଣି ଉଦ୍ଧାର ହେଲା ବିଶାଳକାୟ ‘ତିମି’ର ମୃତଦେହ

Ratnamani Moharana

ସେଲ୍‌ଫି ପାଇଁ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

ENO Beuro

ଗ୍ରାଣ୍ଡ ହେବ ନବୀନଙ୍କ ଶପଥ ଗ୍ରହଣ ଉତ୍ସବ

Ratnamani Moharana

Leave a Comment