• Home
  • News
  • ପ୍ରକାଶ ପାଇଲା ଏନଆରସି ଚୂଡାନ୍ତ ଚିଠା ତାଲିକା:ଆସାମରେ ୪୦ ଲକ୍ଷ ବେଆଇନ ନାଗରିକ
News

ପ୍ରକାଶ ପାଇଲା ଏନଆରସି ଚୂଡାନ୍ତ ଚିଠା ତାଲିକା:ଆସାମରେ ୪୦ ଲକ୍ଷ ବେଆଇନ ନାଗରିକ

ଆସାମରେ ଏନଆରସି ଆଜି ଦ୍ୱିତୀୟ ତାଲିକା ପ୍ରକାଶ କରିଛି । ଏଥିରେ ୪୦ ଲକ୍ଷ ଲୋକଙ୍କ ନାମ ନଥିବା ଜଣା ପଡିଛି ।ଏହାର ଅର୍ଥ ଏମାନେ ଏବେ ଭାରତୀୟ ନୁହଁନ୍ତି । ଏନଆରସି କହିବା ଅନୁସାରେ ସମୁଦାୟ ୨ କୋଟି ୮୯ ଲକ୍ଷ ୮୩ ହଜାର ୬୬୮ ଲୋକ ଭାରତୀୟ ନାଗରିକ ଅଟନ୍ତି । ତେବେ ଏହି ମାମାଲାରେ ଆଜି ସଂସଦର ଉଭୟ ଗୃହରେ ପ୍ରବଳ ହଙ୍ଗାମା ହୋଇଥିବା ଦେଖିବାକୁ ମିଳିଛି।

ପ୍ରକାଶିତ ଏନଆରସି ଲିଷ୍ଟରେ, ଆସାମରେ ୨କୋଟି ୮୯ଲକ୍ଷ ୮୩ ହଜାର ୬୭୭ ବ୍ୟକ୍ତିଙ୍କୁ ନାଗରିକତ୍ୱ ମିଳିଥିବାବେଳେ ୪୦ଲକ୍ଷ ନାଗରିକ ଅବୈଧ ଦର୍ଶାଯାଇଛି। ଆସାମର ନାଗରିକତ୍ୱ ପାଇଁ ୩ କୋଟି ୨୯ ଲକ୍ଷ ୯୧ ହଜାର ୩୮୪ ଜଣ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୪୦ଲକ୍ଷ ୭ହଜାର ୭୦୭ଜଣଙ୍କ ନାଗରିକତ୍ୱ ବାତିଲ ହୋଇଥିବାବେଳେ ଅବଶିଷ୍ଟଙ୍କୁ ନାଗରିକତ୍ୱର ମାନ୍ୟତା ମିଳିଥିବା ସୂଚନା ରହିଛି।

ସୂଚନାଯୋଗ୍ୟ ଆସାମରେ ବେଆଇନ ଭାବରେ ରହୁଥିବା ଲୋକଙ୍କୁ ବାହାର କରିବା ପାଇଁ ସରକାର ଏନଆରସି ଅଭିଯାନ ଚଳାଇଛନ୍ତି। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଅଭିଯାନରେ ଡିଟେକ୍ସ, ଡିଲିଟ ଓ ଡିପୋର୍ଟ ଆଧାରରେ ଏହି କାମ ହେଉଛି । ଆସାମରେ ବେଆଇନ ପ୍ରବେଶକୁ ଅଟକାଇବା ପାଇଁ ଏହି କାମ ୩୭ ବର୍ଷ ହେବ ଚାଲିଛି । ଗତ ଜାନୁଆରୀରେ ଏନଆରସିର ପ୍ରଥମ ତାଲିକା ଜାରି କରଯାଇଥିଲା । ଏଥିରେ ୩.୨୯ କୋଟି ଲୋକଙ୍କ ମଧ୍ୟରୁ ୧.୯ କୋଟି ଭାରତୀୟ ବୈଧ ନାଗରିକ ବୋଲି ଜଣାପଡ଼ିଥିଲା।

ପ୍ରକାଶ ପାଇଲା ଏନଆରସି ଚୂଡାନ୍ତ ଚିଠା ତାଲିକା:ଆସାମରେ ୪୦ ଲକ୍ଷ ବେଆଇନ ନାଗରିକ ପ୍ରକାଶ ପାଇଲା ଏନଆରସି ଚୂଡାନ୍ତ ଚିଠା ତାଲିକା:ଆସାମରେ ୪୦ ଲକ୍ଷ ବେଆଇନ ନାଗରିକ assam

ପଢନ୍ତୁ; ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୧୮ର ଟେବୁଲ ଟେନିସ୍ ପଦକ ବିଜେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ

Related posts

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇ ଓଡିଶା ପାଇଁ ଗୌରବ ଆଣିଛନ୍ତି ୨ ଓଡ଼ିଆ

Krishna Kumar Manoj

ଚେନ୍ନାଇରେ ଓଡ଼ିଶା ଭବନ ଉଦ୍‌ଘାଟିତ,ମଜବୁତ ହେବ ଓଡିଶା-ତାମିଲନାଡୁ ସମ୍ପର୍କ

Krishna Kumar Manoj

ଦକ୍ଷିଣ ଆଫ୍ରିକା ଗସ୍ତରେ ମୋଦି,ବ୍ରିକ୍ସ ସମ୍ମିଳନୀକୁ ସମ୍ବୋଧିତ କରି ଭାରତର ପକ୍ଷ ରଖିବେ ପ୍ରଧାନମନ୍ତ୍ରୀ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More