News

ବିଶ୍ୱ ରେକର୍ଡ କଲା ଆସାମ ଚା’, କେଜି ପିଛା ୩୯,୦୦୧ ଟଙ୍କା

By ENO Beuro

July 25, 2018

ଭାରତୀୟ ବଜାରରେ ଚା କିଲୋପ୍ରତି ୩୦୦ ରୁ ୫୦୦ ଟଙ୍କା ହୋଇଥିବା ବେଳେ ଆସାମ୍‌ରେ ଏକ ଚା ବଗିଚା କିଲୋପ୍ରତି ୩୯,୦୦୧ ଟଙ୍କା ଦରରେ ଚା ବିକ୍ରି କରି ବିଶ୍ୱ ରେକର୍ଡ କରିଛି। ବିଶ୍ୱସ୍ତରରେ ଆଜି ପର୍ଯ୍ୟନ୍ତ ଏତେ ଟଙ୍କାରେ ଚା’ ବିକ୍ରି ହୋଇ ନ ଥିବା କୁହାଯାଉଛି। ଏହି ନୂଆ ରେକର୍ଡ ଆସାମର ଚା’ ଉତ୍ପାଦନକାରୀଙ୍କୁ ପ୍ରୋତ୍ସାହିତ କରିବ ବୋଲି ଗୌହାଟୀ ଚା’ ନିଲାମ ସଂଘର ସଚିବ ଦିନେଶ ବହାନି କହିଛନ୍ତି। ନିଲାମରେ ୩୦ଟି ବ୍ରାଣ୍ଡର ଚା ଭାଗ ନେଇଥିବା ବେଳେ ମନୋହରି ଗୋଲ୍ଡ ଟି ଏହି ରେକର୍ଡ କରିବାର ସୌଭାଗ୍ୟ ଅର୍ଜନ କରିଛି।

ସୂଚନାଯୋଗ୍ୟ, ଲୋହିଆ କହିଛନ୍ତି ଯେ, ଏହି ଧରଣର ବିଶ୍ୱସ୍ତରୀୟ ଚା’ ଉତ୍ପାଦନ କରିବା ଲାଗି ଖୁବ୍‌ ପରିଶ୍ରମ କରିବାକୁ ପଡ଼ିଥାଏ। ଏହି ଚା’ ୨୪ କ୍ୟାରେଟ୍‌ ସୁନା ସ୍ଫଟିକ ଭଳି ଦିଶିଥାଏ। ସେ ଆହୁରି ମଧ୍ୟ କହିଛନ୍ତି, ମନୋହରି ଗୋଲ୍ଡ ବିଶ୍ୱସ୍ତରୀୟ ଗ୍ରାହକଙ୍କୁ ଆଖି ଆଗରେ ରଖି ଏଭଳି ଚା ଉତ୍ପାଦନ କରୁଛି। ଏଭଳି ପ୍ରୟାସ ନିଶ୍ଚିତ ଭାବେ ଚା’ ଶିଳ୍ପର ହଜି ଯାଇଥିବା ଗୌରବକୁ ଫେରାଇ ଆଣିବ।

ପଢନ୍ତୁ;ପ୍ରଚୁର ଟଙ୍କା ରୋଜଗାର ପରେ ବି ଘରେ ଅଶାନ୍ତି ଲାଗିରହୁଛି? ଜାଣନ୍ତୁ ଏହାର କାରଣ କଣ ହୋଇପାରେ !