POLITICALS

ବଜେଟ୍‌ ଅଧିବେଶନର ଦ୍ୱିତୀୟ ଦିନରେ ନରସିଂହଙ୍କ ପ୍ରଶ୍ନବାଣରେ ବିଜେଡି ଘାଇଲା

Untitled 1

ବିଧାନସଭା ବଜେଟ୍‌ ଅଧିବେଶନର ଆଜି ଦ୍ୱିତୀୟ ଦିନ। ଶୂନ୍ୟକାଳରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର  ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କ ଇଚ୍ଛାଧୀନ କୋଟା ପ୍ରସଙ୍ଗ ଉଠାଇଥିଲେ । ପ୍ରଶ୍ନକାଳରେ ରାଜ୍ୟରେ କୃଷି ଓ କୃଷକଙ୍କ ସମସ୍ୟା ନେଇ ଆଲୋଚନା କରାଯାଉଛି। କୃଷିକ୍ଷେତ୍ରକୁ ଆକୃଷ୍ଟ ପାଇଁ ପଦକ୍ଷେପ ଉପରେ ଆଲୋଚନା କରାଯାଉଛି। ସେ ଅଭିଯୋଗ କରିଛନ୍ତି, ଇଚ୍ଛାଧୀନ କୋଟା କେଳେଙ୍କାରୀରେ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଅଛି । ତାରା ଦତ୍ତ କମିଟି ରିପୋର୍ଟରେ ସ୍ପଷ୍ଟ ଭାବେ ଅଶ୍ୱିନୀଙ୍କ ନାଁ ଉଲ୍ଲେଖ ଅଛି । ଏପରିକି ଖଣି ମାଫିଆଙ୍କ ସହ ଅଶ୍ୱିନୀଙ୍କ ସଂପର୍କ ଥିବା ଅଭିଯୋଗ କରିଛନ୍ତି ନରସିଂହ ମିଶ୍ର। ଏତେ ସବୁ ଅଭିଯୋଗ ସତ୍ତ୍ୱେ କେଉଁ ପରିସ୍ଥିତିରେ ତାଙ୍କୁ ବିଜେଡି ସମର୍ଥନ କଲା ବୋଲି ନରସିଂହ ପ୍ରଶ୍ନ ଉଠାଇଛନ୍ତି॥

ବୁଧବାର ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି  ରାଜ୍ୟରେ ଚାଷୀ ସଂଖ୍ୟା କେତେ ଅଛନ୍ତି ବୋଲି ପ୍ରଶ୍ନ କରିଥିଲେ। କୃଷି ମନ୍ତ୍ରୀ ଅରୁଣ ସାହୁ  ଉତ୍ତର ଦେଇ କହିଥିଲେ ଯେ, ୨୦୧୧ ଜନଗଣନା ଅନୁସାରେ ରାଜ୍ୟରେ ୫୭ ଲକ୍ଷ ଚାଷୀ ରହିଥିଲେ। ଆଗାମୀ ୨୦୨୧ରେ ପୁଣି ଥରେ ଜନଗଣନା ଅନୁଷ୍ଠିତ ହେବା ପରେ ରାଜ୍ୟରେ କେତେ ଚାଷୀ ରହିଛନ୍ତି ତାହା ଜଣାପଡ଼ିବ। ତେବେ ମନ୍ତ୍ରୀଙ୍କ ଉତ୍ତରରେ ବିରୋଧୀ ସନ୍ତୁଷ୍ଟ ହୋଇ ନ ଥିଲେ। କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଆପତ୍ତି ଉଠାଇ ଯଦି ବର୍ତ୍ତମାନ ରାଜ୍ୟରେ କେତେ ଚାଷୀ ଅଛନ୍ତି ତାହା ଜଣାପଡ଼ି ନାହିଁ ତେବେ କେଉଁ ଆଧାରରେ ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ କରାଯାଇଛି ବୋଲି ପାଲଟା ପ୍ରଶ୍ନ କରିବା ସହିତ ଏଥିରେ ସ୍ବଚ୍ଛତା ନେଇ ପ୍ରଶ୍ନ ଉଠାଇଥିଲେ।

 

ହୋହଲ୍ଲା ଭିତରେ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ହେଲେ ଏହି ସମୟରେ ବାଚସ୍ପତିଙ୍କ ପୋଡ଼ିୟମ୍ ଉପରକୁ ଚଢ଼ି ହୋହଲ୍ଲା କରିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି।  ବିଜେଡି-ବିଜେପି ଭିତିରି ସଂପର୍କ ଥିବା କହି କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିବାରୁ ଗୃହକୁ ୧୫ ମିନିଟ୍ ପାଇଁ ମୁଲତବୀ କରି ଦିଆଯାଇଥିଲା। ତେବେ ଏ ପ୍ରସଙ୍ଗରେ ଅଲୋଚନା ପାଇଁ ବାଚସ୍ପତି ବୈଠକ ଡାକିଥିଲେ।

ପଢନ୍ତୁ: ଜଗା ପାଇଁ କାକଟପୁରରୁ ଆସିଲା ଫଳଭାର

Related posts

କଂଗ୍ରେସରେ ଯୋଗ ଦେଲେ ଶତ୍ରୁଘ୍ନ ସିହ୍ନା

Ratnamani Moharana

ବିଜେପୁରର ବିଧାୟିକା ଭାବେ ଶପଥ ନେଲେ ରୀତା ସାହୁ

ENO Beuro

Dharmendra Pradhan – Minister Of State For Petroleum And Natural Gas

ENO Beuro

Leave a Comment