27 C
Bhubaneswar
May 5, 2021
EnewsOdia.Com
ନ୍ୟୁଜ୍ ରାଜନୀତି

ଆସିଲା ରାଜ୍ୟସଭା ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା, ଜାଣନ୍ତୁ କେଉଁ ପ୍ରାର୍ଥୀଙ୍କର ଅଛି କେତେ ସମ୍ପତ୍ତି

ରାଜ୍ୟସଭା ସିଟ୍‌ ପାଇଁ ବହୁ କଳ୍ପନା ଜଳ୍ପନା ଚାଲିଥିଲା । ସଂଖ୍ୟା ଗଣିତ ଅନୁସାରେ ବିଜେଡି 3 ସିଟ ପାଇଁ ଦାବିଦାର ଥିଲା । କିନ୍ତୁ କଂଗ୍ରେସ ନିର୍ବାଚନ ପ୍ରକ୍ରିୟାରୁ ନିଜକୁ ଦୂରେଇ ରଖିବା ନେଇ ନିଷ୍ପତ୍ତି ନେବା ପରେ ଏହାର ପୂରା ଫାଇଦା ବିଜେଡି ପାଇବାକୁ ଯାଉଛି । ଖାଲିଥିବା 4ରୁ 4 ସିଟ୍‌ ବିଜେଡି ଖାତାକୁ ଯିବା ସ୍ପଷ୍ଟ ହୋଇଛି । ତେବେ ନାମାଙ୍କନ ଭରିଥିବା 4 ପ୍ରାର୍ଥୀ ମୁନ୍ନା ଖାଁ, ସୁଜିତ କୁମାର, ମମତା ମହନ୍ତ ଏବଂ ସୁବାସ ସିଂହଙ୍କ ସମ୍ପତ୍ତି ତାଲିକା ମଧ୍ୟ ସାମ୍ନାକୁ ଆସିଛି ।

ସମ୍ପତ୍ତି ତାଲିକାରେ ଶୀର୍ଷରେ ଅଛନ୍ତି ସୁଜିତ କୁମାର । ତାଙ୍କର ମୋଟ ସମ୍ପତି ମୂଲ୍ୟ 1କୋଟ 10ଲକ୍ଷ । ତେବେ ଅନ୍ୟ ତିନି ସଦସ୍ୟ ଲକ୍ଷପତି ତାଲିକାରେ ଥିବା ଜଣାପଡ଼ିଛି । ସୁବାସ ସିଂହଙ୍କ ସମ୍ପତି ମୂଲ୍ୟ 23 ଲକ୍ଷ 37 ହଜାର 187 ଥିବା ବେଳେ ସୁବାସ ସିଂହଙ୍କ ନାଁରେ ରହିଛି 11 ଅପରାଧିକ ମାମଲା । ସେହିପରି ମୁନ୍ନା ଖାଁଙ୍କର ସମ୍ପତ୍ତିର ମୂଲ୍ୟ 32 ଲକ୍ଷ 95 ହଜାର 576 ଟଙ୍କା ଥିବା ବେଳେ ତାଙ୍କ ପାଖରେ ଏକ ହୋଣ୍ଡା ସିଟି କାର ରହିଛି । ସୁଜିତ କୁମାରଙ୍କ ପାଖରେ  1 କୋଟି 10 ଲକ୍ଷ 9 ହଜାର 230 ଟଙ୍କାର ସମ୍ପତ୍ତି ରହିଥିବା ବେଳେ ତାଙ୍କ ପତ୍ନୀଙ୍କ ପାଖରେ 26 ଲକ୍ଷ 69 ହଜାର 180 ଟଙ୍କା ଥିବା ଜଣାପଡ଼ିଛି । ଭୁବନେଶ୍ୱରର ଧଉଳି ନଗରରେ ଜାଗା ମଧ୍ୟ ସୁତିଜଙ୍କର ରହିଛି । ମହିଳା ପ୍ରାର୍ଥୀ ମମତା ମହନ୍ତଙ୍କ ପାଖରେ ମୋଟ 25 ଲକ୍ଷ 3 ହଜାର 944 ଟଙ୍କାର ସମ୍ପତ୍ତି ରହିଛି ।

ସେହିଭଳି ଶିକ୍ଷାଗତ ଯୋଗ୍ୟତା ମାମଲାରେ ମୁନ୍ନା ଖାଁ ନିମ୍ନରେ ଥିବା ବେଳେ ସେ ଆନ୍ଧ୍ର ୟୁନିଭର୍ସିଟିରୁ 1983ରେ ମାଟ୍ରିକ ପାସ କରିଛନ୍ତି । ସୁବାସ ସିଂହ ରାଜନୀତି ବିଜ୍ଞାନରୁ ଏମଏ ପାସ୍‌ କରିଥିବା ବେଳେ 1986ରେ ଓକିଲାତି ପାସ କରିଛନ୍ତି । ଧନୀ ପ୍ରାର୍ଥୀ ସୁଜିତ କୁମାର ହବାର୍ଡ ୟୁନିଭର୍ସିଟିରୁ ପବ୍ଲିକ୍‌ ଆଡମିନିଷ୍ଟ୍ରେସନରେ ପିଜି କରିଥିବା ବେଳେ ମମତା ମହନ୍ତଙ୍କ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏସନ୍‌  ।

ପଢନ୍ତୁ: ଏଣିକି SBI ଆକାଉଣ୍ଟ ଜିରୋ ହେଲେ ବି ନୋ ପ୍ରୋବ୍ଲେମ

Related posts

୨୬ ଡିସେମ୍ବରରେ ବିରଳ ବଳୟ ସୂର୍ଯ୍ୟପରାଗ ଦେଖିବାପାଇଁ ପଠାଣି ସାମନ୍ତ ପ୍ଲାନେଟୋରିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା

Ratnamani Maharana

ସରିଲା ଗୋଲାପ ଦିଆନିଆ, ଆଜି କହିବେ ମନର କଥା

Ratnamani Maharana

ସିଏଏ ହିଂସାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More