News

ଦୁଷ୍କର୍ମ ଅଭିଯୋଗରେ ଆତ୍ମଘୋଷିତ ବାବା ଆଶୁ ମହାରାଜ ଗିରଫ

asu

ଆତ୍ମଘୋଷିତ ବାବା ଆଶୁ ମହାରାଜଙ୍କୁ ଗୁରୁବାର ରାତିରେ ଗିରଫ କରାଯାଇଛି। ଜଣେ ମହିଳା ଓ ତାଙ୍କ ନାବାଳିକା ଝିଅଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ କରା ଯାଇଥିବା ଦିଲ୍ଲୀର ଅତିରିକ୍ତ ପୁଲିସ କମିସନର ରାଜୀବ ରଞ୍ଜନ କହିଛନ୍ତି। ଅଭିଯୁକ୍ତ ଭଣ୍ଡବାବା ଆଶୁ ମହାରାଜଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଥିବା ଶ୍ରୀ ରଞ୍ଜନ କହିଛନ୍ତି।ଏପରିକି ଏହି ଭଣ୍ଡବାବା ଆଶୁ ମହାରାଜଙ୍କ ପୁଅ ସମର ଖାଁ ମଧ୍ୟ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ହୋଇଛି ।କ୍ରଇମବ୍ରାଞ୍ଚର ଏକ ଟିମ୍‌ ସମର ଓ ଆଶୁ ଭାଇଙ୍କୁ ଅଟକ ରଖି ସମ୍ନାସାମ୍ନି ପଚରା ଉଚୁରା ଚଳାଇଛି।

 asu

ସୂଚନା ଯୋଗ୍ୟ ଯେ ଗାଜିଆବାଦର ଜଣେ ମହିଳା ପୁଲିସ ନିକଟରେ ଅଭିଯୋଗ କରିଥିଲେ ଯେ ତାଙ୍କୁ ତଥାକଥିତ ଆତ୍ମଘୋଷିତ ଭଣ୍ଡବାବା ଆଶୁ ମହାରାଜ ବାରମ୍ବାର ଦୁଷ୍କର୍ମ କରିଛନ୍ତି। କେବଳ ସେତିକି ନୁହେଁ, ୨୦୦୮ ମସିହାରୁ ୨୦୧୩ ମସିହା ମଧ୍ୟରେ ଆଶୁମହାରଜଙ୍କ ବନ୍ଧୁ, ପୁଅ ମଧ୍ୟ ତାଙ୍କୁ ଦୁଷ୍କର୍ମ କରିଛନ୍ତି। ଏପରିକି ପୋଲିଓଗ୍ରସ୍ତ ନାବାଳିକା ଝିଅକୁ ଆରୋଗ୍ୟ କରିଦେବା ନଁ।ରେ ତା’ ଥରେ ତାଙ୍କୁ ବାଧ୍ୟ କରି ତାଙ୍କ ନାବାଳିକା ଝିଅକୁ ଭଣ୍ଡବାବାଙ୍କ ହଜ୍‌ଖସସ୍ଥିତ ଆଶ୍ରମକୁ ନେବାକୁ କୁହାଯାଇଥିଲା। ସେ ଝିଅକୁ ନେଇ ସେଠାରେ ପହଞ୍ଚିବା ପରେ ଏହି ପାଷାଣ୍ଡମାନେ ନାବାଳିକା ଝିଅକୁ ମଧ୍ୟ ଦୁଷ୍କର୍ମ କରିଥିବା ମହିଳା ଜଣକ ଅଭିଯୋଗ କରିଥିଲେ। ଏ ନେଇ ଦଫା ୩୭୬ ଓ ପୋକ୍ସୋ ଆକ୍ଟରେ ଅଭିଯୁକ୍ତମାନଙ୍କ ନାମରେ ମାମଲା ରୁଜୁ କରାଯାଇଛି।

ପଢନ୍ତୁ;ସିବିଏସ୍‍ଇ ଟପ୍ପର ଛାତ୍ରୀଙ୍କୁ ଅପହରଣ ପରେ ଗଣବଳାତ୍କାର

Related posts

ଫନି’ ପରେ ପରିବା ବଜାରରେ ହଇଚଇ

Ratnamani Moharana

ଜିଏସଟି ରିଫଣ୍ଡ ଜାରି କରିବା ନେଇ ସ୍ପଷ୍ଟିକରଣ

ENO Beuro

କାଶ୍ମୀରରେ ୪ ଜଣ ଆତଙ୍କୀ ନିହତ କଲେ ସୁରକ୍ଷା ବାହିନୀ

Ratnamani Moharana

Leave a Comment