POLITICALS

ରାଜ୍ୟସଭା ଉପନିର୍ବାଚନ ନାମାଙ୍କନ ଦାଖଲ କଲେ ଅଶ୍ୱିନୀ, ଅମର ଓ ସସ୍ମିତ

Untitled 1

ରାଜ୍ୟସଭା ଉପନିର୍ବାଚନ  ପାଇଁ ଆଜି ଓଡ଼ିଶାରୁ ତିନି ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି।  ବିଜେପି ପକ୍ଷରୁ ପୂର୍ବତନ ଆଇଏଏସ୍ ଅଫିସର ଅଶ୍ୱିନୀ ବୈଷ୍ଣବ  ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ବିଜେଡି ପକ୍ଷରୁ ପୂର୍ବତନ ଏଜି ଅମର ପଟ୍ଟନାୟକ ଓ ମୁଖପାତ୍ର ସସ୍ମିତ ପାତ୍ର  ନାମାଙ୍କନ ଦାଖଲ କରିଛନ୍ତି । ବିଧାନସଭାର ସ୍ୱତନ୍ତ୍ର ପ୍ରକୋଷ୍ଠରେ ରିଟର୍ଣ୍ଣିଂ ଅଫିସର ବିଷ୍ଣୁପ୍ରସାଦ ମିଶ୍ରଙ୍କ ନିକଟରେ ସେମାନେ ନାମାଙ୍କନପତ୍ର ଦାଖଲ କରିଥିଲେ। ତେବେ ବିଜେପିର ପ୍ରାର୍ଥୀ ଅଶ୍ୱିନୀଙ୍କୁ ୫ ବର୍ଷିଆ ସିଟ୍ ମିଳିଛି । ୨୦୨୪ରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ତାଙ୍କରି ସିଟ୍‌ରେ ରାଜ୍ୟସଭା ଯିବେ ଅଶ୍ୱିନୀ ବୈଷ୍ଣବ ।

ସୂଚନାଯୋଗ୍ୟ, ରାଜ୍ୟସଭାରେ ସଦସ୍ୟ ଥିବା ଓଡ଼ିଶାର ୩ସଦସ୍ୟଙ୍କ ଇସ୍ତଫା ପରେ ସେସବୁ ପଦବୀରେ ଉପନିର୍ବାଚନ ହେବ। ଏଥିପାଇଁ ବିଜେଡି ପଧରୁ ୨ ଜଣ ଏବଂ ବିଜେପିରୁ ଜଣେ ପ୍ରାର୍ଥୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ ଅଶ୍ଵିନୀ ବୈଷ୍ଣବ ନିର୍ବାଚିତ ହେବା ଲାଗି ବିଧାନସଭାରେ ବିଜେପିର ଆବଶ୍ୟକ ସଂଖ୍ୟକ ବିଧାୟକ ନ ଥିବାବେଳେ ବିଜେଡି ତାଙ୍କୁ ସମର୍ଥନ ଦେବ ବୋଲି ଘୋଷଣା କରିଛି।

ପଢନ୍ତୁ: ଲୋକସଭାରେ ୫ଟି ଭାଷାରେ ଧନ୍ୟବାଦ ପ୍ରସ୍ତାବ ରଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

Related posts

ରଜନୀକାନ୍ତ ଉପବାଚସ୍ପତି, ପ୍ରଣବ ଉପମୁଖ୍ୟ ସଚେତକ

Ratnamani Moharana

ବିଜେଡ଼ିର ଗୁମର ଖୋଲିଲେ ପ୍ରକାଶ ମିଶ୍ର

Ratnamani Moharana

ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାରର ଶେଷ ଦିନ

Ratnamani Moharana

1 comment

Leave a Comment