ସୋନିଆଙ୍କ ରାତ୍ର ଭୋଜନରେ ରାଜନୀତି : ସାମିଲ ହେଲେ ୧୯ ବିରୋଧୀ ଦଳ ନେତା

ସୋନିଆଙ୍କ ‘ଡିନର୍‌’ ରାଜନୀତି

ଜାତୀୟ ରାଜନୀତିରେ ନୂଆ ସମୀକରଣ ପାଇଁ ସୋନିଆ ଗାନ୍ଧୀ ନୈଶ ଭୋଜିର ଆୟୋଜନ କରିଛନ୍ତି । ଏଥିରେ ବିଭିନ୍ନ ଆଞ୍ଚଳିକ ଓ ଜାତୀୟ ଦଳର ନେତା ସାମିଲ ହୋଇଛନ୍ତି । ଭାରତୀୟ ଜନତା ପାର୍ଟିର ଦେଶରେ ବଢୁଥିବା ପ୍ରଭାବକୁ ରୋକିବା ପାଇଁ ଏହି ନୈଶ ଭୋଜିର ଆୟୋଜନ କରାଯାଇଥିବା କୁହାଯାଉଛି । ୟୁପିଏର ଚେୟାରମ୍ୟାନ ସୋନିଆ ଗାନ୍ଧୀ ବିଭିନ୍ନ ଦଳର ନେତାମାନଙ୍କୁ ନୈଶ ଭୋଜିରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଦେଇଥିଲେ।

ସୋନିଆଙ୍କ ବାସଭବନରେ ମଙ୍ଗଳବାର ଆୟୋଜିତ ରାତ୍ରିଭୋଜନରେ ଏଥିପାଇଁ କଂଗ୍ରେସ ସମେତ ୧୯ ଟି ବିରୋଧୀ ଦଳର ପ୍ରତିନିଧି ଯୋଗଦେଇଥିଲେ। ତେବେ ଓଡ଼ିଶାର ବିଜୁ ଜନତା ଦଳ, ତେଲେଙ୍ଗାନାର ଟିଆର୍‌ଏସ୍‌ ଓ ସଦ୍ୟ ଏନ୍‌ଡିଏ ସହ ସମ୍ପର୍କ ତିକ୍ତ ହୋଇଥିବା ଟିଡିପିକୁ ରାତ୍ରିଭୋଜନ ପାଇଁ ଆମନ୍ତ୍ରଣ କରାଯାଇନାହିଁ। ଦେଶର ରାଜନୀତିରେ ୟୁପିଏ, ଏନ୍‌ଡିଏ ବ୍ୟତୀତ ତୃତୀୟ ସାମ୍ମୁଖ୍ୟ ଗଠନ ନେଇ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ସୋନିଆଙ୍କ ଏହି ରଣନୀତି ଅତ୍ୟନ୍ତ ଗୁରୁତ୍ୱ ବୋଲି ଚର୍ଚ୍ଚା ହେଉଛି।

ଡିନର ପାର୍ଟିକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ୱିଟ୍ କରି ଲେଖିଛନ୍ତି, ଏଥିରେ ବିରୋଧୀ ଦଳ ନେତାମାନଙ୍କ ମଧ୍ୟରେ ନିକଟତା ବଢିଛି । ଏଥିରେ ବହୁ ରାଜନୈତିକ ଚର୍ଚ୍ଚା ମଧ୍ୟ ହେଲା, ହେଲେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଡିନର ପାର୍ଟିରେ ସକରାତ୍ମକ ବାତାବରଣ ଦେଖିବାକୁ ମିଳିଲା।

ପଢନ୍ତୁ;ଅମୃତଭଣ୍ଡା ଖାଇବା ଦ୍ୱାରା ଶରୀରରୁ ଦୂର ହୋଇଥାଏ ଅନେକ ରୋଗ! ଆସନ୍ତୁ ଜାଣିବା ଏହାର ଫାଇଦା ସମ୍ପର୍କରେ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More