News

ଏମ୍ସରେ ଭର୍ତ୍ତି ହେଲେ ବାଜପେୟୀ

ଅଟଳ ବିହାରୀ ବାଜପେୟୀ ଅସୁସ୍ଥ

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଅସୁସ୍ଥ। ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି। ତେବେ ରୁଟିନ୍ ଚେକ୍ଅପ୍ ପାଇଁ ସେ ଏମ୍ସ ଯାଇଥିବା କୁହାଯାଉଛି।

ବାଜପେୟୀଙ୍କୁ ୯୩ ବର୍ଷ ହୋଇଛି। ସେ ଲୋକସଭାକୁ ୧୦ ଥର ନିର୍ବାଚିତ ହୋଇଥିବା ବେଳେ ରାଜ୍ୟସଭାକୁ ଦୁଇ ଥର ନିର୍ବାଚିତ ହୋଇଥିଲେ। ୨୦୦୯ରୁ ସେ ସକ୍ରିୟ ରାଜନୀତିରୁ ଦୂରେଇ ରହିଛନ୍ତି। ସ୍ୱାସ୍ଥ୍ୟାଗତ ସମସ୍ୟା ଯୋଗୁଁ ସେ ରାଜନୀତିଠୁ ଦୂରେଇ ଯାଇଥିଲେ। ୨୦୦୯ରେ ସେ ଷ୍ଟ୍ରୋକ୍‌ର ଶିକାର ହୋଇଥିଲେ। ଏହାପରେ ସେ ଆଉ କଥା କହିବାକୁ ସକ୍ଷମ ହୋଇ ପାରି ନାହାଁନ୍ତି। ସେ ଆଉ କାହାକୁ ଚିହ୍ନି ମଧ୍ୟ ପାରୁ ନାହାଁନ୍ତି।

ସୂଚନାଯୋଗ୍ୟ,ମାର୍ଚ୍ଚ ୧୯୯୮ ରୁ ମଇ ୨୦୦୪ ପର୍ଯ୍ୟନ୍ତ, ଛଅ ବର୍ଷ ଭାରତର ପ୍ରଧାନମନ୍ତ୍ରୀ ରହିଥିବା ଅଟଳ ବିହାରୀ ବାଜପେୟୀକୁ ସାଂସଦ ରୂପରେ ପ୍ରାୟତଃ ୫ ଦଶକର ଅନୁଭବ ପ୍ରାପ୍ତ ଅଛି। ସେ ବହୁତ ପ୍ରଭାବଶାଳୀ ବକ୍ତା ରୂପ ଜଣାଶୁଣା ଏବଂ ମହତ୍ଵପୂର୍ଣ୍ଣ ବିଷୟ ଉପରେ ତାଙ୍କ ରାୟକୁ ଧ୍ୟାନରେ ଶୁଣାଯାଇଥାଏ। ସେ ୧୯୫୭ ରେ ପ୍ରଥମ ଥର ସାଂସଦ ହୋଇଥିଲେ।

ପଢନ୍ତୁ; ଶରୀରର କେଉଁ ଅଙ୍ଗରେ କଳା ଜାଇ ଥିଲେ କି ସଙ୍କେତ ମିଳେ? ଆସନ୍ତୁ ଜାଣିବା

Related posts

ଦୁଇ ସାମ୍ୱାଦିକଙ୍କୁ ୭ ବର୍ଷ ଜେଲ୍‌

ENO Beuro

ସୁପ୍ରିମକୋର୍ଟଙ୍କ ଗୁରୁତ୍ଵପୂର୍ଣ ରାୟ:ଅପରାଧ ନୁହେଁ ପରକୀୟା ପ୍ରୀତି

ENO Beuro

ଗଞ୍ଜାମ ଜିଲ୍ଲାରେ ଭୁଶୁଡ଼ିକି ଧୂଳିସାତ ହେଲା ପୁରୁଣା ରାଧାକୃଷ୍ଣ ମନ୍ଦିର

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More