News

ଚିରନିଦ୍ରାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏକ ଯୁଗର ଅନ୍ତ

ଚିରନିଦ୍ରାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏକ ଯୁଗର ଅନ୍ତ

ଏକ ଯୁଗର ଅନ୍ତ ମହାନ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି ।

ତାଙ୍କ ସମ୍ପର୍କରେ ପ୍ରଥାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟ କରି କହିଛନ୍ତି ଯେ “ସେ ନିଜ ଜୀବନ ପ୍ରତିଟି କ୍ଷଣ ରାଷ୍ଟ୍ର ପାଇଁ ସମର୍ପିତ କରିଦେଇଥିଲେ, ଅନେକ ବର୍ଷ ଧରି ରାଷ୍ଟ୍ରର ସେବା କରିଚାଲିଥିଲେ । ତାଙ୍କ ପରଲୋକ ଏକ ଯୁଗର ଅନ୍ତ । ସେ ଆଦି ଆମ ଗହଣରେ ନାହାନ୍ତି ସତ, ସେ ପ୍ରତି ଭାରତବାସୀଙ୍କ ସହ ସବୁବେଳେ ରହିବେ , ପ୍ରେରଣା ଦେଇଚାଲିବେ ।”

ନିଜର ଦୀର୍ଘ ରାଜନୈତିକ ଜୀବନରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ବିଭିନ୍ନ ରାଜନୈିତକ ଦଳର ନେତାଙ୍କ ସହିତ ଆଦର୍ଶଗତ ପାର୍ଥକ୍ୟ ଥିଲା ସତ, ମାତ୍ର କାହା ସହିତ ବ୍ୟକ୍ତିଗତ ବିଦ୍ୱେଷ ନ ଥିଲା। ସେହି ମହାନ ଜନନେତା, ଭାରତୀୟ ଅଣକଂଗ୍ରେସ ରାଜନୀତିରେ ପ୍ରବାଦ ପୁରୁଷ, କବି, ପ୍ରଚଣ୍ଡ ବାଗ୍ମୀ ଅଟଳ ବିହାରୀ ବାଜପେୟୀଙ୍କର ନୂଆଦିଲ୍ଲୀର ଅଲ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍‌ସରେ ୯୩ ବର୍ଷ ବୟସରେ ପରଲୋକ ଘଟିଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଗଭରୀ ଶୋକ ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୪୭ ବର୍ଷ ଧରି ସଂସଦର ଉଭୟ ଗୃହର ସାଂସଦ ଥିଲେ ଅଟଳ ବିହାରୀ ବାଜପାୟୀ । ଲୋକସଭାକୁ ୧୦ ଥର ଓ ରାଜ୍ୟସଭାକୁ ୨ ଥର ସେ ନିର୍ବାଚିତ ହୋଇଥିଲେ । ଭାରତର ଜଣେ ଅନନ୍ୟ ରାଜନେତା ଭାବେ ପରିଚିତ ଅଟଳଜୀ ଉତରପ୍ରଦେଶ, ଦିଲ୍ଲୀ, ମଧ୍ୟପ୍ରଦେଶ ଓ ଗୁଜୁରାଟରୁ ନିର୍ବାଚନ ଜିଣିପାରିଥିଲେ ।

ଇତିହାସ ପୃଷ୍ଠାରେ ବାଜପାୟୀ

୧୯୫୧ : ଭାରତୀୟ ଜନସଂଘର ପ୍ରତିଷ୍ଠାତା ସଦସ୍ୟ
୧୯୫୭ : ଦ୍ୱିତୀୟ ଲୋକସଭାକୁ ନିର୍ବାଚିତ
୧୯୫୭-୭୭ : ଭାରତୀୟ ଜନସଂଘର ସଂସଦୀୟ ଦଳ ନେତା[object object] ଚିରନିଦ୍ରାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏକ ଯୁଗର ଅନ୍ତ Vajpayee 300x174
୧୯୬୨ : ରାଜ୍ୟସଭାକୁ ନିର୍ବାଚିତ
୧୯୬୭ : ଚତୁର୍ଥ ଲୋକସଭାକୁ ନିର୍ବାଚିତ
୧୯୬୭-୭୦ : ପିଏସି ଅଧ୍ୟକ୍ଷ
୧୯୬୮-୭୩ : ଭାରତୀୟ ଜନସଂଘର ସଭାପତି
୧୯୭୧ : ପଂଚମ ଲୋକସଭାକୁ ନିର୍ବାଚିତ
୧୯୭୭ : ଷଷ୍ଠ ଲୋକସଭାକୁ ନିର୍ବାଚିତ
୧୯୭୭-୭୯ : ବୈଦେଶିକ ବ୍ୟାପାର ମନ୍ତ୍ରୀ
୧୯୭୭-୮୦ : ଜନତା ପାର୍ଟିର ପ୍ରତିଷ୍ଠାତା ସଦସ୍ୟ
୧୯୮୦ : ସପ୍ତମ ଲୋକସଭାକୁ ନିର୍ବାଚିତ
୧୯୮୦-୮୬ : ଭାରତୀୟ ଜନତା ପାର୍ଟିର ସଭାପତି
୧୯୮୦-୮୪, ୧୯୮୬ ଏବଂ ୧୯୯୩-୯୬ : ବିଜେପି ସଂସଦୀୟ ଦଳର ନେତା
୧୯୮୬ : ରାଜ୍ୟସଭାକୁ ନିର୍ବାଚିତ
୧୯୯୧ : ଦଶମ ଲୋକସଭାକୁ ନିର୍ବାଚିତ
୧୯୯୩-୯୬ : ଲୋକସଭାର ବିରୋଧୀ ଦଳ ନେତା
୧୯୯୬ : ଏକାଦଶ ଲୋକସଭାକୁ ନିର୍ବାଚିତ
୧୯୯୬ ମେ’୧୬ : ପ୍ରଥମ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ
୧୯୯୬-୯୭ : ବିରୋଧୀ ଦଳ ନେତା
୧୯୯୮ : ଦ୍ୱାଦଶ ଲୋକସଭାକୁ ନିର୍ବାଚିତ
୧୯୯୮-୯୯ : ଦ୍ୱିତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ
୧୯୯୯ : ତ୍ରୟୋଦଶ ଲେକସଭାକୁ ନିର୍ବାଚିତ, ବିଜେପି ସଂସଦୀୟ ଦଳର ନେତା
୧୯୯୯ ଅକ୍ଟୋବର ୧୩ରୁ ୨୦୦୪ ମେ’ : ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ
୨୦୦୪ : ଚତୁର୍ଦ୍ଧଶ ଲୋକସଭାକୁ ନିର୍ବାଚିତ, ଏନଡ଼ିଏ ସଂସଦୀୟ ଦଳର ଅଧ୍ୟକ୍ଷ ଭାବେ ନିର୍ବାଚିତ

Related posts

ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ପ୍ରୋଜେକ୍ଟର ଉଦଘାଟନ, ୨୦୨୩ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବାର ଲକ୍ଷ୍ୟ

ENO Beuro

ଲୋକପ୍ରିୟ ଅଭିନେତ୍ରୀ ଅନିତା ଦାସଙ୍କ ହୃଦଘାତରେ ପରଲୋକ

ENO Beuro

ଆଇପିଏଲ୍‌ରେ ବେଟିଂ ଅଭିଯୋଗ:ବଲିଉଡ ଅଭିନେତା ଅରବାଜଙ୍କୁ ଥାନେ ପୁଲିସର ସମନ୍

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More