News

ଡେବିଟ ଓ କ୍ରେଡିଟ କାର୍ଡରେ ପେମେଣ୍ଟ କଲାବେଳେ କାର୍ଡ କ୍ଲୋନିଂ ପ୍ରତି ସତର୍କ ରୁହନ୍ତୁ

କ୍ୟାସଲେସ କାରବାରକୁ ବଢାଇବା ପାଇଁ ମୋଦି ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଉଥିବା ବେଳେ ବିଭିନ୍ନ ଅଫର ମଧ୍ୟ ଦେଉଛନ୍ତି । ଡିଜିଟାଲ ପେମେଣ୍ଟ ଉପରେ ସରକାର ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଏହା କେତେ ସୁରକ୍ଷିତ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଶେଷକରି ଏଟିଏମ ଓ ଡେବିଟ୍ କାର୍ଡର ବ୍ୟବହାର ବେଳେ କାର୍ଡ କ୍ଲୋନିଂ ଗ୍ରାହକମାନଙ୍କ ଲାଗି ଚିନ୍ତାର ବିଷୟ ହୋଇଛି ।

ଦୋକାନ, ସପିଙ୍ଗ ମଲ ,ପେଟ୍ରୋଲ ପମ୍ପ କିମ୍ବା ଯେକୌଣସି ବ୍ୟବସାୟିକ ପ୍ରତିଷ୍ଠାନରେ ବ୍ୟବହାର ହେଉଥିବା କାର୍ଡ ସ୍ୱାପିଂ ମେସିନରେ ଏକ ସ୍କିମିଂ ହାର୍ଡଓ୍ଵାର ଡିଭାଇସ୍ ଲଗାଇଦିଆଯାଏ। ଏହା ଉକ୍ତ ମେସିନରେ ସ୍ୱାପ୍ ହେଉଥିବା ସବୁ କାର୍ଡର ଡାଟା ଚୋରୀ କରିନେଇଥାଏ । ଫଳରେ ଏହି ଡାଟାକୁ ବ୍ୟବହାର କରି ଉକ୍ତ କାର୍ଡର ଏକ ଅବିକଳ ନକଲ କାର୍ଡ ତିଆରି କରି ଗ୍ରାହକଙ୍କ ଅର୍ଥ ଚୋରୀ କରିନିଆଯାଏ । ଯାହାକୁ କାର୍ଡ କ୍ଲୋନିଂ କୁହାଯାଏ । ଅନେକ ସମୟରେ ଗ୍ରାହକଙ୍କ ଆକାଉଣ୍ଟରୁ ପଇସା ଚୋରି ହେଉଥିବା ଘଟଣା ସାମ୍ନାକୁ ଆସିଛି । ତାହା ଏହି କାର୍ଡ କ୍ଲୋନିଂ ମାଧ୍ୟମରେ ହୋଇଥାଏ ।

ପଢନ୍ତୁ, ଆଜିଠୁ ଆରମ୍ଭ ବିଧାନସଭାର ଶୀତ ଅଧିବେଶନ: ଆରମ୍ଭରୁ ହିଁ ବିରୋଧୀଙ୍କ ହଟ୍ଟଗୋଳ

Related posts

ଆଜି ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ, ଦେଖାଯିବ ରକ୍ତ-ନୀଳ ଜହ୍ନ

ENO Beuro

ଘାଟିକୁ ଖସିଲା ବସ୍, ୧୧ ମୃତ

ENO Beuro

ଶ୍ରୀମନ୍ଦିର ଜଗମୋହନରେ ଲାଗିବ ସିସିଟିଭି !

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More