27 C
Bhubaneswar
May 5, 2021
EnewsOdia.Com
ନ୍ୟୁଜ୍

ମାର୍କେଟ୍ ବିଲଡିଂରେ ଦୁର୍ବୃତ୍ତଙ୍କ ଆତଙ୍କ

ଶୁକ୍ରବାର ସନ୍ଧ୍ୟା ୬.୩୦ ସମୟରେ ହଠାତ ୨୦ରୁ ୩୦ ମୁଖାପିନ୍ଧା ଦୁର୍ବୃତ୍ତ ରାଜଧାନୀ ଭୁବନେଶ୍ୱରର ମୁଖ୍ୟ ବ୍ୟବସାୟ ସ୍ଥଳୀ ମାର୍କେଟ ବିଲ୍ଡିଂରେ ପଶି ଆତଙ୍କରାଜ ଚଳାଇଥିଲେ । କେହି କିଛି ବୁଝିବା ଆଗରୁ ଦୁର୍ବୃତ୍ତ ନଷ୍ଟ କରିଦେଇଥିଲେ ୧୦୦ରୁ ଉର୍ଦ୍ଧ ଦୋକାନ। ଯିଏ ଆଗରେ ପଡିଲା ତାକୁ ଗୋଡେଇ ଗୋଡେଇ ପିଟିଥିଲେ ମୁଖାପିନ୍ଧା ଦୁର୍ବୃତ୍ତ । ତେବେ କିଏ ଓ କାହିଁକି ଏମିତି ଆକ୍ରମଣ କରିଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ୧୮ ଜଣଙ୍କୁ ଗିରଫ କରିବା ସହ ୫ଟି ବାଇକକୁ ଜବତ କରିଛି ।

ମିଳିଥିବା ସୂଚନାଅନୁସାରେ ,ଗୁରୁବାର ୟୁନିଟ- ୪ ଅଂଚଳରେ ଜଣେ ଯୁବତୀ ତାଙ୍କ ବନ୍ଧୁଙ୍କ ସହ ୟୁନିଟ-୨ ମାର୍କେଟ ବିଲ୍ଡିଂ ଆସିଥିଲେ । ଘଂଟାକିଣା ବାର୍ଗେନକୁ ନେଇ ଯୁବତୀ ଓ ଘଂଟା ଦୋକାନୀଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା । ଯୁବତୀଙ୍କ ବନ୍ଧୁ ଏହାର ପ୍ରତିବାଦ କରିବାରୁ ଉଠାଦୋକାନୀମାନେ ମିଳିତ ହୋଇ ତାଙ୍କୁ ମାଡ ମାରିଥିଲେ । ଏନେଇ ଯୁବକଜଣକ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗପରେ ପୋଲିସ ଆସି ଆପସ ବୁଝାବଣା କରି ଛାଡିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଯୁବକ ଜଣକ ତାଙ୍କ ସହ ଯୋଗୀ ମାନଙ୍କୁ ସାଙ୍ଗରେ ଆଣି ଏଭଳି ଆକ୍ରମଣ କରିଥିବା ଆଶଙ୍କା କରାଯାଉଛି । ଏନେଇ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିନୀ ।

ପଢନ୍ତୁ: NASA ରିପୋର୍ଟ ଅନୁସାରେ ପୃଥିବୀ ଆଡକୁ ମାଡି ଆସୁଛି ଧୂମକେତୁ

Related posts

କରୋନା ପାଇଁ ମାର୍ଚ୍ଚ ୩୧ ଯାଏ ଦିଲ୍ଲୀରେ ବନ୍ଦ ରହିବ ସବୁ ପ୍ରାଥମିକ ସ୍କୁଲ

Ratnamani Maharana

୩ ଦିନ ମାଗଣାରେ ତାଜମହଲ ବୁଲିବାର ସୁଯୋଗ

Ratnamani Maharana

ଓଡ଼ିଶାର ବିଭିନ୍ନ ସ୍ଥାନରେ ଶୀତ ଲହରୀ ଏବଂ ତୁଷାରପାତ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More