ଦିଲ୍ଲୀ ମୁଖ୍ୟ ସଚିବଙ୍କୁ ଆପ୍‌ ବିଧାୟକଙ୍କ ମାଡ଼ ! ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ

ଆପ୍‌ ବିଧାୟକ ପ୍ରକାଶ ଜର୍‌ଓ୍ଵାଲାଙ୍କୁ ଗିରଫ କଲା ପୁଲିସ

ଦିଲ୍ଲୀର ମୁଖ୍ୟ ସଚିବଙ୍କ ସହ ମାରପିଟ୍ ଘଟଣାରେ ବିବାଦ ବଢ଼ିବାରେ ଲାଗିଛି। ଦିଲ୍ଲୀ ଆଇଏଏସ ଆସୋସିଏସନଙ୍କ ବିରୋଧ ପ୍ରଦର୍ଶନ ପରେ ସଚିବାଳରେ କର୍ମଚାରୀମାନେ ଜୋରଦାର ହଙ୍ଗାମା କରିଛନ୍ତି। କର୍ମଚାରୀଙ୍କ ଦ୍ଵାରା ସଚିବାଳୟର ପ୍ରଥମ ମହଲାରେ ମନ୍ତ୍ରୀ ଇମ୍ରାନ ହୁସୈନଙ୍କୁ ଧକା ମାରିବା ଉଦ୍ୟମ କରାଯାଇଛି। ଏଥିରେ ମନ୍ତ୍ରୀ ହୁସୈନଙ୍କ ଏହି ସହଯୋଗୀଙ୍କୁ ଆଘାତ ଲାଗିଥିବା ଖବର ମିଳିଛି। ଆମ୍ ଆଦମୀ ପାର୍ଟିର ନେତା ଆଶିଷ୍ ଖେତାନଙ୍କ ସୂଚନା ପରେ ସଚିବାଳୟରେ ପୋଲିସ ମୁତୟନ କରାଯାଇଛି।

ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ଆପ୍‌ ବିଧାୟକ ପ୍ରକାଶ ଜରୱାଲା ସର୍ବସମ୍ମୁଖରେ ମୁଥ ମାରିଥିବା ଅଭିଯୋଗ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଆବାସରେ ଖୋଦ୍ କେଜ୍ରିୱାଲଙ୍କ ଉପସ୍ଥିତିରେ ବିଧାୟକ ମୁଥ ମାରଥିଲେ ବୋଲି କହିଥିଲେ ମୁଖ୍ୟ ଶାସନ ସଚିବ । ଘଟଣାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଛନ୍ତି ମୁଖ୍ୟ ଶାସନ ସଚିବ । ଏପଟେ ଘଟଣାକୁ ବିରୋଧ କରି ଦିଲ୍ଲୀ ପ୍ରଶାସନିକ ଅଧିକାରୀ ସଂଘ ହରତାଳ ଆରମ୍ଭ କରିଛନ୍ତି । ଅନ୍ୟପଟେ ଆପ୍ ଅଭିଯୋଗକୁ ଖଣ୍ଡନ କରିବା ସହ ଏପରି କୌଣସି ଘଟଣା ଘଟିନଥିବା କହିଛି । ଘଟଣା ପରେ ଦିଲ୍ଲୀ ସଚିବାଳୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି ।

ଏହି ଘଟଣା ପରେ ଗତକାଲି ପୂର୍ବାହ୍ନରେ ପ୍ରକାଶ ଆପ୍‌ ବିଧାୟକ ଅମାନତ୍‌ଉଲ୍ଲା ଖାଁ ଏବଂ ଅନ୍ୟମାନଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦେଇଥିଲେ। ଭାରତୀୟ ପିଙ୍ଗଳ କୋଡ୍‌ର ବିଭିନ୍ନ ଧାରାରେ ଏହି ଘଟଣାରେ ବିଭିନ୍ନ ମାମଲା ରୁଜୁ କରାଯାଇଛି ବୋଲି ଦିଲ୍ଲୀ ପୁଲିସର ସ୍ପେସାଲ୍‌ କମିସନର ଏବଂ ମୁଖପାତ୍ର ଦେପେନ୍ଦ୍ର ପାଠକ କହିଛନ୍ତି।

ଜର୍‌ଓ୍ଵାଲ୍‌ଙ୍କ ନାମ ଏତଲାରେ ଉଲ୍ଲେଖ କରାଯାଇ ନାହିଁ। ମୁଖ୍ୟ ସଚିବଙ୍କୁ ଫଟୋ ଦେଖାଇବା ପରେ ସେ ତାଙ୍କୁ ଚିହ୍ନଟ କରିଥିଲେ। ତାଙ୍କୁ ଡିଫେନ୍‌ସ୍‌ କଲୋନି ନିକଟରୁ ଗିରଫ କରାଯାଇଛି। ଅମାନତ୍‌ଉଲ୍ଲା ଗିରଫଦାରି ଏଡ଼ାଇବାକୁ ଛପି ଯାଇଛନ୍ତି। ତାଙ୍କୁ ଏବଂ ଅନ୍ୟମାନଙ୍କୁ ଧରିବା ପାଇଁ ତଲାସ ଆରମ୍ଭ ହୋଇଛି।

ପଢନ୍ତୁ;

ରାଜ୍ୟରେ ତାପମାତ୍ରା ବୃଦ୍ଧି : ଫେବୃୟାରୀ ଶେଷକୁ ପାରଦ ୩୮ ଡିଗ୍ରୀ ଟପିବ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More