Loading...

ଯୁବକଙ୍କ ଆକ୍ରମଣରେ ଯୋଡା ଶିଶୁ ଜଗାର ମୁଣ୍ଡରେ ଲାଗିଛି ଆଘାତ

ଯୁବକଙ୍କ ଆକ୍ରମଣରେ ଯୋଡା ଶିଶୁ ଜଗାର ମୁଣ୍ଡରେ ଲାଗିଛି ଆଘାତ

ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦିନ ଦ୍ୱିପ୍ରହରରେ ଚିକିତ୍ସା ପାଇଁ ଆସିଥିବା ଯୋଡ଼ା ମୁଣ୍ଡରୁ ଅଲଗା ଶିଶୁ ଜଗା ଏବଂ ତା ବାପା ଭୂୟାଁ କହଁର ଅଜଣା ବ୍ୟକ୍ତିଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଘଟଣାକୁ ୮ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୋଗ କରାଯିବା ସତ୍ତ୍ୱେ ପୁଲିସ୍‌ ଚୁପ୍‌ ବସିଥିବା ଜଗାଙ୍କ ବାପା ଅଭିଯୋଗ କରିଛନ୍ତି।

ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦିନ ଦ୍ୱିପ୍ରହରରେ  ଚିକିତ୍ସା ପାଇଁ ଆସିଥିବା ଯୋଡ଼ା ମୁଣ୍ଡରୁ ଅଲଗା ଶିଶୁ ଜଗା ଏବଂ ତା ବାପା ଭୂୟାଁ କହଁର ଅଜଣା ବ୍ୟକ୍ତିଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଘଟଣାକୁ ୮ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୋଗ କରାଯିବା ସତ୍ତ୍ୱେ ପୁଲିସ୍‌ ଚୁପ୍‌ ବସିଥିବା ଜଗାଙ୍କ ବାପା ଅଭିଯୋଗ କରିଛନ୍ତି। ଏନେଇ ସେ ସିଡିଏମଓ ଓ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି। ତେବେ ଏ ବାବଦରେ ଫୁଲବାଣୀ ଟାଉନ ଥାନା IIC କିମ୍ବା ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ସୂଚନାନୁସାରେ, ଗତ ୨୭ ତାରିଖ ସକାଳେ ଜଗା ସହିତ ସେ ଚା’ ପିଇବାକୁ ଯାଇଥିଲେ। ମେଡ଼ିକାଲ ପରିସରରେ ସେ ବୁଲୁଥିବା ବେଳେ ଜଣେ ଯୁବକ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ । ପାଖରେ ଥିବା ଜଗା ଏହା ଦେଖି କାନ୍ଦିବାରୁ ସମ୍ପୃକ୍ତ ଯୁବକ ଜଗାକୁ ମଧ୍ୟ ଠେଲି ଦେଇଥିବା ଅଭିଯୋଗ କରିଛନ୍ତି ଭୂୟାଁ କହଁର। ଫଳରେ ଜଗା ତଳେ ପଡ଼ିଯାଇଥିଲା ଏବଂ ତା’ର ମୁଣ୍ଡ ମାଡ଼ ହୋଇଥିଲା। ତେଣୁ ତତ୍‌କ୍ଷଣାତ ତା’ର ସିଟି ସ୍କାନ କରିବାକୁ ପଡ଼ିଥିଲା ବୋଲି କହିଛନ୍ତି ଭୂୟାଁ କଅଁର।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.