• Home
  • News
  • ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯିବା ବେଳେ ସ୍ଵାମୀ ଅଗ୍ନିବେଶଙ୍କ ଉପରକୁ ଆକ୍ରମଣ
News

ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯିବା ବେଳେ ସ୍ଵାମୀ ଅଗ୍ନିବେଶଙ୍କ ଉପରକୁ ଆକ୍ରମଣ

ନୂଆଦିଲ୍ଲୀରେ ସ୍ୱାମୀ ଅଗ୍ନିବେଶଙ୍କ ଉପରେ ପୁଣି ଥରେ ଆକ୍ରମଣ ହୋଇଛି। ବିଜେପି ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇଥିବାବେଳେ ସ୍ୱାମୀ ଅଗ୍ନିବେଶଙ୍କ ଉପରେ ଏହି ଆକ୍ରମଣ ହୋଇଛି। ପୋଲିସ ଅଗ୍ନିବେଶଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଇଯାଇଛି।

swami ଆକ୍ରମଣ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯିବା ବେଳେ ସ୍ଵାମୀ ଅଗ୍ନିବେଶଙ୍କ ଉପରକୁ ଆକ୍ରମଣ swami

ଘଟଣା ପରେ ଗଣାମାଧ୍ୟମକୁ ସୂଚନା ଦେଇ ଅଗ୍ନିବେଶ କହିଛନ୍ତି, “ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଯାଉଥିବା ବେଳେ ପୁଲିସ୍‌ ଉପସ୍ଥିତିରେ ହିଁ ଭାରତୀୟ ଜନତା ପାର୍ଟିର କର୍ମୀମାନେ ମୋତେ ଆକ୍ରମଣ କରିଥିଲେ। ପୁଲିସ୍‌ ଘଟଣାସ୍ଥଳରେ ଉପସ୍ଥିତ ଥିବାରୁ ଏବେ ନିଜ ଆଡ଼ୁ ମାମଲା ରୁଜୁ କରି ଦୁର୍ବୃତ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର।“

ସୂଚନାଯୋଗ୍ୟ, ମାସକ ମଧ୍ୟରେ ଅଗ୍ନିବେଶଙ୍କ ଉପରକୁ ଏହା ଦ୍ୱିତୀୟ ଆକ୍ରମଣ। ପୂର୍ବରୁ ଝାଡଖଣ୍ଡରେ ମଧ୍ୟ କିଛି ଭାଜପା କର୍ମୀ ତାଙ୍କୁ ଆକ୍ରମଣ କରିଥିଲେ।

ପଢନ୍ତୁ;ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି, ୧୯ରେ ହୋଇପାରେ ପ୍ରବଳ ବର୍ଷା

Related posts

୪୬ଦିନ ପରେ ଘରକୁ ଫେରିଲେ ରିମା : ଶାଶୁ ଘରକୁ ଫେରିବି, ଝିଅ ପରି ରହିବି

Krishna Kumar Manoj

ଚିଟଫଣ୍ଡ୍‌ ସିସୋର ଓ ରୋଜଭ୍ୟାଲି ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

Krishna Kumar Manoj

ଆଜିଠୁ ବଢ଼ିବ କାଳବୈଶାଖୀ,ରାଜ୍ୟରେ ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା!

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More