Movie News

ଅକ୍ଷୟ ପରିଜା ବ୍ୟାନରରେ ନିର୍ମିତ ଓଡିଆ ଫିଲ୍ମ “ଚିରକୁଟ” ଦ ଷ୍ଟୋରି ଅଫ ଏ ଦେଶୀ ଲଭର ର ଅଡିଓ ରିଲିଜ

chirkut

ଅକ୍ଷୟ  ପରିଜା ପ୍ରଡକ୍ସନ ଓ ପ୍ରକାଶ ଫିଲ୍ମ୍ସ ବ୍ୟାନରରେ ନିର୍ମିତ ହେବାକୁଯାଉଛି “ଚିରକୁଟ” ଏ ଷ୍ଟୋରି ଅଫ ଏ ଦେଶୀ ଲଭର। ଏହି ଫିଲ୍ମଟି ଗୋଟେ ସ୍କୁଲ ପିଲାର ଚିରକୁଟ ବ୍ୟବହାର, ସ୍କୁଲ ପରୀକ୍ଷାର ଫଳ ପ୍ରକାଶିତ ପରେ ସାଙ୍ଗମାନଙ୍କ ଦ୍ଵାରା ଥଟ୍ଟାର ଶିକାର ହେବା କିପରିଭାବେ ବାପାଙ୍କଠାରୁ ମାଡ ଖାଇ ଘରୁ ବାହାରିଯାଏ। ସମୟକ୍ରମେ ଖବରକାଗଜ ବିକି ଦେଖା ହୁଏ ଶୁଭ୍ରା ସହ ଆଉ ପଡେ ତା ପ୍ରେମରେ ଏପରି ଏକ ରୋମାଞ୍ଚକର  କାହାଣୀ ଦେଇ ଗତି କରିଛି ଏହି ଫିଲ୍ମ। ଏହି ଫିଲ୍ମରେ ନାୟକ ଭାବେ ଦେଖିବାକୁ ମିଳିବ ଔରୋଜୋତିଙ୍କୁ ଓ ନାୟିକା ଭୂମିକରେ ଅଛନ୍ତି ଟିକଟକ ହିରୋଇନ ଅନନ୍ୟା। ଅନ୍ୟାନ୍ୟ ଭୂମିକାରେ ଦେଖିବାକୁ ମିଳିବେ ବିନୋଦ ରାଉତ, କୃପାସିନ୍ଧୁ ନାୟକ, ସଂସ୍କୃତି, ଦୀପକ ତ୍ରିପାଠୀ, ହର୍ଷିତା, ଅରବିନ୍ଦ, ସିଦ୍ଧାର୍ଥ ସୋନୁ, ଆୟୁସି ଓ ମୁକେଶ।

chikut movie
chirkut movie

ଏହି ଫିଲ୍ମଟିକୁ ପ୍ରଯୋଜନା  କରିଛନ୍ତି ଅକ୍ଷୟ କୁମାର ପରିଜା,ନିର୍ଦେଶକ ଓ ରଚୟତା ଦାଇତ୍ଵରେ ଅଛନ୍ତି ତତ୍ଵପ୍ରକାଶ ଶତପଥୀ(ପପୁ ପମ ପମ )। ସଂଗୀତ ନିର୍ଦେଶନା ଦାଇତ୍ଵରେ ଅଛନ୍ତି ଅଭିଜିତ ମଜୁମଦାର। ନିକଟରେ ସାଣ୍ଡିସ ଟାୱାରଠାରେ ଫିଲ୍ମଟିର ଅଡିଓ ରିଲିଜ  ହୋଇଛି। ଏହି ଫିଲ୍ମରେ ୫ଟି ଗୀତ ରହିଛି। ଟାଇଟେଲ ଟ୍ରାକ ଟିକୁ ପପୁ ପମପମ ଗାଇଥିବାବେଳେ ଏହାକୁ ଲେଖିଛନ୍ତି ଡ. ଦୀପକ ଜେନା। ମୁଁ ଗୋଟେ ଚୋଖା ଟୋକା ଗୀତଟିକୁ ଗାଇଛନ୍ତି ଦିବେଶ ପତି ଲେଖିଛନ୍ତି ଡ. ଦୀପକ ଜେନା। ଆଖିରେ ବସିଛୁ ଗୀତଟିକୁ ଗାଇଛନ୍ତି ବିଷ୍ଣୁମୋହନ କବି, ଅନ୍ତରା ଚକ୍ରବର୍ତୀ ଓ ଗୀତଟିକୁ ଲେଖିଛନ୍ତି ସୁମିତ ଜେନା। ଓରେ ସାୱରିୟା ଗୀତଟିକୁ ସ୍ଵୟଂ ପାଢୀ ଓ ଅସୀମା ପଣ୍ଡା ଗାଇଥିବାବେଳେ ଲେଖିଛନ୍ତି ସୁମିତ ଜେନା। ଏ ଦୁନିଆ ପ୍ରେମ କହେ ଗୀତଟିକୁ ଗଇଛନ୍ତି ଅସୀମା ପଣ୍ଡା ଓ ଗୀତଟିକୁ ଲେଖିଛନ୍ତି ସୁରେଶ ପଣ୍ଡା। ଏହି ଫିଲ୍ମରେ ୨ଟି ରୋମାଣ୍ଟିକ  ଓ ଗୋଟିଏ କବାଲି  ଗୀତ ରହିଛି। ଫିଲ୍ମ କୋରିୟଗ୍ରାଫର କରିଛନ୍ତି ଲୁବୁନ-ଟୁବୁନଙ୍କ।
ଫିଲ୍ମଟିରେ ପ୍ରେମ, ରୋମାନ୍ସ ଓ ଆକ୍ସନ ଦେଖିବାକୁ ପାଇବେ ଦର୍ଶକ।  ଏହି ସିନେମାଟି ଦର୍ଶକଙ୍କ ମନକୁ ଛୁଇଂବ ବୋଲି ଆଶା କରୁଛନ୍ତି ସିନେମା ନିର୍ମାତା ମାନେ ।

ପଢନ୍ତୁ: ଅମିତାଭଙ୍କ ‘ବଦ୍‌ଲା’ର ଶୁଭମୁକ୍ତି ଆଜି: ‘ସବୁ ଥର କ୍ଷମା କରିଦେବା ଠିକ୍‌ ହୋଇ ନଥାଏ’

Related posts

ସ୍ୱର୍ଗତ ଅକ୍ଷୟ ମହାନ୍ତି ଙ୍କ ଉପରେ ନିର୍ମାଣ ହେବାକୁ ଯାଉଛି ବଲିଉଡ ଚଳଚ୍ଚିତ୍ର “ହେ ଫଗୁଣ ତୁମେ”

ENO Beuro

Bhala Pae Tate 100 ru 100 Premiere Show at Sangam Talkies

Jitendra

“Hey Prabhu Dekha De” Odia Film Starring Harihar Dash, Anu Choudhury & Pragyan Khatua

Jitendra

Leave a Comment