• Home
  • SPORTS
  • ତୃତୀୟ ରାଉଣ୍ଡକୁ ପ୍ରବେଶ କଲେ ;ଶାରାପୋଭା, ହାଲେପ, ଜୋକୋଭିଚ୍‌, ଫେଡେରର
SPORTS

ତୃତୀୟ ରାଉଣ୍ଡକୁ ପ୍ରବେଶ କଲେ ;ଶାରାପୋଭା, ହାଲେପ, ଜୋକୋଭିଚ୍‌, ଫେଡେରର

ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍‌ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ ଟେନିସ ଚତୁର୍ଥ ଦିନରେ ପହଞ୍ଚିଛି। ଉଭୟ ପୁରୁଷ ଏବଂ ମହିଳା ସିଙ୍ଗଲ୍ସରେ କେତୋଟି ବିପର୍ଯ୍ୟୟକୁ ବାଦ ଦେଲେ ସିଡେଡ ଖେଳାଳିମାନଙ୍କ ବିଜୟ ଅଭିଯାନ ଜାରି ରହିଛି। ପୁରୁଷ ସିଙ୍ଗଲ୍ସରେ ପୂର୍ବତନ ଏକ ନମ୍ବର ଖେଳାଳି ତଥା ୧୪ତମ ସିଡ୍‌ ସର୍ବିଆର ନୋଭାକ ଜୋକୋଭିଚ୍‌ ଫ୍ରାନ୍ସର ଗାଏଲ ମନଫିଲ୍ସଙ୍କୁ ୪-୬, ୬-୩, ୬-୧, ୬-୩ ସେଟରେ ପରାସ୍ତ କରି ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ସେହିପରି ୧୯ ନଂ ସିଡ଼୍‌ ଚେକ୍‌ ଗଣରାଜ୍ୟର ଥୋମାସ୍‌ ବର୍ଡୱିଚ୍‌ ଦ୍ୱିତୀୟ ରାଉଣ୍ଡରେ ସ୍ପେନ୍‌ର ଗାର୍ସିଆ ଲୋପେଜ୍‌ଙ୍କୁ ୬-୩, ୨-୬, ୬-୨, ୬-୩ ସେଟ୍‌ରେ, ୨୯ ନଂ ସିଡ୍‌ ଫ୍ରାନ୍‌ସର ରିଚାର୍ଡ ଗାସ୍‌କ୍ୱେଟ୍‌ ଇଟାଲୀର ଲୋରେନ୍‌ ସୋନେଗୋଙ୍କୁ ୬-୨, ୬-୨, ୬-୩ ସେଟ୍‌ରେ, ୧୨ ନଂ ସିଡ୍‌ ଆର୍ଜେଣ୍ଟିନାର ଜୁଆନ୍‌ ମାର୍ଟିନ୍‌ ଡୋଲ୍‌ ପୋଟ୍ରୋ ରୁଷିଆର କାରେନ୍‌ କାଚାନୋଭ୍‌ଙ୍କୁ ୬-୪, ୭-୬, ୬-୭, ୬-୪ ସେଟ୍‌ରେ ପରାସ୍ତ କରି ତୃତୀୟ ରାଉଣ୍ଡକୁ ପ୍ରବେଶ କରିଛନ୍ତି । ଅନ୍ୟପକ୍ଷରେ ୯ନଂ ସିଡ୍‌ ସୁଇଜରଲ୍ୟାଣ୍ଡର ଷ୍ଟାନ୍‌ ୱାରେଙ୍କା ଦ୍ୱିତୀୟ ରାଉଣ୍ଡରେ ଆମେରିକାର ଟି.ସ୍ୟାଣ୍ଡଗ୍ରେନ୍‌ଙ୍କ ଠାରୁ ୬-୨, ୬-୧, ୬-୪ ସେଟ୍‌ରେ ହାରି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି ।

ମହିଳା ସିଙ୍ଗଲ୍‌ସ ବିଭାଗରେ ୧ନଂ ସିଡ୍‌ ରୋମାନିଆର ସିମୋନା ହାଲେପ୍‌ କାନାଡାର ବୈଚାଡ୍‌ଙ୍କୁ ସିଧାସଳକ ୬-୨, ୬-୨ ସେଟ୍‌ରେ ପରାସ୍ତ କରି ତୃତୀୟ ରାଉଣ୍ଡରେ ପ୍ରବେଶ କରିଥିବା ବେଳେ ୬ ନଂ ସିଡ଼୍‌ ଚେକ୍‌ ଗଣରାଜ୍ୟର ପ୍ଲିସକୋଭା ବ୍ରାଜିଲ୍‌ର ହାଡା ମାଇଆଙ୍କୁ ୬-୧,୬-୧ ସେଟ୍‌ରେ, ୧୭ ନଂ ସିଡ଼୍‌ ଆମେରିକାର ମାଡ଼ିସନ୍‌ କିଜ୍‌ସ ରୁଷିଆର ଏକାଟେରିନା ଆଲେକ୍‌ଆଣ୍ଡ୍ରୋଭାଙ୍କୁ ୬-୦, ୬-୧ ସେଟ୍‌ରେ, ୨୧ ନଂ ସିିଡ଼୍‌ ଜର୍ମାନୀର କର୍ବର କ୍ରୋଏସିଆର ଡୋନା ଭେକିକ୍‌ଙ୍କୁ ୬-୪, ୬-୧ ସେଟ୍‌ରେ, ୨୯ ନଂ ସିଡ୍‌ ଚେକ୍‌ ଗଣରାଜ୍ୟର ସାଫାରୋଭା ରୋମାନିଆର ସୋରନା କ୍ରିଷ୍ଟେନ୍‌ଙ୍କୁ ୬-୨, ୬-୪ ସେଟ୍‌ରେ, ଅଷ୍ଟ୍ରେଲିଆର ଏ.ବାଟି ଇଟାଲୀର କାମଲା ଜିଓର୍ଜିଙ୍କୁ ୫-୭, ୬-୪, ୬-୧ ସେଟ୍‌ରେ ପରାସ୍ତ କରି ତୃତୀୟ ରାଉଣ୍ଡକୁ ପ୍ରବେଶ କରିଛନ୍ତି । ତେବେ ୩ ନଂ ସିଡ୍‌ ସ୍ପେନ୍‌ର ମୁଗୁରୁଜା ଦ୍ୱିତୀୟ ରାଉଣ୍ଡରେ ଚାଇନିଜ ତାଇପେର ସୁ ୱେଇ ସିଏସ୍‌ଙ୍କୁ ୬-୭, ୪-୬ ସେଟ୍‌ରେ ହାରି ପ୍ରତିଯୋଗିତାରୁ  ବିଦାୟ ନେଇଛନ୍ତି ।

ତୃତୀୟ ରାଉଣ୍ଡକୁ ପ୍ରବେଶ କଲେ ;ଶାରାପୋଭା, ହାଲେପ, ଜୋକୋଭିଚ୍‌, ଫେଡେରର roger federer

ପଢନ୍ତୁ ;

ଶେଷ ହେଲା ଜିଏସଟି କାଉନସିଲ ବୈଠକ ,ଜାଣନ୍ତୁ ଶସ୍ତା-ମହଙ୍ଗା ସାମଗ୍ରୀର ପୁରା ତାଲିକା

 

Related posts

ଆଇପିଏଲ ନିଲାମୀ ବିଷୟରେ ସମସ୍ତେ ଜାଣନ୍ତି ! ହେଲେ ନିଲାମ କିଏ କରୁଛନ୍ତି ଜାଣନ୍ତି କି ? ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା

Krishna Kumar Manoj

ଧୋନି,ପଙ୍କଜଙ୍କୁ ପଦ୍ମ ଭୂଷଣ!

Krishna Kumar Manoj

ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ୱେଣ୍ଟି-୨୦ ସିରିଜ୍‌ରେ ରାଇନାଙ୍କ ପ୍ରତ୍ୟାବର୍ତ୍ତନ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More