SPORTS

ତୃତୀୟ ଦିନିକିଆ ମ୍ୟାଚ୍‌: ଭାରତ ୩୨ ରନରେ ହାରିଲା

aus

ଅଷ୍ଟ୍ରେଲିଆର ପ୍ରତ୍ୟାବର୍ତ୍ତନ

ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ ସହ ରାଞ୍ଚିରେ ଟିମ ଇଣ୍ଡିଆକୁ ୩୨ ରନରେ ପରାଜିତ କରିଛି ଅଷ୍ଟ୍ରେଲିଆ। ବିଜୟ ସହ ଦଳ ସିରିଜକୁ ପ୍ରତ୍ୟାବର୍ତ୍ତନ କରିଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଓପନର ଉସ୍‌ମାନ ଖ୍ବାଜା ଓ ଅଧିନାୟକ ଆରୋନ ଫିଞ୍ଚ୍‌ଙ୍କ ଦମ୍‌ଦାର ବ୍ୟାଟିଂ ପ୍ରଦର୍ଶନ ବଳରେ ୫ ଉଇକେଟ ହରାଇ ୩୧୩ ରନ ସଂଗ୍ରହ କରିଥିଲା। ଜବାବରେ ଭାରତ ୪୮.୨ ଓଭରରେ ୨୮୧ ରନ କରି ଅଲଆଉଟ ହେବା ସହ ପରାସ୍ତ ହୋଇଛି। ପରାଜୟ ସତ୍ତ୍ୱେ ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ଭାରତ ୨-୧ରେ ଅଗ୍ରଣୀ ବଜାୟ ରଖିଛି। ୧୦୪ ରନର ଶତକୀୟ ପାଳି ଖେଳିଥିବା ଖ୍ବାଜା ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।

ଦୁଇ ସ୍ପିନର ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବଙ୍କ ସ୍ପିନ୍ ବୋଲିଂ ମଧ୍ୟ ଏହି ଯୋଡ଼ିଙ୍କ ବ୍ୟାଟିଂ ଉପରେ କିଛି ପ୍ରଭାବ ପକାଇପାରି ନଥିଲା। ଏହିପରି ଭାବେ ଦୁହେଁ ନିଜ ନିଜର ଶତକ ଆଡ଼କୁ ଅଗ୍ରସର ହୋଇଥିଲେ। କିନ୍ତୁ ଦଳର ସ୍କୋର ୧୯୩ ଥିବା ବେଳେ ଫିଞ୍ଚଙ୍କୁ ଏଲବିଡବ୍ଲ୍ୟୁ କରି କୁଲଦୀପ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଫିଞ୍ଚ୍ ୯୯ ବଲରେ ୧୦ ଚୌକା ଓ ୩ ଛକା ସହ ୯୩ ରନ୍ କରି ଶତକରୁ ବଞ୍ଚିତ ହୋଇଥିଲେ। ତାଙ୍କ ସ୍ଥାନରେ ଆସିଥିବା ଗ୍ଲେନ୍ ମ୍ୟାକ୍ସୱେଲ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ଦେଖାଇଥିଲେ।

ଉଲ୍ଲେଖଯୋଗ୍ୟ, ଚତୁର୍ଥ ଦିନିକିଆ ରବିବାର ମୋହାଲି ଷ୍ଟାଡିୟମରେ ଖେଳାଯିବ।

ପଢନ୍ତୁ; ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ମିଳିବ ‘ଶ୍ରେଷ୍ଠ ବିମାନବନ୍ଦର’ ପୁରସ୍କାର

Related posts

ଅଷ୍ଟ୍ରେଲିଆନ୍‌ ଓପନ୍‌: ସେରେନା, ଜୋକୋଭିକ କ୍ୱାର୍ଟରରେ

ENO Beuro

ମହିଳା ଟି୨୦ ବିଶ୍ୱକପ୍‌: ଭାରତର ବିଜୟ ଅଭିଯାନ

ENO Beuro

ଏସିଆ କପ:ଫାଇନାଲରେ ଭାରତ-ବାଂଲାଦେଶ ମୁକାବିଲା

ENO Beuro

Leave a Comment