SPORTS

ମ୍ୟାକ୍ସୱେଲଙ୍କ ଧୂଆଁଧାର ଶତକ,୭ ୱିକେଟରେ ହାରିଲା ଭାରତ

austrelia

ସିରିଜ ପୋଛିନେଲା ଅଷ୍ଟ୍ରେଲିଆ

ଗ୍ଲେନ୍ ମ୍ୟାକ୍ସୱେଲଙ୍କ ବିସ୍ପୋରକ ଶତକ ବଳରେ ଅଷ୍ଟ୍ରେଲିଆ ଦ୍ଵିତୀୟ ଟି-୨୦ ମୁକାବିଲାରେ ଭାରତକୁ ୭ ୱିକେଟରେ ହରାଇ ୨-୦ରେ ସିରିଜ ପୋଛି ନେଇଛି। ପ୍ରଥମ ମ୍ୟାଚରେ ଦ୍ରୁତ ଅର୍ଦ୍ଧଶତକ ଅର୍ଜନ କରି ବିଜୟର ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମ୍ୟାକ୍ସୱେଲ ଗତକାଲି କ୍ୟାରିୟରର ତୃତୀୟ ଟି-୨୦ ଶତକ ଅର୍ଜନ କରିଥିଲେ। ଫଳରେ ଅଷ୍ଟ୍ରେଲିଆ ପାଇଁ ୧୯୧ ରନର ବିଜୟ ଲକ୍ଷ୍ୟ ମଧ୍ୟ ଛୋଟ ପଡିଥିଲା।

ଉଲ୍ଲେଖଯାେଗ୍ୟ ଯେ ,ଭାରତ ଚତୁର୍ଥ ଥର ଘରୋଇ ମାଟିରେ ଟି-୨୦ ସିରିଜ୍ ହାରିଛି। ଏହା ପୂର୍ବରୁ ଦଳ ୨୦୧୧ରେ ଇଂଲଣ୍ଡ ବିପକ୍ଷରେ ୧-୦, ୨୦୧୨ରେ ନ୍ୟଜିଲାଣ୍ଡ ବିପକ୍ଷରେ ୧-୦, ୨୦୧୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨-୦ ଏବଂ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ୨-୦ରେ ଟି-୨୦ ସିରିଜ୍ ହାରିଛି ଭାରତୀୟ ଦଳ।

ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୯୦ ରନ୍ କରିଥିଲା। କୋହଲି ସର୍ବାଧିକ ୭୨ (୩୮ ବଲ, ୨ ଚୌକା, ୬ ଛକା) ରନ୍ କରିଥିବା ବେଳେ ଲୋକେଶ ରାହୁଲ ୪୭ (୨୬ ବଲ୍, ୩ ଚୌକା, ୪ ଛକା) ଓ ମହେନ୍ଦ୍ର ସିଂହ ଧୋନି ୪୦ (୨୩ ବଲ1, ୩ ଚୌକା, ୩ ଛକା) ରନ୍ କରିଥିଲେ।

ପଢନ୍ତୁ; ରୋଡ୍ ଆକ୍ସିଡେଣ୍ଟରେ ହେବନି ମୃତ୍ୟୁ : ଆଶ୍ଚର୍ଯ ଲାଗିଲେ ମଧ୍ୟ ଏହା ସତ୍ୟ

Related posts

ପରଲୋକରେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଅଜିତ ୱାଡେକର

ENO Beuro

ମହମ୍ମଦ ସାମିଙ୍କ ଅଭିଯୋଗ : ହସିନ ପୂର୍ବରୁ ବିବାହିତା ଥିବା କଥା ଜାଣିନଥିଲେ

ENO Beuro

ପତ୍ନୀଙ୍କ ସହ ବିବାଦ ପରେ ମୋହମ୍ମଦ ଶାମିଙ୍କୁ ଆଉ ଏକ ଝଟକା

ENO Beuro

Leave a Comment