EnewsOdia.Com

ପ୍ରଧାନମନ୍ତ୍ରୀ ହେବତ ଏମିତି : ପଡିଆରେ କ୍ରିକେଟ ଖେଳାଳିଙ୍କ ପାଇଁ ୱାଟର ବଏ ପାଲଟିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ଖେଳାଳିଙ୍କ ପାଇଁ ପ୍ରଧାନମନ୍ତ୍ରୀ ପାଲଟିଲେ ୱାଟର ବଏ । ମାନିଲେନି କୌଣସି ପ୍ରୋଟୋକଲ୍ । ଯାହା ଏବେ ସାରା ବିଶ୍ୱରେ ପ୍ରଶଂସା ସାଉଁଟିବାରେ ଲାଗିଛି । ଏପରି କିଛି ଦେଖିବାକୁ ମିଳିଥିଲା ଅଷ୍ଟ୍ରେଲିଆର କାନବେରାରେ । ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏକାଦଶ ମଧ୍ୟରେ ଏକ ବନ୍ଧୁତାପୂର୍ଣ୍ଣ ମ୍ୟାଚ୍ ଆୟୋଜନ ହୋଇଥିଲା । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମ୍ୟାରିସନ୍ ଖେଳାଳିଙ୍କୁ ଉତ୍ସାହିତ କରିବାକୁ ନିଜେ ଆସିଥିଲେ ମ୍ୟାଚ୍ ଦେଖିବାକୁ । ଖେଳାଳିଙ୍କ ଖେଳ ଦେଖି ଅତି ମାତ୍ରାରେ ଖୁସି ବି ହୋଇଥିଲେ । ଯେତେବେଳେ ଡ୍ରିଙ୍କସ ବ୍ରେକ୍ ହୋଇଥିଲା ସେତେବେଳେ ଦେଖିବାକୁ ମିଳିଥିଲା ଏପରି ଏକ ଅଜବ ଦୃଶ୍ୟ ।ଯାହା କେହି କେବେ ଭାବିନଥିଲେ ।

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମ୍ୟାରିସନ୍ ଙ୍କ ହାତରେ ଥିଲା ପାଣି ବୋତଲ । ନିଜେ ଏହାକୁ ନେଇ ପ୍ରବେଶ କରିଥିଲେ କ୍ରିକେଟ୍ ଗ୍ରାଉଣ୍ଡରେ । ଆଉ ଅଷ୍ଟ୍ରେଲିଆ ଖେଳାଳିଙ୍କ ନିକଟରେ ପହଁଚି ଖେଳାଳିଙ୍କୁ ଦେବା ସହିତ ଭଲ ପ୍ରଦର୍ଶନ ପାଇଁ ଉତ୍ସାହିତ ବି କରିଥିଲେ । ଖେଳାଳିଙ୍କ ପାଇଁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ପାଲଟିଗଲେ ୱାଟର ବଏ । ଏହି ଖବର ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ଟୁଇଟରରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମ୍ୟାରିସନଙ୍କୁ  ପ୍ରଶଂସାର ସୁଅ ଛୁଟୁଛି । ଜଣେ ହାଇ ପ୍ରୋଫାଇଲ୍ ରାଜନେତା ହୋଇଥିଲେ ମଧ୍ୟ ଖେଳାଳିଙ୍କ ପାଇଁ ୱାଟର ମ୍ୟାନ୍ ବନିବାକୁ ଅନେକ ତାଙ୍କର ଖେଳ ପ୍ରତି ଶ୍ରଦ୍ଧା ବୋଲି କହି ପ୍ରଶଂସା କରୁୁଛନ୍ତି ।

ପଢନ୍ତୁ: ମରିଗଲେ ୫୦୦୦ ହଜାର କୋମଳମତି ଶିଶୁ ! ଦୋହଲିଗଲା ପୂରା ଦେଶ

ସମ୍ବନ୍ଧିତ ଖବର

ବାଗଦାଦି ନିପାତ ଅପରେସନରେ ହିରୋ ପାଲଟିଛି ଆମେରିକାର ଶିକାରୀ କୁକୁର

Ratnamani Maharana

ଭୀମସାରରେ ଏଚ୍‌ଆଇଭି ସଂକ୍ରମିତ ଉପକରଣରେ ଅ‌ନ୍ୟ ୧୨ ଜଣଙ୍କ ଅସ୍ତ୍ରୋପଚାର

Ratnamani Maharana

ମେଲାଣି ନେଲେ ମା’ : ଟ୍ୱିନସିଟିରେ ସାରା ରାତି ଚାଲିଲା ଭସାଣି

Ratnamani Maharana

ପିଲାଙ୍କ ପାଇଁ ଭାତ-ଡାଲି, ସାରଙ୍କ ପାଇଁ ଚିକେନ

Ratnamani Maharana

କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସ୍‌କର ଅସୁସ୍ଥ

Ratnamani Maharana

କାଳୀପୂଜା ପାଇଁ ଛୁଟି ଭଦ୍ରକ ସରକାରୀ ଅଫିସ୍

Ratnamani Maharana