EnewsOdia.Com

ଜଳ ସଙ୍କଟ ପାଇଁ ଓଟଙ୍କୁ ଗୁଳି କରି ମାରିବାକୁ ନିର୍ଦ୍ଦେଶ

ଅଷ୍ଟ୍ରେଲିଆରେ ନଭେମ୍ବରୁ ଲାଗିଥିବା ଜଙ୍ଗଲ ନିଆଁ ଦେଶର ପରିସ୍ଥିତି ବିଗାଡ଼ି ଦେଇଛି ।  ଏହି ଜଙ୍ଗଲ ନିଆଁରେ ପୋଡ଼ି ହୋଇ ୪୮୦ ମିଲିୟନ ଜୀବଯନ୍ତୁଙ୍କର ମୃତ୍ୟୁ ହୋଇଛି। ଜଙ୍ଗଲ ନିଆଁ ଯୋଗୁ ଅଷ୍ଟ୍ରେଲିଆର ଜଳବାୟୁ ମଧ୍ୟ ଗରମ୍ ରହିଛି ।  ଫଳରେ ଦେଶରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବା ସହିତ ଜଳସଙ୍କଟ ଦେଖାଦେଇଛି। ଓଟମାନେ ଜଳ ଅନ୍ବେଷଣରେ ଆଦିମ ଜନଜାତି ବାସ କରୁଥିବା ଦକ୍ଷିଣ ଅଷ୍ଟ୍ରେଲିଆର ଆନଙ୍ଗୁ ପିଜାଣ୍ଟଜାଜରା ୟାକୁନିଜାଜରା(ଏପିୱାଇ) ଅଞ୍ଚଳକୁ ଚାଲିଆସି କ୍ଷୟକ୍ଷତି ଘଟାଉଛନ୍ତି। ଫଳରେ  ଜଙ୍ଗଲରେ ରହୁଥିବା ଆଦିବାସୀଙ୍କ ପାଇଁ ଉପଲବ୍ଧ ପାଣି ପିଇଦେଉଥିବାରୁ ଲୋକଙ୍କ ପାଇଁ ପାନୀୟଜଳ ଏବଂ ଖାଦ୍ୟ ସଙ୍କଟ ଦେଖାଦେଇଛି ।

ଏଭଳି ସ୍ଥିତିରେ ଦେଶରେ ଓଟମରା ଅଭିଯାନ ଆରମ୍ଭ କରିଛି ଅଷ୍ଟ୍ରେଲିଆ ।  ପ୍ରାୟ ୧୦ ହଜାର ଓଟ ଜଙ୍ଗଲ ଆଡକୁ ମୁହାଁଉଥିବାବେଳେ ସେମାନଙ୍କୁ ଗୁଳିକରି ମାରିଦେବାକୁ ସରକାର ନିର୍ଦେଶ ଦେଇଛନ୍ତି । ବୁଧବାରଠାରୁ ହେଲିକପ୍ଟର ଯୋଗେ ବନ୍ଧୁକଧାରୀ ଆକାଶମାର୍ଗରୁ ଓଟଙ୍କୁ ଗୁଳି କରି ହତ୍ୟା କରିବା ପ୍ରକ୍ରିୟା ଆରମ୍ଭ କରିଛି । ସରକାର ଏଭଳି ପଦକ୍ଷେପକୁ ପଶୁପ୍ରେମୀ ନିନ୍ଦା କରିବା ସହିତ ଏହା ଅମାନବୀୟ ବୋଲି କହିଛନ୍ତି ।

ପଢନ୍ତୁ: ନିର୍ଭୟା ଦୋଷୀଙ୍କ କ୍ୟୁରେଟିଭ୍‌ ପିଟିସସନ୍‌ ଦାଖଲ

ସମ୍ବନ୍ଧିତ ଖବର

କରୋନା ପାଇଁ ବାତିଲ ହେଲା ମୋଦିଙ୍କ ବାଲାଂଦେଶ ଗସ୍ତ

Ratnamani Maharana

CAA ପ୍ରତିବାଦକାରୀଙ୍କୁ ‘ପାକିସ୍ତାନକୁ ଯାଅ’ ବୋଲି କହିଲେ ଉତ୍ତର ପ୍ରଦେଶ ପୁଲିସ ଅଧିକାରୀ

Ratnamani Maharana

ଡାଇଗୋନିଷ୍ଟ ସେଣ୍ଟର ହେଲା ଦିଲ୍ଲୀ ବୁରାରି ଅଞ୍ଚଳର ହରର୍‌ ହାଉସ୍‌

Ratnamani Maharana

ଦେଖୁ ଦେଖୁ ଭାଇରାଲ ହୋଇଗଲା ଛୋଟେ ନଓ୍ଵାବ୍‌ଙ୍କର ଏହି ଲାଟେଷ୍ଟ ଫଟୋ

Ratnamani Maharana

ଖୁସିରେ ଆଇସକ୍ରୀମ୍ ଖାଇଲେ ଡୋନାଲ୍‌ଡ ଟ୍ରମ୍ପ

Ratnamani Maharana

ଚାଲିଗଲେ ‘କଟ୍‌, କପି ଆଣ୍ଡ୍‌ ପେଷ୍ଟ୍‍’ର ଉଦ୍‌ଭାବକ ଲ୍ୟାରି ଟେସ୍‌ଲର୍‌

Ratnamani Maharana