February 17, 2019

ଅଷ୍ଟ୍ରେଲିଆନ୍‌ ଓପନ୍‌: ସେରେନା, ଜୋକୋଭିକ କ୍ୱାର୍ଟରରେ

serena

ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ଗ୍ରାଣ୍ଡସ୍ଲାମରେ ପ୍ରସିଦ୍ଧ ମହିଳା ଖେଳାଳି ସେରିନା ଉଇଲିୟମ୍ସ ୨୪ ତମ କ୍ୟାରିୟର ଗ୍ରାଣ୍ଡସ୍ଲାମ ଟାଇଟଲ ନିକଟତର ହୋଇଛନ୍ତି। ସେହିପରି ପୁରୁଷ ସିଙ୍ଗିଲରେ ନୋଭାକ ଜୋକୋଭିକ ରେକର୍ଡ ଆଡକୁ ଗତି କରୁଛନ୍ତି।

serena

ପୁରୁଷ ସିଙ୍ଗଲ୍ସର ଅନ୍ୟ ଏକ ଚତୁର୍ଥ ରାଉଣ୍ଡ ମ୍ୟାଚ୍‌ରେ ଅଷ୍ଟମ ସିଡ କେଇ ନିଶିକୋରୀ ୬-୭, ୪-୬, ୭-୬, ୬-୪, ୭-୬ ମାରାଥନ ସେଟରେ ସ୍ପେନର ପାବ୍ଲୋ କାରେନୋ ବୁଷ୍ଟାଙ୍କୁ ହରାଇ କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ଦ୍ୱିତୀୟ ସିଡ ସ୍ପେନ୍‌ର ରାଫାଲ ନାଡାଲ ୬-୦, ୬-୧, ୭-୬ ସେଟରେ ଚେକ୍‌ ଗଣରାଜ୍ୟର ଟମାସ ବର୍ଡିଚ୍‌ଙ୍କୁ ହରାଇ କ୍ୱାର୍ଟରକୁ ଉଠିଛନ୍ତି। ନାଡ଼ାଲ କ୍ୱାର୍ଟରରେ ଆମେରିକାର ଫ୍ରାନସେସ୍‌ ଟିଆଫୋଙ୍କୁ ଭେଟିବେ। ଫ୍ରାନସେସ୍‌ ୭-୫, ୭-୬, ୬-୭, ୭-୫ ସେଟରେ ୨୦ତମ ସିଡ ଗ୍ରିଗର ଡିମିଟ୍ରୋଭଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ସେହିପରି କାନାଡ଼ାର ମିଲୋସ ରାଓନିକ୍‌ ଚତୁର୍ଥ ସିଡ ଜର୍ମାନୀର ଆଲେକଜାଣ୍ଡାର ଭେରେଭଙ୍କୁ ୬-୧, ୬-୧, ୭-୬ ସେଟରେ ହରାଇ କ୍ୱାର୍ଟରକୁ ଉଠିଛନ୍ତି। କ୍ୱାର୍ଟରରେ ସେ ଲୁକାସ ପାଓଲିଙ୍କୁ ଭେଟିବେ।

ଅଭିଜ୍ଞ ରୁଷିଆ ଖେଳାଳି ମାରିଆ ସାରାପୋଭା ୬-୪,୧-୬ ୪-୬ ସେଟରେ ଅଷ୍ଟ୍ରେଲିଆର ଆସେଲେ ବାର୍ଟିଙ୍କଠାରୁ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ଚେକ୍‌ ଗଣରାଜ୍ୟର ପେଟ୍ରା ଭିଟୋଭା ୬-୨, ୬-୧ ସେଟ୍‌ରେ ଆମେରିକାର ଅମାଣ୍ଡା ଆନିସିମୋଭାଙ୍କୁ ହରାଇ କ୍ୱାର୍ଟରକୁ ଉଠିଛନ୍ତି।

ପଢନ୍ତୁ; ନିୟମିତ ବ୍ୟାୟାମ ପରେ ଶରୀରକୁ ନିରୋଗ ରଖିବା ପାଇଁ କଣ କରିବା ଉଚିତ ଜାଣିରଖନ୍ତୁ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More