ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍ ସ୍ଲାମ୍ ଟେନିସ୍ ପ୍ରତିଯୋଗିତା ଅଷ୍ଟ୍ରେଲିଆନ୍ ଓପନ୍ର ମହିଳା ଏକକରେ ପୂର୍ବତନ ଶୀର୍ଷ ମାନ୍ୟତା ଖେଳାଳି ଆମେରିକାର ସେରେନା ୱିଲିୟମ୍ସଙ୍କ ଅଭିଯାନ ଶେଷ ହୋଇଯାଇଛି। ବୁଧବାର କ୍ବାର୍ଟର୍ ଫାଇନାଲ୍ରେ ୨୩ ଗ୍ରାଣ୍ଡ୍ ସ୍ଲାମ୍ ବିଜୟିନୀ ତଥା ଷୋଡ଼ଷ ମାନ୍ୟତା ସେରେନାଙ୍କୁ ୪-୬, ୬-୪, ୫-୭ ସେଟ୍ରେ ସପ୍ତମ ମାନ୍ୟତା ଚେକ୍ଗଣରାଜ୍ୟର କାରୋଲିନା ପ୍ଲିସ୍କୋଭା ମାତ୍ ଦେଇ ବିଦାୟ ରାସ୍ତା ଦେଖାଇଛନ୍ତି।
ଗୁରୁବାର ଖେଳାଯାଇଥିବା ସେମିଫାଇନାଲରେ କ୍ୱିଟୋଭା ଆମେରିକାର ୭-୬(୭/୨), ୬-୦ ସେଟ୍ରେ ଅଣ ସିଡ୍ ଡାନିଏଲ କଲିନ୍ସଙ୍କୁ ହରାଇ ଦେଇଛନ୍ତି। ୮ମ ସିଡ୍ ଖେଳାଳି ଗତ ୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫାଇନାଲରେ ସ୍ଥାନ ପାଇଛନ୍ତି।
ଦୁଇ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ପେଟ୍ରା କ୍ୱିଟୋଭା ଏବଂ ୟୁଏସ୍ ଓପନ ଚାମ୍ପିୟନ ନାଓମି ଓସାକାଙ୍କ ମଧ୍ୟରେ ଟାଇଟଲ ପାଇଁ ମୁକାବିଲ ହେବ। ଶେଷଥର ୨୦୧୪ରେ ସେ ଓ୍ବିମ୍ବେଲଡନ ଓପନ ଟାଇଟଲ ଜିତିଥିଲେ। ଅନ୍ୟ ଏକ ସେମିଫାଇନାଲରେ ଓସାକା ୬-୨, ୪-୬, ୬-୪ ସେଟ୍ରେ କାରୋଲିନା ପ୍ଲିସ୍କୋଭାଙ୍କୁ ପରାସ୍ତ କରିଛନ୍ତି। ଉଲ୍ଲେଖଥାଉ କି, ପ୍ଲିସ୍କୋଭା ଚାମ୍ପିୟନ ଖେଳାଳି ସେରେନା ଓ୍ବିଲିୟମ୍ସଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲେ।