SPORTS

ହକି ବିଶ୍ୱକପ୍‌ : କ୍ବାର୍ଟର ଫାଇନାଲରେ ଅଷ୍ଟ୍ରେଲିଆ

ହକି ବିଶ୍ୱକପ୍‌ର ପୁଲ ବି’ରେ ବିଶ୍ଵର ଏକ ନମ୍ବର ଦଳ ଅଷ୍ଟ୍ରେଲିଆ ସିଧାସଳଖ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି। ଦଳ ୩-୦ ଗୋଲରେ ଇଂଲଣ୍ଡକୁ ଶୋଚନୀୟ ଭାବେ ପରାଜିତ କରିଥିଲେ। ମ୍ୟାଚ ଆରମ୍ଭରୁ ଉଭୟ ଦଳ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲୋ । ତୃତୀୟ କ୍ୱାଟର୍ସ ପର୍ଯ୍ୟନ୍ତ ମ୍ୟାଚ ଗୋଲ ଶୂନ୍ୟ ଥିଲା । ତେବେ ଚତୁର୍ଥ କ୍ୱାଟର୍ସରେ ଅଷ୍ଟ୍ରେଲିଆ ଟିମ ଘନଘନ ଆକ୍ରମଣ କରିଥଲା । ଆଉ ବିଜୟ ବାନା ଉଡାଇଥିଲା ।

hockey

ମ୍ୟାଚର ଶ୍ରେଷ୍ଠ ଖେଳାଳି ପ୍ଲେ ମେକର ମ୍ୟାଥ୍ୟୁ ସ୍ବାନ୍‌ଙ୍କୁ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପୁରସ୍କାର ପ୍ରଦାନ କରିଥିଲେ। ମ୍ୟାଚ୍ ପ୍ରାରମ୍ଭରେ ପୁଲିସ କମିସନର୍ ସତ୍ୟଜିତ୍ ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ। ଏହି ପୁଲ୍‌ରେ ଗତ ଶୁକ୍ରବାର ଅଷ୍ଟ୍ରେଲିଆ ୨-୧ ଗୋଲରେ ଆୟର୍ଲାଣ୍ଡକୁ ପରାସ୍ତ କରିଥିଲା। ଇଂଲଣ୍ଡ ଏବଂ ଚୀନ ୨-୨ରେ ଅମୀମାଂସିତ ରଖିଥିଲେ।

ସୂଚନାଯୋଗ୍ୟ,ଶୁକ୍ରବାର ଅଷ୍ଟ୍ରେଲିଆ ଚୀନ୍‌କୁ ଏବଂ ଇଂଲଣ୍ଡ ପ୍ରତିପକ୍ଷ ଆୟର୍ଲ୍ୟାଣ୍ଡକୁ ଭେଟିବ। ଅଷ୍ଟ୍ରେଲିଆ ତା’ର ପ୍ରଥମ ମ୍ୟାଚ୍‌ରେ ଆୟର୍ଲ୍ୟାଣ୍ଡକୁ ୨-୧ରେ ହରାଇଥିବା ବେଳେ ଚୀନ୍‌ ସହ ୨-୨ରେ ଇଂଲଣ୍ଡ ମ୍ୟାଚ୍‌ ଡ୍ର ରଖିଥିଲା। ତେଣୁ ଇଂଲଣ୍ଡ ପାଇଁ ଏବେ ଅଡ଼ୁଆ ବଢ଼ିଛି।

ପଢନ୍ତୁ; ରାଶି ଅନୁସାରେ କଣ ଦାନ କଲେ ଅଶୁଭ ହୋଇଥାଏ ଜାଣନ୍ତୁ

Related posts

କଳିଙ୍ଗରେ ଗୋଲ ବର୍ଷା,ଚୀନ ବିପକ୍ଷରେ ୧୧-୦ ଗୋଲରେ ଜିତିଲା ଅଷ୍ଟ୍ରେଲିଆ

ENO Beuro

ବଲ ଟ୍ୟାମ୍ପରିଂ : ସାମ୍ବାଦିକ ସମ୍ମିଳନୀରେ କାନ୍ଦି କାନ୍ଦି କ୍ଷମା ମାଗିଲେ ସ୍ମିଥ୍ , କହିଲେ ଏ ସବୁ ପାଇଁ ମୁଁ ଦାୟୀ

ENO Beuro

ଜୁନିଅର ବିଶ୍ୱକପ : ଜିମ୍ବାଓ୍ବେକୁ ୧୦ ଉଇକେଟରେ ହରାଇଲା ଭାରତ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More