ଆଜି ପୁଣି ହାଇକୋର୍ଟ ଆସିବେ ସୁମିତ ଓ ତପସ୍ୱିନୀ
ଆଜି ପୁଣି ହାଇକୋର୍ଟ ଆସିବେ ବ୍ରହ୍ମପୁରର ଡାକ୍ତର ସୁମିତ ସାହୁ ଓ ତାଙ୍କ ପତ୍ନୀ ତପସ୍ୱିନୀ । ଗତ ୯ ତାରିଖରେ ସୁମିତ-ତପସ୍ୱିନୀଙ୍କ ପ୍ରଥମ ପର୍ଯ୍ୟାୟ ମେଡିଏସନ ସରିଛି । କିନ୍ତୁ ଏହା ଅଧାରେ ଅଟକିଥିଲା। ଆଜି ଅପରାହ୍ନ ୪ଟାରେ ପୁଣି ବୁଝାସୁଝା କରାଯିବ।
Loading...
ଆଜି ପୁଣି ହାଇକୋର୍ଟ ଆସିବେ ବ୍ରହ୍ମପୁରର ଡାକ୍ତର ସୁମିତ ସାହୁ ଓ ତାଙ୍କ ପତ୍ନୀ ତପସ୍ୱିନୀ । ଗତ ୯ ତାରିଖରେ ସୁମିତ-ତପସ୍ୱିନୀଙ୍କ ପ୍ରଥମ ପର୍ଯ୍ୟାୟ ମେଡିଏସନ ସରିଛି । କିନ୍ତୁ ଏହା ଅଧାରେ ଅଟକିଥିଲା। ଆଜି ଅପରାହ୍ନ ୪ଟାରେ ପୁଣି ବୁଝାସୁଝା କରାଯିବ।
ଆଇଏଏସ୍ ଟିନା ଡାବୀ ଓ ତାଙ୍କ ଭାବୀ ସ୍ୱାମୀ ଆଇଏଏସ୍ ପ୍ରଦୀପ ଗଓ୍ଵାଣ୍ଡେ ବିବାହ ପୂର୍ବରୁ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେମାନେ ନିଜକୁ ସୋସିଆଲ ମିଡିଆରୁ ଦୂରେଇ ନେଇଛନ୍ତି। ଟିନା ଡାବୀ ନିଜର ଇନଷ୍ଟାଗ୍ରାମ ଏବଂ ଫେସ୍ବୁକ ଆକାଉଣ୍ଟକୁ ଡିଲିଟ୍ କରି ଦେଇଛନ୍ତି।
ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ ଜେଏନ୍ୟୁରେ ଆଜି ବାମପନ୍ଥୀ ଛାତ୍ର ଗୋଷ୍ଠୀ ଏବଂ ଏବିଭିପିର ଛାତ୍ରମାନେ ମୁହାଁମୁହିଁ ହୋଇଛନ୍ତି। ଶ୍ରୀରାମ ନବମୀରେ ହଷ୍ଟେଲରେ ଆମିଷ ଭୋଜନକୁ ବିରୋଧ କରି ଏବିଭିପି ଛାତ୍ରମାନେ ମେସ୍ର ଜଣେ ସଂଚାଳକଙ୍କୁ ମାରପିଟ୍ କରିଥିବା ଅଭିଯୋଗ ମଧ୍ୟ ହୋଇଛି ।
ବହିଷ୍କୃତ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କୁ ପୁଣି କ୍ଷମତାସୀନ କରାଯାଉ ବୋଲି ଦାବି କରି ରବିବାର ଦିନ ‘ପାକିସ୍ତାନ ତେହରୀକ୍-ଏ-ଇନ୍ସାଫ୍’ର (ପିଟିଆଇ) ସଦସ୍ୟମାନେ ପାକିସ୍ତାନର କେତେକ ସହରରେ ପ୍ରତିବାଦ ରାଲି ପ୍ରଦର୍ଶନ କରିଥିଲେ।
କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଉଭୟଙ୍କ ମଧ୍ୟରେ ଭର୍ଚ୍ଚୁଆଲ ବୈଠକ ହେବା ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ପଡୋଶୀ ପାକିସ୍ତାନରେ ଥମିପାରେ ଗତ କିଛି ଦିନ ଧରି ଲାଗି ରହିଥିବା ରାଜନୈତିକ ସଂକଟ । ଆଜି ସଂସଦରେ ନିର୍ବାଚିତ ହେବେ ନୂଆ ପ୍ରଧାନମନ୍ତ୍ରୀ ।
ଜଗତପୁର ଥାନା ଯୋବ୍ରା ବ୍ୟାରେଜ୍ ନିକଟରେ ମହାନଦୀରେ ଗାଧୋଇବା ବେଳେ ନିଖୋଜ ୨ ନାବାଳକଙ୍କୁ ଠାବ ପାଇଁ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଆଜି ସକାଳୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିବାର ଖବର ମିଳିଛି।
ଅକସ୍ମାତ୍ ଯୁଦ୍ଧ-ବିକ୍ଷତ ୟୁକ୍ରେନ୍ ଗସ୍ତ କରି ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କିଙ୍କ ସହ ଜନଶୂନ୍ୟ କିବ୍ ରାସ୍ତାରେ ଚାଲି ଚାଲି ଯାଇଥିବା ବ୍ରିଟିସ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ଙ୍କୁ ଭୂୟସୀ ପ୍ରଶଂସା କରାଯାଉଛି।
ସରିଲା ପାକିସ୍ତାନ ସସପେନ୍ସ । ବିଦା ହେଲେ ଇମ୍ରାନ ଖାନ । ଅନାସ୍ଥା ଭୋଟରେ ବିଜୟୀ ହେଲେ ବିରୋଧୀ । ପରାଜୟ ହେଲା ଇମ୍ରାନଙ୍କ ସରକାର । ରାତିରେ ସଂସଦୀୟ ବୈଠକରେ ଅନାସ୍ଥା ଭୋଟ୍ ପୂର୍ବରୁ ଉଭୟ ବାଚସ୍ପତି ଓ ଉପ ବାଚସ୍ପତି ଇସ୍ତଫା ଦେଇଥିଲେ ।
ଆଜି ୫ ଜିଲ୍ଲାରେ କାଳବୈଶାଖୀ ବର୍ଷା । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି ।
ଗତକାଲି ବାବା ଲିଙ୍ଗରାଜଙ୍କ ରୁକୁଣା ରଥ ତିନିମୁଣ୍ଡିଆ ଛକରେ ଅଟକି ଥିବା ବେଳେ, ଆଜି ପୁଣି ରଥଟଣା ଯିବ ।ରାମେଶ୍ୱର ମନ୍ଦିରରେ ରଥ ପହଞ୍ଚିବା ପରେ ପ୍ରଭୁ ଲିଙ୍ଗରାଜରାମେଶ୍ୱର ମନ୍ଦିରକୁ ବିଜେ କରିବା ସହ ଆସନ୍ତା ବୁଧବାର ଦିନ ଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା ରହିଛି ।
ରାଜ୍ୟବାସୀଙ୍କୁ ମିଳୁ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି । ଏନେଇ ଆନ୍ଦୋଳନକୁ ଓହ୍ଲାଇବ ଆମ ଆଦମୀ ପାର୍ଟି । ଓଡିଶା ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଆନ୍ଦୋଳନକୁ ରୂପରେଖ ଦେବା ପାଇଁ ଦଳ ପକ୍ଷରୁ ଶନିବାର ବସିଥିଲା ଏକ ପ୍ରସ୍ତୁତି ସଭା ।