News

ମାତ୍ରାଧିକ ଜରିମାନା ଆଦାୟକୁ ବରଦାସ୍ତ କରାଯିବନି: ଅଟୋ ମହାସଂଘର ଚେତାବନୀ

Untitled 1

ଗତକିଛି ଦିନ ହେବ ଯେଉଁଭଳି ବିଭିନ୍ନ ସ୍ଥାନରେ କଡା ଚେକିଂ କରାଯାଉଛି ଏବଂ ଜରିମାନା ଆଦାୟ କରାଯାଉଛି, ତାକୁ ନେଇ ଅଟୋ ମହାସଂଘ  ସରକାରଙ୍କୁ ଚେତାବନୀ ଦେଇଛନ୍ତି। ମାତ୍ରାଧିକ ଜରିମାନା ଆଦାୟକୁ ବିରୋଧ କରି ରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛି ଅଟୋ ମହାସଂଘ । ଏଭଳି ମନଇଚ୍ଛା ଫାଇନକୁ ବରଦାସ୍ତ କରାଯିବନି ବୋଲି କହିଛନ୍ତି ଅଟୋ ମହାସଂଘର ସଭାପତି ନବ ମହାନ୍ତି । ଏ ବାବଦରେ ଆସନ୍ତାକାଲି ଅଟୋ ମହାସଂଘର ବୈଠକ ବସିବ ।

ଗତ ଦୁଇ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ କଡା ଚେକିଂ କରାଯାଉଛି । ଏପରିକି ବୁଧବାର ଦିନ ଅଟୋ ଉପରେ ୮ଟି ନିୟମ ଉଲ୍ଲଂଘନ ଦର୍ଶାଇ ୪୭,୫୦୦ ଟଙ୍କା ଓ ଗତକାଲି ଜଣେ ଅଟୋ ଚାଳକଙ୍କଠାରୁ ୨୭,୫୦୦ ଟଙ୍କା ଚାଲାଣ କାଟିଥିଲେ ଆରଟିଓ ଅଧିକାରୀ । ତେଣୁ ଯଦି ଏଭଳି ଫାଇନ ଆଦାୟ ଜାରି ରହେ, ତେବେ ଆଗାମୀ ଦିନରେ ଅଟୋ ମହାସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତବନୀ ଦେଇଛି ।

ପଢନ୍ତୁ: ଟ୍ରାଫିକ୍ ପୋଲିସ ଫାଇନ କରିବାରୁ ବିଚ୍ ରାସ୍ତାରେ ନିଜ ବାଇକରେ ନିଆଁ ଲଗାଇଦେଲେ ଯୁବକ

Related posts

ତାମିଲନାଡୁର ଏକ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ : ୯ ପର୍ବତାରୋହୀଙ୍କ ମୃତ୍ୟୁ

ENO Beuro

ବି.କେ ଶର୍ମା ହେଲେ ଇନ୍‌ଚାର୍ଜ ପୁଲିସ୍ ଡିଜି

Ratnamani Moharana

ଭୂମିକମ୍ପ: ୪.୦ ତୀବ୍ରତାରେ ଥରିଲା ଦିଲ୍ଲୀ-ହରିୟାଣା

ENO Beuro

1 comment

ଏବେ ୫୯ମିନିଟ୍‌ରେ ମିଳିବ ହୋମ ଲୋନ୍‌ ଏବଂ ପର୍ସନାଲ ଲୋନ୍‌ September 6, 2019 at 3:22 pm

[…] ମାତ୍ରାଧିକ ଜରିମାନା ଆଦାୟକୁ ବରଦାସ୍ତ କରା… […]

Leave a Comment