ଆଜି ଗଡିବନି ଅଟୋ ଓ ଟ୍ୟାକ୍ସି

ଅଟୋ ଓ ଟ୍ୟାକ୍ସି ଚାଳକଙ୍କ ଧର୍ମଘଟ

ତୈଳଦର କମାଇବା ସହ ଅଟୋ ଭଡା ବୃଦ୍ଧି ଦାବି କରିଛି ନିଖିଳ ଓଡିଶା ଅଟୋ-ଟ୍ୟାକ୍ସି ମହାସଂଘ। ଆଜି ସାରା ରାଜ୍ୟରେ ଅଟୋ ଓ ଟ୍ୟାକ୍ସି ଚଳାଚଳ ବନ୍ଦ ରହିବ। ଏକାଧିକ ଅଟୋ ଚାଳକ ସଂଘ ପକ୍ଷରୁ ଆଜି ଏ ନେଇ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ,ଅଟୋ ଓ ଟ୍ୟାକ୍ସି ସଂଘ ପକ୍ଷରୁ କୁହାଯାଇଛି ଯେ ଭୁବନେଶ୍ୱରକୁ ସ୍ମାର୍ଟ ସିଟି କରିବା ନାଁରେ ସରକାର ଅଟୋ ଚାଳନାକୁ ନିଷିଦ୍ଧ କରିବାକୁ ଚାହୁଁଛନ୍ତି।ଏହାଦ୍ୱାରା ଦେଢଲକ୍ଷ ଅଟୋ ଓ ଟ୍ୟାକ୍ସି ଚାଳକଙ୍କ ଜୀବିକା ଧ୍ୱଂସ ହେବ। ୨ଶହଟି ବସ୍ ବାହାରୁ ଆଣି ରାଜଧାନୀରେ ଗଡ଼ିବ ଓ ସାଇକେଲ ଭଡ଼ାରେ ଦିଆଯିବା ବ୍ୟବସ୍ଥା ଅଟୋ କିଣି ଜୀବିକା ପ୍ରତିପୋଷଣ କରୁଥିବା ଲୋକଙ୍କ ପେଟକୁ ନାତ ମାରିବ। ସଂଘ ଏହାର ବିରୋଧ କରି ଆଜି ରାଜ୍ୟରେ ଅଟୋ ଓ ଟ୍ୟାକ୍ସି ଚଳାଚଳ ବନ୍ଦ ପାଇଁ ଡାକରା ଦେଇଥିବା କୁହାଯାଉଛି।

ପଢନ୍ତୁ; ବର୍ଷାଦିନେ କିପରି ଆଣିବେ ତ୍ଵଚାରେ ଚମକ? ଜାଣନ୍ତୁ କିଛି ଘରୋଇ ଟିପ୍ସ

ଏକାଧିକ ଅଟୋ ଚାଳକ ସଂଘ ପକ୍ଷରୁ ଆଜି ଏ ନେଇ ସୂଚନା ଦିଆଯାଇଛି। - 4.4

87%

ଏହାଦ୍ୱାରା ଦେଢଲକ୍ଷ ଅଟୋ ଓ ଟ୍ୟାକ୍ସି ଚାଳକଙ୍କ ଜୀବିକା ଧ୍ୱଂସ ହେବ। - 4.1

81%
4.2/5

Very Good!

ଆଜି ଗଡିବନି ଅଟୋ ଓ ଟ୍ୟାକ୍ସି

ତୈଳଦର କମାଇବା ସହ ଅଟୋ ଭଡା ବୃଦ୍ଧି ଦାବି କରିଛି ନିଖିଳ ଓଡିଶା ଅଟୋ-ଟ୍ୟାକ୍ସି ମହାସଂଘ। ଆଜି ସାରା ରାଜ୍ୟରେ ଅଟୋ ଓ ଟ୍ୟାକ୍ସି ଚଳାଚଳ ବନ୍ଦ ରହିବ। ଏକାଧିକ ଅଟୋ ଚାଳକ ସଂଘ ପକ୍ଷରୁ ଆଜି ଏ ନେଇ ସୂଚନା ଦିଆଯାଇଛି।

No Votes Yet

You're not rated yet