ଫାଇଟର ଜେଟ୍‌କୁ ସଫଳତାର ସହ ଉଡ଼ାଇ ଏକ ନୂଆ ରେକର୍ଡ ସ୍ଥାପନ କଲେ ଅବନୀ ଚତୁର୍ବେଦୀ

ଇତିହାସ ରଚିଲେ ଅବନୀ

ପ୍ରଥମ ଥର ପାଇଁ ଜଣେ ମହିଳା ଫାଇଟର ଜେଟ୍‌ ଉଡାଇ ଏକ ନୂଆ ରେକର୍ଡ କରିଛନ୍ତି। ଅବନୀ ମିଗ୍‌-୨୧ ବାଇସନ୍‌ ବିମାନ ଉଡାଇ ଇତିହାସ ରଚିଛନ୍ତି। ଏକାକୀ ଫାଇଟର୍‌ ବିମାନ ଉଡାଇବାରେ ସେ ପ୍ରଥମ ମହିଳା ପାଇଲଟ୍‌ ଭାବେ ଇତିହାସରେ ନାଁ ଲେଖିଛନ୍ତି। ଏପର୍ଯ୍ୟନ୍ତ ବାୟୁସେନାରେ ମହିଳାମାନେ କେବଳ ପରିବହନ ବିମାନ ଓ ହେଲିକପ୍ଟର ଉଡାଉଥିବାବେଳେ ଅବନୀଙ୍କ ଏହି ଦୁଃସାହସିକ ପଦକ୍ଷେପ ତାଙ୍କୁ ନୂଆ ପରିଚୟ ଦେଇଛି।

ତାଙ୍କର ସଫଳତା ପରେ ସମସ୍ତେ ଖୁସି ହେବା ସହ ଭାରତୀୟ ବାୟୁସେନା ତାଙ୍କୁ ଅଭିନନ୍ଦନ ଜଣାଇଛି। ସୂଚନାଯୋଗ୍ୟ ଯେ, ୩ ଜଣ ମହିଳା ପାଇଲଟ୍‌ ଅବନୀ ଚର୍ତୁବେଦୀ, ଭାଓ୍ଵନା କନ୍ଥ ଏବଂ ମୋହନା ସିଂଙ୍କୁ ଫାଇଟର ଜେଟ୍‌ ଉଡ଼ାଇବା ପାଇଁ ପ୍ରଶିକ୍ଷଣ ଦିଆ ଯାଇଥିଲା ।ମହିଳାମାନଙ୍କ ପାଇଁ ଫାଇଟର ଷ୍ଟ୍ରିମ୍‌ ଖୋଲିବା ପାଇଁ ସରକାର ଘୋଷଣା କରିବା ପରେ ଜୁଲାଇ ୨୦୧୬ରେ ଏହି ୩ ଜଣଙ୍କୁ ଫ୍ଲାଇଙ୍ଗ୍‌ ଅଫିସର ଭାବେ ନିୟୋଜିତ କରାଯାଇଥିଲା।

ସୂଚନା ଅନୁଯାୟୀ,ଭାରତୀୟ ବାୟୁ ସେନା ପ୍ରଥମ ବ୍ୟାଚ୍‌ ପାଇଁ ଅବନୀ ଚର୍ତୁବେଦୀ, ଭାଓ୍ଵନା କନ୍ଥ ଏବଂ ମୋହନା ସିଂଙ୍କୁ ବାଛିବା ବେଳେ ଦ୍ୱିତୀୟ ବ୍ୟାଚ୍‌ ପାଇଁ ଅନ୍ୟ ୩ ଜଣଙ୍କୁ ବାଛି ସାରିଛି।

ପଢନ୍ତୁ;

କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ଚେହରା ପାଇଁ ମଧ୍ୟ ସାବୁଦାନାର ରହିଛି ଗୁରୁତ୍ଵପୂର୍ଣ ଭୂମିକା ! ଜାଣନ୍ତୁ କଣ ?

ତାଙ୍କର ସଫଳତା ପରେ ସମସ୍ତେ ଖୁସି ହେବା ସହ ଭାରତୀୟ ବାୟୁସେନା ତାଙ୍କୁ ଅଭିନନ୍ଦନ ଜଣାଇଛି। - 4.1

82%

ଅବନୀ ମିଗ୍‌-୨୧ ବାଇସନ୍‌ ବିମାନ ଉଡାଇ ଇତିହାସ ରଚିଛନ୍ତି। - 4.2

83%
4.1/5

Very Good!

ଫାଇଟର ଜେଟ୍‌କୁ ସଫଳତାର ସହ ଉଡ଼ାଇ ଏକ ନୂଆ ରେକର୍ଡ ସ୍ଥାପନ କଲେ ଅବନୀ ଚତୁର୍ବେଦୀ

ପ୍ରଥମ ଥର ପାଇଁ ଜଣେ ମହିଳା ଫାଇଟର ଜେଟ୍‌ ଉଡାଇ ଏକ ନୂଆ ରେକର୍ଡ କରିଛନ୍ତି। ଅବନୀ ମିଗ୍‌-୨୧ ବାଇସନ୍‌ ବିମାନ ଉଡାଇ ଇତିହାସ ରଚିଛନ୍ତି। ଏକାକୀ ଫାଇଟର୍‌ ବିମାନ ଉଡାଇବାରେ ସେ ପ୍ରଥମ ମହିଳା ପାଇଲଟ୍‌ ଭାବେ ଇତିହାସରେ ନାଁ ଲେଖିଛନ୍ତି।

No Votes Yet

You're not rated yet