LIFESTYLE

କେଉଁ କେଉଁ ଖାଦ୍ୟ ଆମ ହାଡକୁ ଦୁର୍ବଳ କରିଥାଏ , ଆସନ୍ତୁ ଜାଣିବା ଡାକ୍ତରଙ୍କ ପରାମର୍ଶ

କେଉଁ କେଉଁ ଖାଦ୍ୟ ଆମ ହାଡକୁ ଦୁର୍ବଳ କରିଥାଏ , ଆସନ୍ତୁ ଜାଣିବା ଡାକ୍ତରଙ୍କ ପରାମର୍ଶ

ମନୁଷ୍ୟ ହୁଅନ୍ତୁ କିମ୍ବା ଜୀବଜନ୍ତୁ ସମସ୍ତଙ୍କ ଶରୀରରେ ହାଡ ରହିଥାଏ । ଏହି ହାଡ ଆମ ଶରୀରକୁ ସୁନ୍ଦର ଆକାର ଦେଇଥାଏ । ହାଡ ଶରୀର ଭିତରେ ମାଂସପେଶୀ, ଶିରପ୍ରଶିରା ଓ ଅନ୍ୟ ଅଙ୍ଗମାନଙ୍କୁ ଧରି ରଖିଥାଏ । ଯାହା ଫଳରେ ଆମେ ଚାଲିବ, ବୁଲିବା , ଖାଇବା ଇତ୍ୟାଦି ଅନେକ କାମ ଠିକ ଭାବେ କରିପାରୁ । ହାଡ ବିନା ଆମେ ଆମ ଶରୀରକୁ କଲ୍ପନା ମଧ୍ୟ କରିପାରିବ ନାହିଁ । ଥରେ ଚିନ୍ତା କରନ୍ତୁ ଆମ ଶରୀର ଭିତରେ ହାଡ ଯଦି ନଷ୍ଟ ହୋଇଯାଏ ତେବେ କ’ଣ ହେବ? ଭାବିଲେ ମଧ୍ୟ ଡର ଲାଗୁଛି । ମାତ୍ର ଆମେ ନୀତିଦିନ ଇଏମଆଇ ଅନେକ ଖାଦ୍ୟ ଖାଉ ଯାହା ଫଳରେ ଆମ ହାଡ ନଷ୍ଟ ହୋଇପାରେ ।

ତେବେ ଅସତୁ ଜାଣିବା ସେହି ସବୁ ଖାଦ୍ୟ ବିଷୟରେ :-

ଲୁଣ :-  ମାତ୍ରାଧିକ ଲୁଣ ଆମ ହାଡକୁ କମଜୋର୍ କରି ଦେଇଥାଏ । କାରଣ ଲୁଣରେ ଥିବା ସୋଡିୟମ୍ ଶରୀର ଭିତରକୁ ଗଲେ କ୍ୟାଲସିୟମକୁ ୟୁରିନ୍ ମାଧ୍ୟମରେ ବାହାର କରିଦିଏ । ଯାହାଦ୍ୱାରା ହାଡ ଧୀରେ ଧୀରେ ଦୁର୍ବଳ ହୋଇଯାଏ ।

ଚକୋଲେଟ :-  ଯଦି ଆପଣ ଅଧିକ ଚକୋଲେଟ୍ ଖାଉଥାନ୍ତି ତେବେ ଏହାଠାରୁ ଦୂରେଇ ରୁହନ୍ତୁ । କାରଣ ଏହାଦ୍ୱାରା ଶରୀରରେ ସୁଗାରର ପରିମାଣ ବଢିଯାଏ । ଫଳରେ କ୍ୟାଲସିୟମ୍ ଶରୀରରେ ଅବଶୋଷଣ ହୋଇ ପାରିନଥାଏ ।

salt

ମଦ :-  ସେମିତି ମଦ ପିଇଲେ ଶରୀରରେ କ୍ୟାଲସିୟମର ମାତ୍ରା ଧୀରେ ଧୀରେ କମ୍ ହୋଇଥାଏ । ଯାହା ହାଡକୁ କମଜୋର୍ କରି ଦେଇଥାଏ । ସେହିପରି ଥଣ୍ଡାପାନୀୟରେ ଥିବା କାର୍ବନ ଡାଇଅକ୍ସାଇଡ୍ ଓ ଫସଫେଟ୍ ହାଡକୁ ଶୀଘ୍ର ଦୁର୍ବଳ କରି ଦିଏ ।

ଚା‘ ଓ କଫି :-  ମାତ୍ରାଧିକ ଚା’ କିମ୍ବା କଫି ପିଇଲେ ହାଡ ଖୁବ୍ ଶୀଘ୍ର ଦୁର୍ବଳ ହୋଇ ଯାଏ । କାରଣ ଏଥିରେ ଥିବା କେଫିନ୍ ନାମକ ଉପାଦାନ ହାଡ ପାଇଁ କ୍ଷତିକାରକ ହୋଇଥାଏ ।

ପଢନ୍ତୁ, ରାହୁଲ ଗାନ୍ଧୀଙ୍କ ମାର୍ଶାଲ ଆର୍ଟ ରୁଚି । 

Related posts

କେଉଁ କାରଣରୁ ପ୍ରେମସମ୍ପର୍କ କମ ସମୟ ଚାଲିଥାଏ ! ଜାଣନ୍ତୁ

ENO Beuro

ଆପଣ ଜାଣିଛନ୍ତି କି ? ପଇଡ଼ ପାଣି ପିଇବା ଦ୍ୱାରା କ’ଣ ଉପକାର ମିଳିଥାଏ,ଯଦି ଜାଣିନାହାନ୍ତି ?ଆସନ୍ତୁ ଜାଣିବା ସେ ସମ୍ପର୍କ ରେ

ENO Beuro

ଆଜିର ରାଶିଫଳ

ENO Beuro

1 comment

Leave a Comment