21.7 C
Bhubaneswar
October 29, 2020
EnewsOdia.Com
ବାସ୍ତୁ

ଭୁଲ ଦିଗରେ ଡଷ୍ଟବିନ୍‌ ରଖିବାଦ୍ଵାରା କ୍ୟାରିୟର୍‌ରେ ହୋଇଥାଏ କ୍ଷତି

ଆମେ ଯେତେବେଳେ ଘରର ସାଜସଜ୍ଜା କରିଥାଉ, କେଉଁ ଜିନିଷ କେଉଁଠି ରହିବ ତାହା ଆଗରୁ ଭାବି ନେଇଥାଉ। ଅନେକ ବାସ୍ତୁ ଅନୁସାରେ ମଧ୍ୟ ଘରକୁ ସଜାଇଥାନ୍ତି। ଏହା ମଧ୍ୟ ଆମ ଜୀବନଶୈଳୀରେ ପ୍ରଭାବ ପକାଇଥାଏ ବୋଲି ବିଶ୍ୱାସ ରହିଛି । ଭୁଲ୍‌ ଜାଗାରେ ଜିନିଷ ରଖିବା କାରଣରୁ ଘରେ ସୁଖ ଶାନ୍ତି ବଦଳରେ କଳି ଝଗଡ଼ା ଲାଗି ରହିଥାଏ। ଆପଣ ତାହା ଜାଣି ନ ପାରି ଅନ୍ୟମାନଙ୍କ ଉପରେ ଦୋଷ ଲଦିଥାନ୍ତି। ଯେପରିକି ବାସ୍ତୁ ଅନୁସାରେ ଘରର ଡଷ୍ଟବିନ୍‌କୁ ସଠିକ୍‌ ଜାଗାରେ ନ ରଖିଲେ ଏହା ଆପଣଙ୍କ ଉପରେ ଖରାପ ପ୍ରଭାବ ପକାଇପାରେ। ଆଜି ଆପଣଙ୍କୁ ଡଷ୍ଟବିନ୍‌ ରଖିବାର ସଠିକ୍‌ ଦିଗ ବିଷୟରେ କହିବୁ। ଯାହାକୁ ଆପଣାଇ ଆପଣ ଘରେ ସୁଖ ଶାନ୍ତିର ବାତାବରଣ ଏବଂ ଜୀବନରେ ସମୃଦ୍ଧି ଆଣି ପାରିବେ।

୧-ବାସ୍ତୁ ଅନୁସାରେ ଡଷ୍ଟବିନ୍‌କୁ କେବେବି ଘରର ଉତ୍ତର ଦିଗରେ ରଖିବା ଉଚିତ୍‌ ନୁହେଁ। ଯଦି ଭୁଲ୍‌ରେ ଆପଣ ଏହାକୁ ଉତ୍ତର ଦିଗରେ ରଖିଛନ୍ତି ତାହାଲେ ସେଠାରୁ ତୁରନ୍ତ ଉଠାଇ ଦିଅନ୍ତୁ।

୨-ବାସ୍ତୁ କହେ ଉତ୍ତର ଦିଗ ଧନ ଏବଂ ସମୃଦ୍ଧି ପ୍ରଦାନ କରିଥାଏ। ଆପଣ ଯଦି ଏହି ଦିଗରେ ଡଷ୍ଟବିନ୍‌ ରଖିଛନ୍ତି ତାହାଲେ ଏହା ଆପଣଙ୍କ କ୍ୟାରିୟର୍‌ ପ୍ରତି ଶୁଭଙ୍କର ନୁହେଁ।

୩-ଯଦି ଆପଣ ଚାକିରୀ ଖୋଜୁଛନ୍ତି ଆଉ ନିରାଶ ହେଉଛନ୍ତି, ତାହାଲେ ପ୍ରଥମେ ଘରେ କେଉଁ ଦିଗରେ ଡଷ୍ଟବିନ୍‌ ରଖିଛନ୍ତି ତାହା ଦେଖିନିଅନ୍ତୁ। ଉତ୍ତର ଦିଗରେ ଡଷ୍ଟବିନ୍‌ ଥିବାରୁ ଆପଣଙ୍କ ଚାକିରୀରେ ହେବାରେ ଅସୁବିଧା ଦେଖାଦେଇଥାଏ।

ପଢନ୍ତୁ: ବାଲ୍‌କୋନୀ ପାଇଁ ୫ଟି ବାସ୍ତୁ ଟିପ୍ସ

Related posts

ଧନତେରାସ ଦିନ କରନ୍ତୁ ଏହି ଛୋଟିଆ କାମ, ବର୍ଷିବ ଧନ ଆସିବେ ଲକ୍ଷ୍ମୀ

Ratnamani Maharana

ଘର କିଣୁଛନ୍ତି କି! ଏହି ସବୁ ବାସ୍ତୁ ନିୟମ ଉପରେ ଧ୍ୟାନ ଦିଅନ୍ତୁ

Ratnamani Maharana

ଜାଣନ୍ତୁ କେଉଁ ରାଶିର ଲୋକେ ସୁନା ଧାରଣ କଲେ ମିଳିଥାଏ ଶୁଭଫଳ

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More