ଅନେକ ଲୋକ ଦୂର ସ୍ଥାନକୁ ବୁଲିବାକୁ ପସନ୍ଦ କରନ୍ତି । କିନ୍ତୁ ବହୁତ ଲୋକ ଏମିତି ଅଛନ୍ତି, ଏମାନଙ୍କୁ ଯାତ୍ରା ସମୟରେ ବାନ୍ତି ଲାଗେ ଫଳରେ ସେମାନେ କୌଣସି କାର, ବସ ଆଜି ଯାନମାନଙ୍କରେ ଯାଇପାରନ୍ତିନାହିଂ। ତେଣୁ ବୁଲିଯିବାକୁ ଭଲଲାଗୁଥିଲେ ବି ବାନ୍ତି ସମସ୍ୟା ଭୟରେ ମନକୁ ବାନ୍ଧି ରଖନ୍ତି । କିନ୍ତୁ ଆମପାଖେ ଅଛି କିଛି ଘରୋଇ ଉପଚାର । ଯାହାକୁ ବ୍ୟବାହାର କଲେ ଯାତ୍ରା ସମୟରେ ବାନ୍ତି ସମସ୍ୟାରୁ ମୁକ୍ତି ପାଇପାରିବେ ।
ଖାଲିପେଟ : ଯାତ୍ରା କରୁଥିବା ସମୟରେ ଆଦୌ ଖାଲିପେଟରେ ଯାଅନ୍ତୁ ନାହିଂ। କିଛି ହାଲକା, କମ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇ ଯାଅନ୍ତୁ । କାରଣ ଖାଲିପେଟରେ ଏସିଡିଟି ହେଇ ବାନ୍ତି ଆସିବ।
ଲେମ୍ବୁ : ଲେମ୍ବୁରେ ଥିବା ସାଇଟ୍ରିକ୍ ଏସିଡ୍ ବାନ୍ତିକୁ ରୋକି ଥାଏ । ତେଣୁ ଯାତ୍ରା ସମୟରେ ଆଉକିଛି ମିଳୁନମିଳୁ ଲେମ୍ବୁକୁ ନିଶ୍ଚୟ ପାଖରେ ରଖନ୍ତୁ । ବାନ୍ତି ଲାଗିଲେ ଏହାକୁ ଶୁଙ୍ଘନ୍ତୁ କିମ୍ବା ପାଟିରେ ରଖନ୍ତୁ ।
ଅଦା : ଅଦାରେ ଆଣ୍ଟିମେନିକ୍ ଗୁଣ ଥାଏ । ଆଣ୍ଟିମେନିକ୍ ବାନ୍ତି ଏବଂ ମୁଣ୍ଡ ବିନ୍ଧାରୁ ଆରାମ୍ ଦେଇଥାଏ । ତେଣୁ ଯାତ୍ରା ସମୟରେ ପାଟିରେ ଅଦା ଖଣ୍ଡେ ଜାକନ୍ତୁ ।
ଲବଙ୍ଗ : ବାହାରକୁ ଯିବା ସମୟରେ ଲବଙ୍ଗ ସାଥିରେ ରଖିଥାନ୍ତୁ । ବାନ୍ତି ଲାଗିଲେ ସଙ୍ଗେ ସଙ୍ଗେ ପାଟିରେ ଲବଙ୍ଗ ପକାନ୍ତୁ । ଏପରି କଲେ ବାନ୍ତି ଲାଗିବା ବନ୍ଦ ହୋଇଯାଏ ।
ପୁଦିନା : ପୁଦିନା ତେଲ ବାନ୍ତି ରୋକିବାରେ ସାହାଯ୍ୟ କରିଥାଏ । କିଛି ବୁନ୍ଦା ପୁଦିନା ତେଲ ରୁମାଲରେ ପକାଇ ଯାତ୍ରା ସମୟରେ ଶୁଂଘିଲେ ବାନ୍ତି ଲାଗିନଥାଏ ।
ପଢନ୍ତୁ, ରାଜଧାନୀର ଖୋଲିଲା ୧୨ଟି ଚିଲିକା ଫ୍ରେସ୍ ଏବୋଂ ଏବେ ଗାଡ଼ିରେ ମିଳିବ ମାଛ ଓ ଚିଙ୍ଗୁଡ଼ିରେ ପ୍ରସ୍ତୁତ ଖାଦ୍ୟ